ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନ ବ୍ୟସ୍ତବହୁଳ ହୋଇ ଗଲାଣି । ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଲୋକଙ୍କ ପାଖରେ ନିଜ ପାଇଁ ମଧ୍ୟ ସମୟ ରହୁ ନାହିଁ । ସେଥିପାଇଁ ପ୍ରାୟତଃ ଲୋକେ ବିଷାଦରେ ରହୁଥିବାର ଦେଖା ଯାଉଛି । ମାତ୍ର ଆମ ଜୀବନରେ ହସିବା ଓ ଖୁସି ରହିବା ବହୁତ ଜରୁରୀ ଅଟେ । ସେଥିପାଇଁ ଆମେ ଗୋଟେ ଛୋଟ ପ୍ରୟାସ କରି ଆପଣଙ୍କ ପାଇଁ କିଛି ହସକଥା ନେଇ ଆସିଛୁ । ଆପଣ ଏହା ପଢିଲେ ନିଶ୍ଚୟ ହସି ପକାଇବେ ।
Funny joke- 1
ଜାହାଜ ସହ ମାରୱାଡି ମଧ୍ୟ ବୁଡି ଯାଉଥିଲା, କିନ୍ତୁ ସେ ହସୁଥିଲା ।
ଅନ୍ୟ ଯାତ୍ରୀ: ଆରେ କଣ ପାଇଁ ହସୁଛୁ ?
ମାରୱାଡି: ଯାହା ହଉ ମୁଁ ରିଟର୍ନ ଟିକେଟ କରିନି ।
Funny joke- 2
କାଲି ଦାସ ବାବୁ ଦୋକାନକୁକୁ ଚପଲ କିଣିବାକୁ ଯାଇଥିଲେ…
ଦୋକାନୀଟି ପ୍ରଥମେ ତାଙ୍କ ପାଦକୁ ସାନିଟାଇଜରରେ ସଫା କଲା…
ତାପରେ ସାବୁନରେ ଗୋଦା ଧୋଇ ଦେଇ ଟାଉଲରେ ପୋଛି ଦେଲେ । ତାପରେ ଚପଲ ପିନ୍ଧାଇଲେ ।
ଏହାପରେ ଦାସ ବାବୁ ଚୁପଚାପ ଟଙ୍କା ଦେଇ ଯିବାକୁ ବାହାରିଲେ ।
ଦୋକାନୀଟି ପଚାରିଲା, ‘ଆଉ କଣ ନେଇଥାନ୍ତେ କି ?’
ଦାସ ବାବୁ କହିଲେ, ହାଁ ଗୋଟେ ଚଡି ବି କିଣିଥାନ୍ତି ଯେ…
ହେଲେ ତୁମ ସେବା ଦେଖି ମୋ ଇରାଦା ବଦଳି ଦେଲି ।
Funny joke- 3
ଜଣେ ଲୋକ ଗୋଟିଏ ଅସରପାକୁ ମାରୁଥିଲେ…
ମରିବା ପୂର୍ବରୁ ଅସରପାଟି ଶେଷ ଥର ପାଇଁ ସେ ଲୋକକୁ
କହିଲା –
ହାଁ ମାରି ଦେ ମୋତେ…! ଡରକୁଳା କୋଉଠି କାର…!
ତୁ ମୋତେ ଏଥିପାଇଁ ଚିଡୁଛୁ ନା…
କି ତୋ ସ୍ତ୍ରୀ ମୋତେ ଡରୁଛି… କିନ୍ତୁ ତୋତେ ନୁହେଁ…!!
Funny joke- 4
ବାହାଘର କଣ ଅଟେ
ଏହା ବୁଝିବା ପାଇଁ ଜଣେ ବୈଜ୍ଞାନିକ
ବାହା ହୋଇଗଲେ ।
ଆଉ ଏବେ ସେ ବୁଝି ପାରୁ ନାହାନ୍ତି,
କି… ବିଜ୍ଞାନ କଣ ଅଟେ ।
Funny joke- 5
ପପୁ ତା ବାପା ସାଣ୍ଟାଙ୍କୁ କହିଲା- ବାପା ମୋତେ ୧୮୦ ସିସି
ପଲସର ବାଇକ ଦରକାର…!
ସାଣ୍ଟା- ପୁଅ ତୁ ୧୮୦ ସିସି ପଲସର ନେ, କି ୩୫୦ ସିସି ବୁଲେଟ,
ପିଛା ତ ସେଇ ୧୦୦ ସିସି ସ୍କୁଟି ବାଲିର ହିଁ କରିବୁ ନା…!!
Funny joke- 6
ସ୍ତ୍ରୀ ନୂଆ ସିମ କିଣିଲା ଓ ଭାବିଲା ତା ସ୍ଵାମୀକୁ ସରପ୍ରାଇଜ ଦେବ…
ରୋଷେଇ ଘରକୁ ଯାଇ ସ୍ଵାମୀକୁ ଫୋନ କରି କହିଲା, ‘ହେଲୋ ଡାର୍ଲିଂ…!’
ସ୍ଵାମୀ- ତୁମେ ପରେ ଫୋନ କର,
ସେ ଡାହାଣୀ ରୋଷେଇ ଘରେ ଅଛି…!
ଏବେ ବଡ ମେଡିକାଲରେ ସ୍ଵାମୀର ଚିକିତ୍ସା ଚାଲିଛି…!!
Funny joke- 7
ପପୁ- ଭାଇ କେମିତି ଅଛୁ ?
ଡବୁ- ହାଁ ଭାଇ ଭଲ ଅଛି, ତୁ କେମିତି ଅଛୁ ?
ପପୁ- ଆଉ ପଢାପଢି କେମିତି ଚାଲିଛି ?
ଡବୁ- ତୁ ସାଙ୍ଗ ହେଇଛୁ ସାଙ୍ଗ ଭଳି ରହ
ରିସ୍ତେଦାରଙ୍କ ଭଳି ହରକତ କରିବା ଦରକାର ନାହିଁ ।
Funny joke- 8
ସ୍ତ୍ରୀ- ତୁମର ପଡୋଶୀ ସ୍ତ୍ରୀ ସହ ଚକ୍କର ଚାଲିଛି ନା ?
ସ୍ଵାମୀ- ନାଇ ତ…
ସ୍ତ୍ରୀ- ଜମା ମିଛ କୁହନି…
ସ୍ଵାମୀ- କଣ ପ୍ରମାଣ ମୋର ତା ସଙ୍ଗେ ଚକ୍କର ଚାଲିଛି ?
ସ୍ତ୍ରୀ- କାଲି ରାତିରେ ତା ସ୍ଵାମୀ…
ତୁମ ଗଞ୍ଜି ପିନ୍ଧିକି ଆସିଥିଲା…!!