ପୋଷ୍ଟ ଅଫିସର ଏହି ଧମାକେଦାର ସ୍କିମରୁ ଗ୍ୟାରେଣ୍ଟେଡ ଡବଲ ହୋଇଯିବ ପଇସା, ୫୦ ହଜାର ଦେଲେ ମିଳିବ ୧ ଲକ୍ଷ ଟଙ୍କା

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ନିବେଶ କରିବା ବିଷୟରେ ନିଶ୍ଚୟ ଭାବିଥାଏ । ଆଜ୍ଞା ହଁ, ଯଦି ଆପଣ ବି ନିବେଶ କରିବା ବିଷୟରେ ଭାବୁଛନ୍ତି  ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ନିବେଶ କରିବା ପାଇଁ ଆପଣ ଗୋଟିଏ ଭଲ ପ୍ଳାନ ଖୋଜୁଥିବେ, ତେବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ପୋଷ୍ଟ ଅଫିସ ଠାରୁ ଭଲ ନିବେଶ ଆପଣଙ୍କୁ ଆଉ କେଉଁଠି ମିଳିବ ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପୋଷ୍ଟ ଅଫିସର ଏକ ଭଲ ଯୋଜନା ଆଣି ଆସିଛୁ । ଏହି ଯୋଜନାରେ ପଇସା ଡବଲ ହୋଇଯାଇଥାଏ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ପୋଷ୍ଟ ଅଫିସରେ ସବୁବେଳେ ନିବେଶ ପାଇଁ ବହୁତ ଯୋଜନା ଆସିଥାଏ, କିନ୍ତୁ ଆମେ ଆପଣଙ୍କୁ ଏକ ଭଲ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହାର ନାମ ବିକାଶ ପତ୍ର । ବିକାଶ ପତ୍ରରେ ଇଣ୍ଟରେଷ୍ଟ ବଢାଇ ଦିଆଯାଇଛି । ଏମିତିରେ ଏଥିରେ ଏବେ 7.7 % ଇଣ୍ଟରେଷ୍ଟ ମିଳିବ, ଯାହା ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ଅଟେ । ଏହି ସ୍କିମ ର ବିଶେଷ କଥା ଏହା ହେଲା କି କେବଳ 1000 ଟଙ୍କାରେ ଏହାକୁ କରାଇ ପାରିବେ ଓ ନିଜର ପଇସା ଡବଲ କରାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

କଣ ଅଟେ ପୋଷ୍ଟ ଅଫିସ ର ବିକାଶ ପତ୍ର ଯୋଜନା

ଏହି ଯୋଜନାରେ ଆପଣ କେବଳ 1000, 2000 ଓ 3000 ଗୁଣାଙ୍କରେ ନିବେଶ କରି ପାରିବେ । ମାନେ ଆପଣଙ୍କର ନିବେଶର ରାଶି କେବଳ ହଜାର ଗୁଣାଙ୍କରେ ହେବା ଆବଶ୍ୟକ । ଆଜ୍ଞା ହଁ, ଯଦି ଆପଣ 50000 ଜମା କରନ୍ତି, ତେବେ ଆପଣଙ୍କୁ ମ୍ୟାଚୁରିଟି ପୁରା ହେବା ପରେ ୧ ଲକ୍ଷ ଟଙ୍କା ମିଳିବ । ଅର୍ଥାତ ଯେତେ ଆପଣ ନିବେଶ କରିବେ ତାର ଡବଲ ଆପଣଙ୍କୁ ମିଳିବ । ଏହି ଯୋଜନାରେ ଆପଣଙ୍କୁ ପ୍ରତି ମାସ ବା ପ୍ରତି ବର୍ଷ ଟଙ୍କା ଜମା କରିବାର ଆବଶ୍ୟକତା ନାହିଁ, ବରଂ ଗୋଟିଏ ଥରରେ ଆପଣ ନିବେଶ କରି ପାରିବେ ।

ମ୍ୟାଚୁରିଟି ପୂର୍ବରୁ କାଢି ପାରିବେ ପଇସା

ଯଦି ଆପଣଙ୍କୁ ମ୍ୟାଚୁରିଟି ପୁରା ହେବା ପୂର୍ବରୁ ପଇସାର ଆବଶ୍ୟକତା ପଡିଲା ଆପଣ ଏଥିରୁ ଟଙ୍କା କାଢି ପାରିବେ । ଆଜ୍ଞା ହଁ, ଆବଶ୍ୟକତା ପଡିଲେ ଆପଣଙ୍କର ପଇସା ଆପଣଙ୍କୁ ମିଳିଯିବ , କିନ୍ତୁ ସେତେବେଳେ ଡବଲ ମିଳିବ ନାହିଁ । ଯଦି ଆପଣ ମଝିରେ ପଇସା ଉଠାନ୍ତି, ତେବେ ଆପଣଙ୍କୁ ନିର୍ଦ୍ଧିଷ୍ଟ ହୋଇଥିବା ଇଣ୍ଟରେଷ୍ଟ ରୁ ୨% କାଟି ଆପଣଙ୍କର ପଇସା ଦିଆଯିବ, ଆପଣ ଏହି ପଇସା ସେତେବେଳେ ନେଇ ପାରିବେ ଯେତେବେଳେ ଆପଣଙ୍କର ନିବେଶକୁ ୨.୫ ବର୍ଷରୁ ଅଧିକ ହୋଇଥିବ ।

କଣ ଅଟେ ବିକାଶ ପତ୍ର ଯୋଜନାର ଲାଭ

ଏବେ ନିବେଶ କରିବା ପୂର୍ବରୁ ତାର ଲାଭ ବିଷୟରେ ଜାଣିବା ଜରୁରୀ ଅଟେ, ଏମିତିରେ ଆମେ ଆପଣଙ୍କୁ ବିକାଶ ପତ୍ର ଯୋଜନାର ଲାଭ ବିଷୟରେ ଜଣାଇବାକୁ ଯାଉଛୁ ।

୧. ଏହି ସ୍କିମ ଆପଣ ଭାରତର କୌଣସି ବି ପୋଷ୍ଟ ଅଫିସରୁ କିଣି ପାରିବେ ।

୨. ନିବେଶ ଆପଣ ପୋଷ୍ଟ ଅଫିସରେ କରିଛନ୍ତି ମାନେ ଏଠାରେ ଆପଣଙ୍କର ପଇସା ବୁଡିବାର କୌଣସି ସମ୍ଭାବନା ନାହିଁ ।

୩. ଏଥିରେ ଆପଣ ୧୦୦୦ ଟଙ୍କାରୁ ହିଁ ନିବେଶ କରି ପାରିବେ ।

୪. ଏହି ଯୋଜନାରେ ଇଣ୍ଟରେଷ୍ଟ ୭.୭% ଅଟେ, ଯିଏ କି ବ୍ୟାଙ୍କ ର ଇଣ୍ଟରେଷ୍ଟରୁ ମଧ୍ୟ ବହୁତ ଅଧିକ ଅଟେ ।

୫. ଏହି ଯୋଜନାରେ ପଇସା ଡବଲ ହୋଇଥାଏ, ଯେଉଁଠି ଅନ୍ୟ ଯୋଜନାରେ ଏହା ହୋଇ ନଥାଏ ।

ପୋଷ୍ଟ ଟିକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।