ସର୍ଜରୀ ନ କରି ମଧ୍ୟ ଷ୍ଟୋନ ସମସ୍ୟାରୁ ମୁକ୍ତି ପାଇ ପାରିବେ, ଏହି 3 ଟି ଜିନିଷର ବ୍ୟବହାର ଦ୍ଵାରା ଦୂର ହୋଇଯିବ ସମସ୍ୟା

ଆପଣ ନିଜ ଶରୀରର ବହୁତ ଧ୍ୟାନ ରଖୁଥିବେ । ଚେହେରା ଚମକାଇବା, ପେଟ କମାଇବା ପାଇଁ ଆପଣ ବହୁତ ପ୍ରକାରର ପ୍ରୟାସ କରୁଥିବେ । ଏହା ଶରୀରର ବାହାର ଅଙ୍ଗ ଯାହାକୁ ଫିଟ ରଖିବା ଦ୍ଵାରା ଆପଣ ଫିଟ ଦେଖାଯାନ୍ତି । ଆପଣଙ୍କ ଶରୀରର ଭିତର ଅଙ୍ଗକୁ ବି ସେତିକି କେୟାର ର ଆବଶ୍ୟକ ହୋଇଥାଏ । ଶରୀରର ପ୍ରତ୍ୟେକ ଅଙ୍ଗ ଖାସ ହୋଇଥାଏ, ଯାହାକୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକ ହୋଇଥାଏ । କିଡନୀ ରେ ଆଜି କାଲି ଷ୍ଟୋନ ହେବାର ସମସ୍ୟା ବଢିଯାଇଛି ଓ କିଛି ଥର ଏହି ସମସ୍ୟାରୁ ଏତେ କଷ୍ଟ ବଢିଯାଇଥାଏ କି ହସ୍ପିଟାଲ ରେ ଭର୍ତ୍ତି ହେବାକୁ ପଡିଥାଏ । ଏହା ଶରୀର ପାଇଁ ବହୁତ ଭୟାନକ ହୋଇଥାଏ ।

କିଛି ଲୋକ କିଡନୀ ଷ୍ଟୋନ ବାହାର କରିବା ପାଇଁ ସର୍ଜରୀକୁ ଡରିଥାନ୍ତି । କିଡନୀ ଷ୍ଟୋନ ଏକ ଏପରି ଜିନିଷ ଯାହାକୁ ଆପଣ ସର୍ଜରୀ ନ କରି ମଧ୍ୟ ବାହାର କରି ପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ବିଶେଷ ପ୍ରୟାସ କରିବାକୁ ପଡିବ ।

ଅଧିକ ପାଣି ପିଇବା

କିଡନୀ ତରଳ ପଦାର୍ଥର ମଇଳା ଛାଣି ତାହାକୁ ବାହାର କରି ଦେଇଥାଏ । ଏମିତିରେ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ପାଣି ପିଇବା ଦ୍ଵାରା କିଡନୀ ଷ୍ଟୋନ ବାହାର କରିବାରେ ସହଜ ହୋଇଥାଏ । ଯେଉଁ ଲୋକଙ୍କୁ କିଡନୀ ଷ୍ଟୋନ ର ସମସ୍ୟା ହୁଏ ସେ ତାକୁ ୟୁରିନ ଜରିଆରେ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି । ସାଧାରଣତଃ ଲୋକଙ୍କୁ ଗୋଟିଏ ଦିନରେ 7-8 ଗ୍ଳାସ ପାଣି ପିଇବା ଆବଶ୍ୟକ, କିନ୍ତୁ ଯଦି ଆପଣ ସ୍ଟୋନ ରୋଗୀ ଅଟନ୍ତି ତେବେ ପାଣିର ମାତ୍ରା ଶରୀରରେ ବଢାଇ ଦିଅନ୍ତୁ ।

