ପ୍ରତାପଗଡରେ ୨ ଟି ରୁମରେ ରହୁଥିଲେ ଏହି ୬ ଜଣିଆ ପରିବାର, ଆଜି ୪ ଜଣ ହୋଇସାରିଛନ୍ତି IAS IPS ଅଧିକାରୀ

ପ୍ରତ୍ୟେକ ମା’ ବାପା ଚାହାଁନ୍ତି କି ପିଲାମାନେ ବଡ ହୋଇ ସଫଳତା ପାଆନ୍ତୁ ଯାହା ପରେ ତାଙ୍କୁ କୌଣସି ପ୍ରକାରର ସମସ୍ୟା ନ ହେଉ । ପ୍ରତ୍ୟେକ ମା ବାପା ଚାହାଁନ୍ତି କି ତାଙ୍କ ପିଲାମାନେ କିଛି ଏମିତି କରନ୍ତୁ ଯାହା ଦ୍ଵାରା ତାଙ୍କ ନାମ ରହିବ ଓ ଲୋକ ତାଙ୍କୁ ତାଙ୍କ ପିଲାଙ୍କ ନାମରେ ଚିହ୍ନିବେ । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ପରିବାର ବିଷୟରେ କହିବାକୁ ଯାଉଛୁ ଯାହାର ପିଲାମାନେ ନିଜ ମା ବାପାଙ୍କ ସ୍ଵପ୍ନ ପୁରା କରିଦେଲେ ।

ଜଣାଇ ଦେଉଛୁ କି ଏହି ପରିବାରର ଗୋଟିଏ ପିଲା ନୁହେଁ ବରଂ ଚାରିଟି ପିଲା ନିଜର ମା ବାପାଙ୍କୁ ସେହି ସମ୍ମାନ ଦେଇଛନ୍ତି ଯାହାର ସ୍ଵପ୍ନ ପ୍ରତ୍ୟେକ ମା ବାପା ଦେଖୁଥିବେ । ତେବେ ଚାଲନ୍ତୁ ଏବେ ଜାଣିବା ସେହି ପରିବାର ବିଷୟରେ ଓ କଣ ଥିଲା ତାହାର କାହାଣୀ ।

ଆଜ୍ଞା ହଁ, ଏହି କାହାଣୀ ହେଉଛି ପ୍ରତାପଗଡର ଲାଲଗଞ୍ଜ ତହସିଲରର ଅନିଲ ମିଶ୍ରାଙ୍କର ଯାହାଙ୍କ ସ୍ଵପ୍ନ ବାକି ମାତା ପିତାଙ୍କ ପରି ଥିଲା କି ତାଙ୍କର ଚାରୋଟି ଯାକ ପିଲା ବଡ ହୋଇ ତାଙ୍କ ନାମ ରଖନ୍ତୁ । ତାଙ୍କ ପରିବାରରେ ସମୁଦାୟ ୬ ଜଣ ଲୋକ ଥିଲେ, ଅନିଲ, ତାଙ୍କ ପତ୍ନୀ ଓ ଚାରିଟି ପିଲା(ଦୁଇ ପୁଅ,ଦୁଇ ଝିଅ), ଦୁଇ ରୁମ ର ଘରେ ତାଙ୍କର ପୁରା ପରିବାର ରହୁଥିଲା । ଏମିତିରେ ଯେବେ କୌଣସି ବନ୍ଧୁ ତାଙ୍କ ଘରକୁ ଆସୁଥିଲେ ତେବେ ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ଯାହା ଦ୍ଵାରା ତାଙ୍କୁ ସବୁବେଳେ ପଢିବା ପାଇଁ ସମସ୍ୟା ହେଉଥିଲା । ସେ ସମସ୍ତେ ନିଜର ଦ୍ଵାଦଶ ପର୍ଯ୍ୟନ୍ତ ନିଜ ଗାଁ ଲାଲଗଞ୍ଜରେ ରହି ପଢିଥିଲେ ।

