ପ୍ରେମ ପାଇଁ ପ୍ୟାରିସରୁ ଆସି ବିହାରରେ ବିବାହ କଲେ ଯୁବତୀ, ବିଦେଶୀ ବୋହୂକୁ ଦେଖିବା ପାଇଁ ଗାଁ ଲୋକେ ଭିଡ କଲେ, ଦେଖନ୍ତୁ Video

କୁହାଯାଏ ପ୍ରେମ ଜାତି, ଧର୍ମ, ରୂପ, ବର୍ଣ୍ଣ ଆଦି ଦେଖି ହୁଏନାହିଁ । ସେଥିପାଇଁ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ଥରେ କାହା ଉପରେ ହୃଦୟ ଆସିଗଲେ ଦୁନିଆ ବି ଦେଖା ଯାଏନି । ଏହି କଥାକୁ ପ୍ରମାଣିତ କରିଛନ୍ତି ପ୍ୟାରିସର ଏହି ଯୁବତୀ । ସବୁ ବାଧା ବନ୍ଧନକୁ ପାର୍ କରି ଆସି ହୋଇଛନ୍ତି ବିହାରର ବୋହୂ । ପ୍ୟାରିସର ଏହି ଯୁବତୀ ସାତ ସମୁଦ୍ର ପାର ହୋଇ ଭାରତ ଆସିଛନ୍ତି ଓ ଏଠାରେ ନିଜ ଇଣ୍ଡିଆନ ବୟଫ୍ରେଣ୍ଡଙ୍କୁ ଧୁମଧାମରେ ବିବାହ ମଧ୍ୟ କରିଛନ୍ତି ।

ଫ୍ରାନ୍ସର ଯୁବତୀ ମେରି ଲୋର ହେରଲ ଙ୍କର ବେଗୁସରାଇ ବାସିନ୍ଦା ରାକେଶ କୁମାରଙ୍କ ସହ ଆଫେୟାର ଥିଲା । ଦୁହେଁ ବେଗୁସରାଇରେ ହିନ୍ଦୁ ରୀତିନୀତି ଓ ପରମ୍ପରାରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ ବେଳେ ବିହାରୀ ବର ଓ ବିଦେଶୀ କନ୍ୟାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ସେଠାରେ ଜମା ହୋଇଥିଲା । ବେଗୁସରାଇର ରାକେଶ କୁମାର ପ୍ୟାରିସର ବିଜନେସମ୍ୟାନ ମେରି ଲୋର ହେରଲଙ୍କ ସହ ସନାତନ ପରମ୍ପରା ମୁତାବକ ବିବାହ କରିଛନ୍ତି ।

ମେରିଙ୍କ ସହ ତାଙ୍କ ପିତାମାତା ମଧ୍ୟ ଏହି ବିବାହରେ ସାମିଲ ହେବାକୁ ଆସିଥିଲେ । ଆସନ୍ତା ସପ୍ତାହରେ ବାର କନ୍ୟା ଦୁହେଁ ପ୍ୟାରିସ ଲେଉଟିଯିବେ । ରାକେଶ କୁମାର ଦିଲ୍ଲୀରେ ରହି ଜଣେ ଟୁରିଷ୍ଟ ଗାଇଡ ଭାବେ କାର୍ଯ୍ୟ କରୁଥିଲେ । କାର୍ଯ୍ୟ କରୁଥିବା ସମୟରେ ଆଜିକୁ ପ୍ରାୟ ୬ ବର୍ଷ ପୂର୍ବେ ଭାରତ ବୁଲିବାକୁ ଆସିଥିବା ମେରିଙ୍କ ସହ ରାକେଶଙ୍କ ବନ୍ଧୁତା ସ୍ଥାପନା ହୋଇଥିଲା । ଭାରତରୁ ବିଦେଶ ଯିବା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହେଉ ହେଉ ଏହା କେତେବେଳେ ପ୍ରେମରେ ବଦଳି ଯାଇଥିଲା ତାହା ସେମାନଙ୍କୁ ମଧ୍ୟ ଜଣା ପଡି ନଥିଲା ।

ଏହାପରେ ପାଖାପାଖି ତିନି ବର୍ଷ ପୂର୍ବେ ରାକେଶ ମଧ୍ୟ ବିଦେଶ ଯାଇଥିଲେ । ସେଠାରେ ମେରିନାକ ସହ ମିଶି ରାକେଶ ପାର୍ଟନରଶିପ୍ ରେ ଲୁଗାପଟା ବିଜନେସ କରିବା ଆରମ୍ଭ କରି ଦେଇଥିଲେ । ଏହି ସମୟରେ ସେମାନଙ୍କ ପ୍ରେମ ଆହୁରି ଗଭୀର ହୋଇ ଯାଇଥିଲା । ଆଉ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଭଳି ପ୍ରେମ କାହାଣୀ ବହୁତ କମ୍ ଦେଖିବାକୁ ମିଳେ ।

କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି ଘଟଣାଟି ଏକଦମ ସତ ଅଟେ । ଆପଣଙ୍କୁ ରାକେଶ ଓ ମେରିଙ୍କ ଲଭଷ୍ଟୋରି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।