Vastu Shastra- ମା’ ଲକ୍ଷ୍ମୀ କୁହନ୍ତି ଘରେ ଏହି 1 ନିୟମ ବନେଇ ନିଅନ୍ତୁ ଜୀବନରେ କେବେ ବି ହେବନି ଧନର ଅଭାବ, ମା’ଲକ୍ଷ୍ମୀ କରିବେ ଆଶୀର୍ବାଦ

ପ୍ରତ୍ଯେକ ମନୁଷ୍ୟ ଜୀବନରେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହେଁ ଓ ବହୁତ ଧନ ଅର୍ଜନ କରିବାକୁ ଚାହେଁ । କାରଣ ଧନ ବିନା ସୁଖ ସୁବିଧା ପାଇବା ଅସମ୍ଭବ ଅଟେ । କିଛି ଲୋକ ଅଛନ୍ତି ସେମାନେ ଯେତେ ଧନ କମାଇଲେ ମଧ୍ୟ ତାହା ତାଙ୍କ ପାଖେ ରୁହେ ନାହିଁ । ଯେଉଁଥି ପାଇଁ ସେମାନେ ସବୁବେଳେ ଚିନ୍ତାରେ ରୁହନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଆପଣ ରବିବାର ଦିନ କଲେ ସୁଫଳ ପାଇବେ ।

ଯଦି ଆପଣ ଘରେ ସୁଖ ସମୃଦ୍ଧି ଚାହାନ୍ତି ତେବେ ରବିବାର ରାତିରେ ଶୋଇବା ସମୟରେ ଏକ ଗ୍ଳାସ ପାଣିରେ ଅଳ୍ପ କ୍ଷୀର ମିଶାଇ ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ । କିନ୍ତୁ ଯେପରି ଆପଣଙ୍କ ହାତ ବାଜି ଏହା ପଡି ନଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସକାଳୁ ଉଠି ସ୍ନାନ କରିବା ପରେ ଏହି କ୍ଷୀର ମିଶ୍ରିତ ପାଣିକୁ ବବୁଲ ଗଛ ମୂଳେ ଢାଳି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଧନ ତିଷ୍ଠିବାକୁ ଲାଗିବ ।

ଯଦି ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ଉପୁଜୁଛି ବା କୌଣସି କାର୍ଯ୍ୟ ମଧ୍ୟ ହୋଇପାରୁ ନାହିଁ ତେବେ ରବିବାର ଦିନ କୌଣସି କଳା କୁକୁରକୁ ରୋଟି ଖୁଆନ୍ତୁ କିମ୍ବା କଳା ଚଢେଇକୁ ଦାନା ପକାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଉପୁଜୁଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ସେହିପରି ରବିବାର ଦିନ କଳା ତିଳ ବା କଳା ଡାଲି ଦାନ କଲେ ଜୀବନରେ ଆସିବାକୁ ଥିବା ସମସ୍ତ ସମସ୍ଯା ଦୂରେଇ ଯିବ ଓ ଏହାସହ ଆପଣଙ୍କ ଉପରେ ଶନିଦେବଙ୍କ କୃପା ମଧ୍ୟ ରହିବ ।

ରବିବାର ଦିନ ଶୀଘ୍ର ଉଠି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଓ ଜଳଧାରା ଭିତର ଦେଇ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଆଖିର ଜ୍ଯୋତି ବୃଦ୍ଧି ପାଇବ ଓ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବ । ଏହା ସହ ଆପଣଙ୍କ ପରିବାର ଲୋକଙ୍କ ଆଖପାଖକୁ ମଧ୍ୟ ରୋଗ ଆସିବ ନାହିଁ । ଜଳ ଚଢାଇବା ସମୟରେ “ଓଁ ସୂର୍ଯ୍ୟଦେବାୟଃ ନମଃ” ମନ୍ତ୍ରର ଜପ କଲେ ଆପଣଙ୍କୁ ସୂର୍ଯ୍ୟଦେବାଙ୍କ ସହ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

ରବିବାର ଦିନ ପିପ୍ପଳ ବୃକ୍ଷ ମୂଳେ ଚଉମୁଖା ଦୀପ ଜଳାଇଲେ ବ୍ୟାପାରରେ ବୃଦ୍ଧି ହୋଇଥାଏ ଓ ଘରକୁ ଧନ ଆସିବାର ଅନେକ ରାସ୍ତା ତିଆରି ହୋଇଯାଏ । ଯଦି ଆପଣ ଯେତେ ପଇସା କମାଇଲେ ମଧ୍ୟ ତାହା ଟିକୁନାହିଁ ବା ବ୍ୟର୍ଥ ଖର୍ଚ୍ଚ ହୋଇ ଯାଉଛି ତେବେ କୌଣସି ଶୁଭ ମହୁରତରେ ଶୀଘ୍ର ଉଠି ସ୍ନାନାଦି କର୍ମ ଶେଷ କରନ୍ତୁ ଓ ଏକ ସଫା ଲାଲ ରଙ୍ଗର କପଡା ନେଇ ସେଥିରେ ୨୧ଟି ଅଖଣ୍ଡିତ ଚାଉଳ ଦାନା ବାନ୍ଧି ଦିଅନ୍ତୁ । ଏହାପରେ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ଓ ପୂଜାରେ ଏହି ଚାଉଳ ବନ୍ଧା ଲାଲ କପଡା ମଧ୍ୟ ରଖନ୍ତୁ ।

ପୂଜା ପରେ ମା ଲକ୍ଷ୍ମୀଙ୍କୁ ନିଜ ମନୋସ୍କାମନା ଜଣାଇ ସେହି ସେହି ଚାଉଳ ପୁଟୁଳିକୁ ନିଜ ପର୍ସ ଭିତରେ ରଖି ଦିଅନ୍ତୁ । ଧନ ପ୍ରାପ୍ତି ପାଇଁ ଆପଣ ପ୍ରତିଦିନ ସକାଳୁ ଉଠି ନିଜ ଦୁଇ ପାପୁଲିକୁ ଚାହିଁ ମା ଲକ୍ଷ୍ମୀଙ୍କ ସ୍ମରଣ କରନ୍ତୁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଓ ମା ସରସ୍ଵତୀ ମଧ୍ୟ ପ୍ରସନ୍ନ ହେବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।