ଅନିଲଙ୍କର ସବୁଠୁ ବଡ ପୁଅଙ୍କର ନାମ ୟୋଗେଶ, ୟୋଗେଶ ମୋତିଲାଲ ନେହେରୁ ରାଷ୍ଟ୍ରୀୟ ପ୍ର୍ୟୋଦ୍ଦୋଗିକୀ ସଂସ୍ଥାନରୁ ବିଟେକ ପାସ କରିଥିଲେ ଯାହା ପରେ ତାଙ୍କୁ ସଫ୍ଟଓୟାର ଇଞ୍ଜିନିଅରର ଚାକିରି ମିଳିଗଲା ଓ ସେ ନୋଏଡା ଚାଲିଗଲେ କିନ୍ତୁ ସେ ଶିବିଲ ସର୍ଭିସର ପଢା ଜାରି ରଖିଥିଲେ ଓ ଆଇଏଏସ ର ପରୀକ୍ଷା ପାସ କଲେ । ଏବେ ୟୋଗେଶ କଲିକତାରେ ରାଷ୍ଟ୍ରୀୟ ତୋପ ଏବଂ ଗୋଳା ନିର୍ମାଣରେ ପ୍ରଶାସନିକ ଅଧିକାରୀ ଅଛନ୍ତି । ଅନିଲଙ୍କ ଏହି ସଫଳତାରେ ପୁରା ପରିବାର ଖୁସି ଥିଲା କିନ୍ତୁ ଏହା ତାଙ୍କର ଖୁସିର ଆରମ୍ଭ ଥିଲା ।

ୟୋଗେଶଙ୍କ ପରେ ତାଙ୍କ ଭଉଣୀ କ୍ଷମା ମିଶ୍ରା ଆଇପିଏସ ର ପରୀକ୍ଷା ପାସ କଲେ ଯିଏ ଏବେ କର୍ଣ୍ଣାଟକାରେ ପୋଷ୍ଟେଡ ଅଛନ୍ତି । ଏହା ପରେ ଅନିଲଙ୍କର ତୃତୀୟ ସନ୍ତାନ ମାଧବୀ ମିଶ୍ରା ଆଇଏଏସ ପରୀକ୍ଷା ପାସ କଲେ ଓ ସେ ଏବେ ଝାରଖଣ୍ଡ କ୍ୟାଡରରେ ଆଇଏଏସ ଅଛନ୍ତି ।

ସେଇଠି ଅନିଲଙ୍କ ଚତୁର୍ଥ ସନ୍ତାନ ଲୋକେଶ ମିଶ୍ରା ବି ଆଇଏଏସ ପରୀକ୍ଷା ପାସ କଲେ । ଯୋଗେଶଙ୍କୁ ଯେତେବେଳେ ତାଙ୍କ ପରିବାରର ଏହି ସଫଳତା ବିଷୟରେ ପଚରାଗଲା ତେବେ ସେ କହିଲେ କି ଯେତେବେଳେ ସେ ନୋଏଡାରେ ଜବ କରୁଥିଲେ ସେହି ସମୟରେ ତାଙ୍କ ଦୁଇ ଭଉଣୀ କ୍ଷମା, ମାଧବୀ ଦିଲ୍ଲୀରେ ଆଇଏଏସର ପ୍ରସ୍ତୁତି କରୁଥିଲେ । ରକ୍ଷାବନ୍ଧନର ଗୋଟିଏ ଦିନ ପୂର୍ବରୁ ଦୁଇ ଜଣଙ୍କର ରେଜଲ୍ଟ ଆସିବାର ଥିଲା, ଯାହାକୁ ସେହି ଦୁଇ ଜଣ କ୍ଵାଲିଫାଏ କରି ପାରିଲେ ନାହିଁ ଯାହା ପାଇଁ ସେମାନେ ବହୁତ ନିରାଶ ହୋଇଥିଲେ ।

ନିଜ ଭଉଣୀଙ୍କ ଚେହେରାରେ ଏହି ନିରାଶ ଦେଖି ସେ ତାଙ୍କ ଭଉଣୀମାନଙ୍କ ପାଖକୁ ଗଲେ, ତାଙ୍କର ଆତ୍ମବିଶ୍ଵାସ ବଢାଇଲେ ଓ ଏହା ସହିତ ମନରେ ଏହା ନିଷ୍ପତ୍ତି ନେଲେ କି ଏବେ ସେ ସର୍ବ ପ୍ରଥମେ ଆଇଏଏସ ହୋଇ ଦେଖାଇବେ ଯାହା ପରେ ସେ ନିଜ ଭାଇ ଭଉଣୀଙ୍କର ମାର୍ଗଦର୍ଶନ କରାଇବେ । ତାହାର ଫଳ ଏହା ଥିଲା କି ଆଜି ତାଙ୍କର ତିନି ଭାଇ ଭଉଣୀ ଅଧିକାରୀ ଅଟନ୍ତି ।

ଆଶା କରୁଛୁ ଆମ ଏହି ଲେଖାରୁ ଆପଣଙ୍କୁ ନିଶ୍ଚୟ କିଛି ପ୍ରେରଣା ମିଳିଥିବ । ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।