ଲେମ୍ବୁ ଓ ଅଲିଭ ଅଏଲ

ଏହି କଥା ତ ଆପଣ ଭଲ ଭାବେ ଜାଣିଥିବେ କି ଲେମ୍ବୁ ରସ ଶରୀରର ବହୁତ ମଇଳାକୁ ବାହାର କରିଥାଏ । କିଡନୀ ଷ୍ଟୋନ ପାଇଁ ବି ଏହା ବହୁତ ଲାଭକାରୀ ଅଟେ । ହୋଇପାରେ କି ଏହି ଡ୍ରିଙ୍କ ଆପଣଙ୍କୁ ଟିକେ ଅଜବ ଲାଗିବ କିନ୍ତୁ ଲେମ୍ବୁ ରସ ସହିତ ଯେତେବେଳେ ଅଲିଭ ଅଏଲ ମିଶିଯାଇଥାଏ ତେବେ କିଡନୀ ଷ୍ଟୋନକୁ ବାହାର କରିବା ପାଇଁ ବହୁତ ଫଳପ୍ରଦ ହୋଇଥାଏ । ପ୍ରତିଦିନ ଏହି ଡ୍ରିଙ୍କ ର ସେବନ କରନ୍ତୁ । ଯେଉଁଠି ଲେମ୍ବୁ କିଡନୀ ଷ୍ଟୋନକୁ ମିଳାଇ ଥାଏ ସେଇଠି ତେଲ ଏକ ଲୁବ୍ରିକେଣ୍ଟ ଭଳି କାମ କରିଥାଏ ଯାହା ଦ୍ଵାରା ଷ୍ଟୋନ ମିଳାଇ ଶରୀରରୁ ବାହାରକୁ ବାହାରି ପାରିବ ।

ମକା ର ବାଳ

ଆପଣ ଯେବେ ବି ମକା ଖାଉଥିବେ ତେବେ ତାକୁ ଛଡାଇ ନିଆଁରେ ପୋଡି ଖାଉଥିବେ । ସେଥିରେ ଥିବା ବାଳ ଆପଣଙ୍କୁ ବେକାର ଲାଗୁଥିବ ସତ, କିନ୍ତୁ ଏହାର ସେବନ ଦ୍ଵାରା ଆପଣ କିଡନୀ ଷ୍ଟୋନ କୁ ଭଲ କରି ପାରିବେ । ଏଥିପାଇଁ ମକା ର ବାଳକୁ ପାଣିରେ ସିଝାଇ ନିଅନ୍ତୁ ଓ ଏହା ପରେ ଛାଣି କରି ପିଅନ୍ତୁ । ଏଥିରୁ କିଡନୀ ଷ୍ଟୋନ ତ ଭଲ ହୋଇଯିବ, ନୂଆ ଷ୍ଟୋନ ହେବା ପାଇଁ ମଉକା ମଧ୍ୟ ମିଳିବ ନାହିଁ । ଏହା ଷ୍ଟୋନ ପାଇଁ ହେଉଥିବା କଷ୍ଟକୁ ବି କମ କରିଥାଏ ।

ଏହା ବ୍ୟତୀତ ଆପଣ ଡାଳିମ୍ବ ର ଜୁସ କିମ୍ବା ଚ୍ଦେଇକି ଖାଇ ପାରିବେ । ଏହା ବିଶେଷ ଫଳପ୍ରଦ ହୋଇଥାଏ । କୋଳଥର ଡାଲି ମଧ୍ୟ ଷ୍ଟୋନ ଭଲ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ବା ଆପଣଙ୍କର ସମ୍ବନ୍ଧୀୟ ଏହି ସମସ୍ୟାରେ ପୀଡିତ ତେବେ ଆମର ଏହି ଉପାୟକୁ ଆପଣାଇ ଦେଖନ୍ତୁ । ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆହୁରି ଏହିଭଳି ହେଲ୍ଥ ଟିପ୍ସ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।