ଆମ ଗହଣରେ ଆଉ ନାହାନ୍ତି ଯୁବ ଦୁଃସାହସିକ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ସେ ଯିବା ପରେ ତାଙ୍କୁ ଝୁରୁଛନ୍ତି ଓ ତାଙ୍କ ସୁଗୁଣ ଗାନ କରୁଛନ୍ତି ଅନେକ ଲୋକ । ସାମ୍ବାଦିକ ବୃତ୍ତିକୁ ବ୍ରତ ଭାବେ ପାଳନ କରି ବି-ପ-ର୍ଯ୍ୟ-ୟ ସମୟରେ ବୀର ପରି କାର୍ଯ୍ୟ କରୁଥିଲେ । ରାଉଳକେଲା ଡିସିପି ଅସୀମ ପଣ୍ଡା ଟିକନିକ କରି ବଖାଣିଛନ୍ତି ଅରିନ୍ଦମ ଭିତରେ ଥିବା ପ୍ରତିଭାକୁ । ସେ ସେତେବେଳେ ଭୁବନେଶ୍ବର ସ୍ଥିତ ସହିଦ ନଗରରେ ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସେ ରାଉଳକେଲା ଡ଼ିସିପି ଭାବେ କାର୍ଯ୍ୟରତ ଅଛନ୍ତି ।

ସେ ଅରିନ୍ଦମଙ୍କୁ ଦେଖିଛନ୍ତି ଓ ଅତି ପାଖରୁ ତାଙ୍କୁ ଜାଣିଛନ୍ତି ମଧ୍ୟ । କ୍ରା-ଇ-ମ ରି-ପୋ-ର୍ଟିଂ ଠାରୁ ଆରମ୍ଭ କରି ବନ୍ୟା ବାତ୍ୟା ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ପହଞ୍ଚି ଯାଉଥିଲେ ଅରିନ୍ଦମ । ଡ଼ିସିପି ଅସୀମ ପଣ୍ଡା ଅରିନ୍ଦମଙ୍କୁ ପ୍ରାୟ ୨୦୦୮ ମସିହାରୁ ଜାଣିଛନ୍ତି । ଅରିନ୍ଦମ ପ୍ରଥମେ ଖବରକୁ ଭଲ ଭାବେ ତର୍ଜମା କରୁଥିଲେ ଓ ତା’ପରେ ଯାଇ ତାକୁ ପରିବେଷଣ କରୁଥିଲେ । ଅରିନ୍ଦମ ବହୁତ ଦୁଃସାହସିକ ଥିଲେ । ଥରେ ଦୟାନଦୀରେ ବନ୍ୟା ଆସିଥିବା ବେଳେ ବି-ପ-ଦ ଥିଲେ ବି ସେ ଡଙ୍ଗାରେ ବସି କିଭଳି ବନ୍ୟାଞ୍ଚଳକୁ ଯାଇ ନ୍ଯୁଜ କଭର କରିଥିଲେ ତାହା ଡ଼ିସିପି କହିଛନ୍ତି ।

ସେହିଭଳି ସେ ଭୁବନେଶ୍ବରରେ ଥିବା ସମୟରେ ମଧ୍ୟ ଅନେକ ବିପଦପୂର୍ଣ୍ଣ ବନ୍ୟାଞ୍ଚଳରେ ଯାଇ ଲୋକଙ୍କ ପାଖରେ ଖବର ପହଞ୍ଚାଇବା କାମ କରିଥିବା ସେ ଦେଖିଛନ୍ତି । ଅରିନ୍ଦମ ସବୁ ବିଷୟର ସକରାତ୍ମକ ଭାଗକୁ ଦେଖୁଥିଲେ ଓ ଏତେ କମ ବୟସରୁ ଏତେ ପକ୍ଵ ସାମ୍ବାଦିକ ସେ ବହୁତ କମ ଦେଖିଛନ୍ତି ବୋଲି କହିଛନ୍ତି । ଡ଼ିସିପିଙ୍କ ସହ ଅରିନ୍ଦମଙ୍କ ଖୁବ ଭଲ ସମ୍ପର୍କ ଥିଲା । ତାଙ୍କର ଏଭଳି ଅ-କା-ଳ ମୃ-ତ୍ୟୁ-ରେ ଡ଼ିସିପି ଅସୀମ ପଣ୍ଡା ମଧ୍ୟ ଖୁବ ମ-ର୍ମା-ହ-ତ ହୋଇଛନ୍ତି ।
ଖବର ଶୁଣିବା ପରେ ତାଙ୍କୁ ବିଶ୍ବାସ ହୋଇ ନଥିଲା । ଅରିନ୍ଦମ ତାଙ୍କ ନେଟୱର୍କ ଖୁବ ଦୃଢ ରଖିଥିଲେ ଓ ରାତିଅଧ ହେଉ କିମ୍ବା ଭୋର ସକାଳ ସବୁବେଳେ ଘଟଣା ସ୍ଥଳରେ ସେ ପହଞ୍ଚି ଯାଉଥିଲେ । କ୍ରା-ଇ-ମ ନ୍ଯୁ-ଜ ପରିବେଷଣ ସମୟରେ ମଧ୍ୟ ଅରିନ୍ଦମ ଆଇନଗତ ଭାଗକୁ ନଜରରେ ରଖୁଥିଲେ । କେବେ ହେଲେ ଏହି ସୀମାକୁ ଅତିକ୍ରମ କରିବାକୁ ସେ ଚେଷ୍ଟା କରୁ ନଥିଲେ । ଡ଼ିସିପି ରାଉଳକେଲା ବଦଳି ହୋଇଯିବା ପରେ ବି ଅରିନ୍ଦମ ତାଙ୍କୁ ଫୋନ କରି ଭଲ ମନ୍ଦ ବୁଝୁଥିଲେ ।
ଅରିନ୍ଦମଙ୍କ ମିଶାଣିଆ ପ୍ରକୃତି ଯୋଗୁଁ ତାଙ୍କୁ ସମସ୍ତେ ପସନ୍ଦ କରୁଥିଲେ ବୋଲି ଡ଼ିସିପି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।