ମାତ୍ର 4 ବର୍ଷ ବୟସରେ 65 କି. ମି. ରାସ୍ତାକୁ ମାତ୍ର 7 ଘଣ୍ଟାରେ ଅତିକ୍ରମ କରି ଖୁବ ଚର୍ଚ୍ଚାରେ ଥିଲେ Budhia Singh, ଜାଣନ୍ତୁ ଏବେ କେମିତି ଅଛନ୍ତି ଓ କଣ କରୁଛନ୍ତି ସେ ?

ବନ୍ଧୁଗଣ ଟୋକିଓ ଅଲମ୍ପିକ୍ଶରେ ଡ୍ଯୁଟି ଚାନ୍ଦଙ୍କ ପଦକ ଆଶାକୁ ନେଇ ଖୁବ ଜୋରସୋରରେ ଚର୍ଚ୍ଚା ଚାଲିଛି । ଏହି ପରିସ୍ଥିତିରେ ୭ ଘଣ୍ଟା ମଧ୍ୟରେ ପୁରୀରୁ ଭୁବନେଶ୍ବରେ ଦୌଡି କରି ପହଞ୍ଚିଥିବା ବୁଧିଆ ସିଂଙ୍କ କଥା ସାମନାକୁ ଆସିଛି ।

ସୂଚନା ଅନୁସାରେ ବୁଧିଆ ସିଂ ବର୍ତ୍ତମାନ କେଉଁଠାରେ ଅଛନ୍ତି ଜଣାପଡି ନାହି । ସେ ଦୌଡିବା ଛାଡି ଦେଇଛନ୍ତି ନା ଚେଷ୍ଟା ଜାରି ରଖିଛନ୍ତି ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ବୁଧିଆ ସିଂ ୨୦୦୬ରେ ୪ବର୍ଷ ହୋଇଥିବା ସମୟରେ ସେ ପୁରୀରୁ ଭୁବନେଶ୍ବର ୭ ଘଣ୍ଟା ମଧ୍ୟରେ ଦୌଡ ପ୍ରତିଯୋଗିତାରେ ବିଜେତା ହୋଇ ଲିମ୍କା ବୁକ ଅଫ ରେକର୍ଡରେ ସାମିଲ ହୋଇଥିଲେ । ଏହା ପରେ ସେ ବହୁତ ମାରାଥନରେ ଦୌଡି ପୁରସ୍କର ପ୍ରାପ୍ତ ହୋଇଥିଲେ ।

ବୁଧିଆଙ୍କ ଏଭଳି ଦୌଡ ଦେଖିବା ପରେ ଭାରତବାସୀ ଆଶା କରିଥିଲେ ଯେ ଦିନେ ସେ ଭାରତ ପାଇଁ ଗୋଲ୍ଡ ମେଡାଲ ହାସଲ କରିବେ । କିଛି ଲୋକ ତାଙ୍କୁ ପରବର୍ତ୍ତୀ ମିଲକା ସିଂ ମଧ୍ୟ କହୁଥିଲେ । ବୁଧିଆଙ୍କ ମା ଓ ଦୁଇ ଭଉଣୀ ଭୁବନେଶ୍ବର ଭରତପୁର ବସ୍ତିରେ ବାସ କରୁଛନ୍ତି । କିଛି ଗତ କିଛି ବର୍ଷ ହେବ ବୁଧିଆଙ୍କୁ ଦୌଡିବାର କେହି ଦେଖି ନାହାନ୍ତି ବୋଲି ସୂଚନା ମିଳିଛି ।

ବୁଧିଆ ଆଉ କଣ ପାଇଁ ଦୌଡି ନାହାନ୍ତି ଏ କଥା ତାଙ୍କ ପରିବାର ଲୋକଙ୍କୁ ପଚରା ଯାଇଥିଲେ ଉତ୍ତାରରେ ସେମାନେ କହିଛନ୍ତି ଯେ କିପରି ଭାବେ ରାଜ୍ୟ ସରକାର ଓ ବିରାଞ୍ଚି ଦାସ ତାଙ୍କୁ ପ୍ର-ତା-ରି-ତ କରିଛନ୍ତି ।

