ଘରକୁ ଦରିଦ୍ରତା ନେଇ ଆସେ ଏହି 5 ଟି ଜିନିଷ, ଆଜି ହିଁ ବଦଳେଇ ନିଅନ୍ତୁ ଏହି ଅଭ୍ଯାସ ନଚେତ ଭୋଗିବେ ଭୟଙ୍କର ପରିଣାମ (vastu tips)

ଆମ ଅଭ୍ଯାସ ଆମ ବ୍ୟକ୍ତିତ୍ବ ଏବଂ ବିଚାରର ଆଇନା ସ୍ୱରୂପ । ଘରର ସୁଖ ସମୃଦ୍ଧି ପାଇଁ ସେହି ଘରର ସଦସ୍ୟଙ୍କ ଅଭ୍ଯାସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଅନେକ ସମୟରେ ଯେତେ ପରିଶ୍ରମ ଓ ପୂଜାପାଠ କଲେ ମଧ୍ୟ ଆମେ ମା ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ରହିଥାଉ । ଏହାର କାରଣ ହେଉଛି ଆମର ଖରାପ ଅଭ୍ଯାସ । ଆଜି ଆମେ ଆପଣଙ୍କୁ ଏହିପରି କିଛି ଖରାପ ଅଭ୍ଯାସ ବିଷୟରେ ଜଣାଇ ଦେବୁ ଯାହା ସୁଧାରିବା ଫଳରେ ଆପଣ ମା ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ।

ଯେଉଁ ଘରେ ସକାଳ ଏବଂ ସନ୍ଧ୍ୟାରେ ଈଶ୍ବରଙ୍କ ପୂଜା ଉପାସନା କରାଯାଏ ଓ ତାଙ୍କ ସମୁଖରେ ଦୀପ ଜଳା ହୁଏ, ସେହି ଘରେ ସର୍ବଦା ଈଶ୍ବରଙ୍କ କୃପା ବଜାୟ ରୁହେ । ଏହା ସହ ମା ଲକ୍ଷ୍ମୀଙ୍କ ପ୍ରତୀକ ତୁଳସୀଙ୍କୁ ମଧ୍ୟ ଘରେ ଅବଶ୍ୟ ରଖନ୍ତୁ ଓ ସନ୍ଧ୍ୟାରେ ତାଙ୍କ ନିକଟରେ ଦୀପ ଅବଶ୍ୟ ଜଳାନ୍ତୁ । ହିନ୍ଦୁଧର୍ମରେ ବିଶେଷ କରି ଶୁକ୍ରବାରକୁ ମା ଲକ୍ଷ୍ମୀଙ୍କ ବାର ବୋଲି ମାନାଯାଏ । କାରଣ ଏହି ଦିନ ମା ଲକ୍ଷ୍ମୀ ଙ୍କର ଅତିପ୍ରିୟ ଅଟେ । ଏଥିପାଇଁ ଶୁକ୍ରବାର ଦିନ ସଂପୂର୍ଣ୍ଣ ମନୋଭାବ ଏବଂ ବିଧିବିଧାନରେ ମା ଲକ୍ଷ୍ମୀ ଙ୍କର ପୂଜା କରନ୍ତୁ ।

ଏହାଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଆମର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରନ୍ତି । ଏହାସହ ଘରର ମୁଖ୍ୟଦ୍ଵାର ସର୍ବଦା ତୋରଣ କିମ୍ବା ରଙ୍ଗୋଲିରେ ସଜାଇ ରଖନ୍ତୁ ଓ ମୁଖ୍ୟଦ୍ଵାର ଏବଂ ତା ଆଖପାଖ ସର୍ବଦା ସଫାସୁତୁରା ରଖନ୍ତୁ । ଘରର ମୁଖ୍ୟଦ୍ଵାରା ନିକଟରେ ଚପଲ ଜୋତା କିମ୍ବା ଅଳିଆ ଆବର୍ଜନା ପକାଇ ରଖନ୍ତୁ ନାହିଁ । ମୁଖ୍ୟଦ୍ବାରର ସୁନ୍ଦରତାରୁ ହିଁ ଘର ଭିତର ପରିସ୍ଥିତି ଜାଣି ହୁଏ । ସ୍ଵଚ୍ଛ, ପବିତ୍ର ଓ ସୁନ୍ଦର ବାତାବରଣ ଥିବା ଘରେ ହିଁ ମା ଲକ୍ଷ୍ମୀ ପ୍ରବେଶ କରିବାକୁ ଇଚ୍ଛା କରନ୍ତି ।

ସେଥିପାଇଁ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଁଥିଲେ ଘରର ମୁଖ୍ୟଦ୍ଵାର ସହ ଘର ଭିତରର ସଫାସୁତୁରା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଘରକୁ ଆସିଥିବା ଅତିଥି ସାଧୁସନ୍ଥ ଓ ଜ୍ଞାନୀ ବ୍ୟକ୍ତିଙ୍କ ସଦେବ ସମ୍ମାନ କରିବା ଉଚିତ । ବିନା କାରଣରେ ସେମାନଙ୍କ ଉପରେ କ୍ରୋଧିତ ହେବା ପରିବର୍ତ୍ତେ ଆଦରର ସହ ସେମାନଙ୍କ ସତ୍କାର କରିବା ଉଚିତ । କାରଣ ମନେ ରଖନ୍ତୁ କେବେ କେବେ ଇଶ୍ଵର ସେମାନଙ୍କ ରୂପରେ ମଧ୍ୟ ଘରକୁ ଆସନ୍ତି । ସେଥିପାଇଁ ଭୁଲରେ ମଧ୍ୟ ସେମାନଙ୍କ ଅପମାନ କରନ୍ତୁ ନାହିଁ ।

ଏହାସହ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା ଓ କନ୍ୟା ମାନଙ୍କୁ କେବେ ମଧ୍ୟ ଅପମାନିତ କରନ୍ତୁ ନାହିଁ । ଛୋଟ ହୁଅନ୍ତୁ ବା ବଡ ଘରେ ଯେପରି କାହାର ମଧ୍ୟ ଅପମାନ ନହୁଏ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହାସହ କାହା ସହ ମଧ୍ୟ ଅନ୍ୟାୟ, ବେଇମାନି କିମ୍ବା ଦୁର୍ବ୍ୟବହାର କରନ୍ତୁ ନାହିଁ । ଏହି ସବୁ ବିଷୟ ମା ଲକ୍ଷ୍ମୀଙ୍କୁ ବହୁତ ଅପ୍ରିୟ ଅଟେ । ଏହା ସହ ଘରର ବାତାବରଣ ସର୍ବଦା ଆନନ୍ଦମୟ ରଖିବାକୁ ଚେଷ୍ଟା କରନ୍ତୁ । ଯେଉଁ ଘରେ ସର୍ବଦା କଳହ ହୁଏ ସେଠାରେ ମା ଲକ୍ଷ୍ମୀ ବସ କରନ୍ତି ନାହିଁ ।

ଏହାସହ ଟଙ୍କା ପଇସା ଓ ଧନ ସମ୍ପତ୍ତିର ମଧ୍ୟ ସର୍ବଦା ସମ୍ମାନ କରନ୍ତୁ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏଭଳି ବାସ୍ତୁ ଟିପ୍ସ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।