ଦିନେ ପରିବାର ଉପରେ ଥିଲା ଋଣ ର ବୋଝ, ଏବେ ଏମିତି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଦେଖନ୍ତୁ Video ଆପଣ ବି କରିବେ ପ୍ରଶଂସା

ମଣିଷ ନିଜ ନିଜ ଜୀବରେ ଦରିଦ୍ରତାରୁ ଏମିତି କିଛି ଶିକ୍ଷା ଲାଭ କରିଥାଏ ଯାହା ହୁଏ ତ ଅନ୍ୟ କେଉଁଠାରୁ ଶିଖିପାରେ ନାହି । କିନ୍ତୁ ସମୟ ନିରନ୍ତର ଚାଲି ରହିଥାଏ । ଏହାକୁ ରୋକିବା ସମ୍ଭବ ନୁହେ ।

ମଣିଷ ନିଜର କଠିନ ପରିଶ୍ରମ କରି ନିଜ ଭାଗ୍ୟ ବଦଳାଇବାକୁ ଚେଷ୍ଟା ଏହା ହେଉଛି ଜୀବନର ପ୍ରକୃତ ସତ୍ୟ । ମାନସିକ ଚାପ ଓ ଉଦାସରୁ ମଣିଷ କିଛି ବି ହାସଲ କରିପାରେ ନାହି । ଆମ ଏହି ଲେଖାରେ ସନାତନ ଓ ସାବିତ୍ରୀ ଦୁଇ ଭାଇ ଭଉଣୀଙ୍କ କାହାଣୀ ଠିକ ସେହିଭଳି ରହିଛି । ସନାତନ ଓ ସାବିତ୍ରୀ ପିଲା ଦିନୁ ଦୁଖ କଷ୍ଟରେ ରହି ଆସିଛନ୍ତି । କିଛି ଅଚାନକ କ୍ୟାମେରା ଆଗକୁ ଆସିବା ପରେ ଏହି ଦୁଇ ଭାଇ ଭଉଣୀଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖା ଯାଇଛି ।

ଝାଡଖଣ୍ଡ ଧାନବାଦ ଜିଲ୍ଲା କୁସୁମାଟାଣ୍ଡଗରେ ଏହି ଦୁଇ ଭାଇ ଭଉଣୀ ରହୁଛନ୍ତି । ଦୁହିଙ୍କର ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ସନାତନ ଓ ସାବିତ୍ରୀ ଦୁହେଁ ପରସ୍ପର ସହ ମିଶି ଡ୍ୟାନ୍ସ କରିବାର ଭିଡିଓ ୟୁଟୁବରେ ଶେୟାର କରିଥିଲେ ଯାହାକୁ ବର୍ତ୍ତମାନ କୋଟି କୋଟି ଲୋକ ମାନେ ଦେଖି ବହୁତ ପ୍ରଶଂସା କରୁଛନ୍ତି ।

ଦୁହିଁଙ୍କର ଡ୍ୟାନ୍ସ ଭିଡିଓ ଏତେ ପପୁଲାର ହୋଇ ସାରିଲାଣି ଯାହା ପାଇଁ ତାଙ୍କର ୧୨ ଲକ୍ଷରୁ ଅଧିକ ଫୋଲର୍ସ ହୋଇଛନ୍ତି । ସନାତନ ଓ ତାଙ୍କ ଭଉଣୀ ସାବିତ୍ରୀ ଏହି ଡ୍ୟାନ୍ସ ଭିଡିଓ ଯୋଗୁ ବର୍ତ୍ତମାନ ଇଣ୍ଟରନେଟ ଷ୍ଟାର ହୋଇ ପାରିଛନ୍ତି । ଆପଣ ମାନେ ସନାତନ ଓ ସାବିତ୍ରୀଙ୍କର ଡ୍ୟାନ୍ସ ଭିଡିଓ ଆଗରୁ ବି ଇନ୍ସଷ୍ଟାଗ୍ରାମ ବା ଟିକଟକରେ ଦେଖି ନ ଥିବେ ।