ବୁଧିଆଙ୍କ ବଡ ଭଉଣୀ ରଶ୍ମୀ ନିଜ ରାଏରେ କହିଛନ୍ତି ଯେ ତାଙ୍କ ଭାଇ କଳାରେ ସ୍ନାତକ ହାସଲ କରିବାକୁ ବର୍ତ୍ତମାନ ଦିଲ୍ଲୀ ଯାଇଛନ୍ତି । କାରଣ ବୁଦ୍ଧିଆଙ୍କ କୋଚ ବିରଞ୍ଚି ଦାସ ଓ ରାଜ୍ୟ ସରକାର ତାଙ୍କୁ ଶୋଷଣ କରୁଥିବାରୁ ସେ ଓଡିଶାରେ ରହିବାକୁ ଇଚ୍ଛା କରିଲେ ନାହି । ବୁଧିଆ ଏକ ମାରଥନ ରାଣାର ହୋଇ ପାରିଥାନ୍ତା କିନ୍ତୁ ତାଙ୍କର ଅପବ୍ଯବହାର କରାଯାଇ ତାଙ୍କୁ ଫୋପାଡି ଦିଆ ଯାଇଛି ବୋଲି ତାଙ୍କ ଭଉଣୀ କହିଛନ୍ତି ।

ବୁଧିଆଙ୍କୁ ସବୁ ପ୍ରକାର ସାହାଜ୍ଯ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଜଣେ ଘର ଦେଇ ନାହାନ୍ତି ବୋଲି ତାଙ୍କ ଭଉଣୀ ନିଜ ରାଏରେ କହିଛନ୍ତି । ବୁଦ୍ଧିଆଙ୍କ ବଡ ଭଉଣୀ ରଶ୍ମୀ ଓ ମା ସୁକାନ୍ତି ଭୁବନେଶ୍ଵର ଏକ ଇଂଜିନିୟରିଂ କଲେଜରେ କାମ କରୁଛନ୍ତି । ଗତ ବର୍ଷ ବୁଧିଆ ମେ ମାସରେ ଘରକୁ ଆସି ଜୁନ ମାସରେ ଦିଲ୍ଲୀ ଚାଲି ଯାଇଥିଲେ । ସେ ରାଜସ୍ଥାର ଯୋଧପୁରରୁ ଫୋନରେ କଥା ହେଉଥିବା ବେଳେ ତାଙ୍କ ପରିବାରକୁ ତାଙ୍କ ଭବିଷ୍ୟତ ଓ ଅତୀତକୁ ନେଇ କିଛି ବି ସୂଚନା ନ ଦେବା ପାଇଁ କହିଛନ୍ତି ।

ବୁଧିଆ ୨୦୦୨ରେ ଜନ୍ମ ହେବା ପରେ ତାଙ୍କ ପିତାଙ୍କୁ ହ-ରା-ଇ-ଥି-ଲେ । ଏହା ପରେ ତାଙ୍କ ମା ସୁକାନ୍ତି ବାସନ ମାଜି ତାଙ୍କୁ ଲାଳନପାଳନ କରୁଥିବା ସମୟରେ ସାଲିଆସାହି ବସ୍ତିବାସିନ୍ଦା ସଂଘର ତତ୍କାଳୀନ ସଭାପତି ବିରାଞ୍ଚି ଦାସ ବୁଦ୍ଧିଆଙ୍କୁ ନିଜର ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । କୁଡୋ କୋଚ ବିରାଞ୍ଚି ବୁଧିଆଙ୍କ ଦୌଡ ପ୍ରତିଭା ବିଷୟରେ ଜାଣିବାରୁ ସେ ତାଙ୍କୁ ଦୌଡିବା ପାଇଁ କହିଥିଲେ । ଏହା ପରେ ସେ ୪୮ଟି ମାରାଥନ ହାସଲ କରିଥିଲେ ।

ଏହା ପରେ ବୁଧିଆଙ୍କୁ ବିରାଞ୍ଚି ଶୋ-ଷ-ଣ କରୁଥିବାର ଅ-ଭି-ଯୋ-ଗ ହେବାରୁ ଦୁହେ ଅଲଗା ହୋଇଥିଲେ । ବୁଧିଆଙ୍କ ଅଲମ୍ପିକ ସ୍ଵପ୍ନ ପୂରଣ କରିବା ପାଇଁ  ୧୫ଲକ୍ଷ ଟଙ୍କାର ଆର୍ଥିକ ସାହାଜ୍ଯ କରିବା ପାଇଁ ଅନୁରୋଧ କରା ଯାଇଛି । ବନ୍ଧୁଗଣ ଆପଣ ମାନକୁ ଏହି ଆର୍ଟିକଲଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।