Liver ରେ ଜମିଥିବା ମଳିଆ ସଫା କରନ୍ତୁ କେବଳ 1 ଦିନରେ, ଏହାକୁ ପାଣିରେ ମିଶାଇ ପିଇ ନିଅନ୍ତୁ ବଞ୍ଚିଯିବ ଜୀବନ (Health Tips)

ଅସନ୍ତୁଳିତ ଖାଦ୍ୟପେୟ ଓ ଅନିୟମିତ ଜୀବନଶୈଳୀ ଯୋଗୁଁ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ଲିଭର ଆମ ପାଚକତନ୍ତ୍ରର ଏକ ମହତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଏହା ଆମ ପେଟର ଡାହାଣ ଭାଗର ସାମାନ୍ଯ ତଳକୁ ରହିଥାଏ । ଲିଭର ଆମ ଶରୀରରୁ ଟକ୍ସିନକୁ ବାହାର କରିଥାଏ । ଲିଭର ଖରାପ ହେଲେ ବ୍ୟକ୍ତିଙ୍କୁ ହେପାଟାଇଟିସ, ଫ୍ୟାଟି ଲିଭର, ଲିଭର କ୍ୟାନ୍ସର ଓ ସଂକ୍ରମଣ ପରି ରୋଗ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଲିଭର ସଫା ରଖିବାର କେତୋଟି ଉପାୟ ବିଷୟରେ କହିବୁ ।

ହଳଦୀକୁ ଅନେକ ପ୍ରକାର ରୋଗର ଔଷଧ ଭାବେ ବ୍ୟବହାର କରାଯାଏ । ଚିନୀ ଓ ଆୟୁର୍ବେଦିକ ଔଷଧରେ ହଳଦୀକୁ ବହୁଳ ପରିମାଣରେ ବ୍ୟବହାର କରାଯାଏ । ହଳଦୀ ଆମ ପାଚନତନ୍ତ୍ର ଓ ଲିଭର ତ୍ଵଚାକୁ ଠିକ ରଖିବାରେ ସାହାଯ୍ୟ କରେ । ହଳଦୀରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟୋରି ଗୁଣ ଲିଭର କୋଷିକାକୁ କ୍ଷୟ ପାଇବାରୁ ବଞ୍ଚାଇଥାଏ । ଆପଣ କୌଣସି ଖାଦ୍ଯ ସହ ହଲଦୀର ବ୍ଯବହାର କରିପାରିବେ । ଲିଭର ଠିକ ଭାବେ କାର୍ଯ୍ୟ କରିବା ପାଇଁ ଆୟୁର୍ବେଦରେ ଅଅଁଳାକୁ ମଧ୍ୟ ବ୍ୟବହାର କରାଯାଏ ।

ଅଅଁଳା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ଏକ ଚାମୁଚ ଅଅଁଳା ଗୁଣ୍ଡ ଉଷୁମ ପାଣିରେ ମିଶାଇ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ରସୁଣରେ ଥିବା ଔଷଧୀୟ ଗୁଣ ମଧ୍ୟ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହା ଲିଭର ଏନଜାଇମଙ୍କୁ ସକ୍ରିୟ ରଖିବାରେ ସାହାଯ୍ୟ କରେ ଓ ଶରୀରରୁ ଅବଶିଷ୍ଟ ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଲିଭରକୁ ସଫା ରଖିବା ପାଇଁ ରସୁଣକୁ ଡାଏଟରେ ସାମିଲ କରିବା ନିହାତି ଜରୁରୀ ଅଟେ ।

କିସମିସ ମଧ୍ୟ ଆମ ଲିଭର ପାଇଁ ଖୁବ ଲାଭଦାୟକ ଅଟେ । ଏଥିପାଇଁ ଆମ କିସମିସକୁ ଭଲ ଭାବେ ଧୋଇ ରାତିରେ ଦୁଇ କପ୍ ପାଣି ଗରମ କରି ସେଥିରେ ୧୫୦ ଗ୍ରାମ କିସମିସ ରାତିସାରା ଭିଜାଇ ରଖନ୍ତୁ । ସକାଳେ ଏହାକୁ ଛାଣି ହାଲୁକା ଗରମ କରି ଖାଲି ପେଟରେ ପିଅନ୍ତୁ । ଏହାର ୨୦-୨୫ ମିନିଟ ପରେ ଜଳଖିଆ ଖାଆନ୍ତୁ । ଏହି ଉପାୟ ଦ୍ଵାରା ଉଭୟ ଲିଭର ଏବଂ କିଡନୀ ସଫା ହୋଇଯାଏ । ସପ୍ତାହରେ ଥରେ ଲେଖାଏଁ ଏକ ମାସ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ । ଡାଇବେଟିସ ରୋଗୀ ଏହା ସେବନ କରନ୍ତୁ ନାହିଁ ।

ସେହିପରି ଭିଟାମିନ-ସି ଓ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର ଅଙ୍ଗୁରୁ, କମଳା, କାଗିଜି ଲେମ୍ବୁ ଆଦି ଖଟା ଫଳ ଲିଭର ଏବଂ ଅନ୍ୟ ଆଭ୍ଯନ୍ତରୀଣ ଅଙ୍ଗ ଗୁଡିକୁ ପ୍ରାକୃତିକ ଭାବେ ସଫା ରଖିବାରେ ସାହାଯ୍ୟ କରନ୍ତି । ଲିଭରରେ ଥିବା ବିଷାକ୍ତ ପଦାର୍ଥ ପାଇଁ ଏହା ଏନଜାଇମ ଉତ୍ପାଦନ କରନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।