 

View this post on Instagram

 

A post shared by Dancer Sanatan (@dancer_sanatan)

କିଛି ବର୍ଷ ତଳେ ଏହି ଦୁଇ ଭାଇ ଓ ଭଉଣୀଙ୍କ ପରିବାର ଉପରେ ଋଣର ବୋଝ ରହିଥିଲା । କିନ୍ତୁ ଆଜିକା ଡେଟରେ ଏମାନଙ୍କର ଡ୍ୟାନ୍ସ ଭିଡିଓ ତାଙ୍କର ଫ୍ୟାନ୍ସ ମାନଙ୍କ ଉପରେ ଜାଦୁ ଭଳି ପ୍ରଭାବ ପକାଇଛି ଯାହା ପାଇଁ ତାଙ୍କର ଦୁନିଆ ବଦଳି ଯାଇଛି । ବର୍ତ୍ତମାନ ସନାତନ ଓ ସାବିତ୍ରୀଙ୍କ ରୋଜଗାରରେ ପରିବାର ଚାଲୁଛି ।

ଦୁହିଙ୍କର ୟୁଟୁବ ଚ୍ୟାନେଲରେ ପ୍ରାୟର ୧ ମିଲିୟନରୁ ଅଧିକ ସବସ୍କ୍ରାଇବର୍ସ ହୋଇ ସାରିଛନ୍ତି । ସନାତନ ମହତୋଙ୍କ ପିତା ଜଣେ କୃଷକ ଅଟନ୍ତି । ୨୬ ବର୍ଷୀୟ ସନାତନ ପିଜି କରିବା ପରେ ତାଙ୍କୁ ଚାକିରି ମିଳିନଥିଲା । ସନାତନଙ୍କର ୭ଜଣ ଭାଇ ଭଉଣୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଭାଇ ଭଉଣୀଙ୍କର ବିବାହ ହୋଇ ସାରିଛି ।

ସାବିତ୍ରୀ ସନାତନଙ୍କର ବଡ ଭଉଣୀ । ପିଲାଦିନୁ ସନାତନଙ୍କର ଡ୍ୟାନ୍ସ ପ୍ରତି ଆଗ୍ରହ ଥିବାରୁ ସେ ଡ୍ୟାନ୍ସ କ୍ଳାସ ଯୋଗ ଦେଇଥିଲେ ମଧ୍ୟ ଅର୍ଥ ଅଭାବରୁ ଛାଡି ଦେଇଥିଲେ । କିନ୍ତୁ ନିଜର କଳାକୁ ଛାଡି ନ ଥିଲେ ବୋଲି ସନାତନ କହିଛନ୍ତି । ଦୁଇ ଭାଇ ଭଉଣୀ ନିଜର ଡ୍ୟାନ୍ସ ଭିଡିଓ ପୋଷ୍ଟ କରିବା ସମୟରେ ଆଖପାଖ ଲୋକେ ଅନେକ କଥା କହୁଥିଲେ ।

ସୋସିଆଲ ମିଡିଆରେ ଦୁହିଙ୍କୁ ଟ୍ରୋ-ଲ କରୁଥିଲେ ମଧ୍ୟ ସେମାନେ କାହା କଥା ନ ଶୁଣି ଡ୍ୟାନ୍ସ ଭିଡିଓ ଅପଲୋଡ କରୁଥିଲେ । ଦୁହିଙ୍କ କାହାଣୀରୁ ସ୍ପଷ୍ଟ ହେଉଛି ଯେ ମଣିଷ ଯେତେ ଅଭାବରେ ରହିଲେ ମଧ୍ୟ ନିଜର କଠିନ ପରିଶ୍ରମ ଦ୍ଵାରା ନିଜର ପ୍ରତିଭାକୁ ଦୁନିଆ ଆଗରେ ଆଣି ପାରିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।