Rudra ଙ୍କ ହାତ ଧରି ପାଠ ପଢାଇଲେ ଭୋଟର, ଦେଖନ୍ତୁ Video

ପିପିଲି ଜୁଆସପୁର ମାଧପୋଟଳ ହରିଜନ ସାହିରେ ବିଜେଡ଼ି ବିଧାୟାକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ନିଜର ଆସନ୍ତା ନିର୍ବାଚନ ପାଇଁ ଭୋଟରଙ୍କ ପାଖକୁ ଯାଇ ଥିଲେ । ଏହି ସମୟରେ ସେଠିକାର କିଛି ଲୋକମାନେ ତାଙ୍କୁ ଡାକି ଡାକି ନିଜର ଦୁଃଖ ଓ ଦୁ-ର୍ଦ୍ଦ-ଶା ବିଷୟରେ କହିଥିଲେ । ଲୋକମାନେ ରୁଦ୍ରଙ୍କୁ ଅବ୍ୟବସ୍ଥାର ଚିତ୍ର ଦେଖାଇ ଅସଲ ପାଠ ମଧ୍ୟ ପଢାଇଲେ । ସେମାନେ ରୁଦ୍ରଙ୍କୁ ତାଙ୍କର କଣ ସବୁ ବିକାଶ ହୋଇଛି ତାହା ସବୁ କହିଲେ ଓ ଦେଖାଇଲେ ।

କିଏ କହୁଛି କେବଳ ଭୋଟ ବେଳ ହିଁ ଆସୁଛ । ଆଉ କିଏ କହୁଥିଲା କି ଆମର ଘର ଦ୍ଵାରା ଦେଖ ଓ କିଏ କହୁଥିଲା ମୋର ବୁଢୀ ମା କୁ ଥରେ ଦେଖ । ଆଉ ଜଣେ ବ୍ୟକ୍ତି ବାତ୍ୟା ସମୟରେ ନିଜ ଘରର ଓ ନିଜର ଅବସ୍ଥା ବିଷୟରେ କହି ନିଜ ପାଖରେ ଥିବା ସେହି ଦୃଶ୍ୟର ଫଟୋ ରୁଦ୍ରଙ୍କୁ ଦେଖାଉ ଥିଲେ । ସେହି ସମୟରେ ସେମାନେ କେମିତି ରହୁଥିଲେ ରୁଦ୍ରଙ୍କୁ ଜଣେ ଗାଁ ବାସିନ୍ଦା କହିଲେ । ସେ କହିଲେ କି ଏତେ କଷ୍ଟ ସତ୍ବେ ବି ତାଙ୍କୁ କୌଣସି ବି ପ୍ରକାରର ସରକାରୀ ସହାୟତା ମିଳିଲା ନାହିଁ ।

ଏହିଭଳି ବହୁତ ପ୍ରଶ୍ନର ସାମ୍ନା କରିଥିଲେ ବିଜେଡ଼ି ପ୍ରାର୍ଥୀ ରୁଦ୍ର । ଶେଷରେ କିଛି ଉପାୟ ନ ପାଇ ଯଥା ଶୀଘ୍ର ବିଜେଡ଼ି ପ୍ରାର୍ଥୀ ରୁଦ୍ର ସେହି ସ୍ଥାନରୁ ଖସି ଯାଇ ଥିଲେ । ଏହି ସାହିର ଜଣେ ବାସିନ୍ଦା କହିଲେ କି ୨୦ ବର୍ଷ ହେବ ଭୋଟ ଦେଇ ସେମାନେ କିଛି ପାଇ ନାହାନ୍ତି, ନା ହିଁ ଇନ୍ଧିରା ଆବାସ ଯୋଜନା ନା ଅନ୍ୟ କିଛି ସୁବିଧା । ଆମର ବର୍ତ୍ତମାନ ଘର ଦ୍ଵାର ଭାଙ୍ଗି ଯାଇଛି ଓ ଯେଉଁ କାରଣରୁ ଆମେ ବର୍ତ୍ତମାନ ପଲଥିନ ପକାଇ ଶୋଇଛୁ ।

ଓଲଟା ସରକାରୀ ଅଫିସର ଆମକୁ ଟଙ୍କା ମାଗୁଛନ୍ତି ଟଙ୍କା ଦେଲେ ସେମାନେ ଆମକୁ ଇନ୍ଧିରା ଆବାସ ଘର ଦେବେ । ଅନ୍ୟ ଏକ ମହିଳା ଜଣକ କହିଲେ କି ବର୍ଷା ଦିନରେ ଆମେ ସ୍କୁଲରେ ଯାଇ ରହୁଛୁ । ଆମର ବିଳବାଡି କିଛି ନାହିଁ ଓ ଆମେ ଖଟିଲେ ହିଁ ଖାଇବୁ । ଖାଇବୁ କଣ ରହିବୁ କଉଠି ଓ ଦବୁ କଣ । ମୂଳ ନ ଲାଗିଲେ ଆମେ ଉପାସରେ ଶୋଇବୁ ।

୨୨ ବର୍ଷ ହେବ ଲୋକମାନଙ୍କୁ ମିଥ୍ୟା କଥା କହି ସେମାନଙ୍କୁ ସେମାନଙ୍କର ଅଧିକାର ଠାରୁ ବଞ୍ଚିତ କରିଛନ୍ତି ବିଜେଡ଼ି ସରକାର । ବର୍ତ୍ତମାନ ବିଜେଡ଼ି କର୍ମକର୍ତ୍ତା ଲୋକମାନଙ୍କ ପାଖକୁ ଗଲେ ଏହିଭଳି ବିଭିନ୍ନ ପ୍ରକାରର ପ୍ରଶ୍ନର ସାମ୍ନା କରୁଛନ୍ତି । ଲୋକମାନେ ଏଥର ବିଜେପି ଓ କଂଗ୍ରେସକୁ ଭୋଟ ଦେବେ ବୋଲି କହୁଛନ୍ତି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଲୋକମାନେ ସରକାରଙ୍କ ଅସଲ ଚେହେରା ରୁଦ୍ରଙ୍କୁ ଦେଖାଇ ଥିଲେ । ଯାହାକୁ ଦେଖି ରୁଦ୍ର ଅଳ୍ପ ସମୟ ମଧ୍ୟରେ ସେହି ସ୍ଥାନରୁ ଫେରି ଆସିଥିଲେ । ବର୍ତ୍ତମାନ ଦେଖିବାର ଅଛି କି କିଏ ଜିତୁଛି ଓ କିଏ ହାରୁଛି ।