Zone ଆଧାର ରେ ଜୁନ 17 ରୁ Unlock ହେବ Odisha, ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କେଉଁ Zone ରେ ?

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ହେବ ପୁରା ରାଜ୍ୟରେ ଲକ ଡାଉନ ଚାଲିଥିବା ଯୋଗୁ କିଛି ମାତ୍ରାରେ କୋରୋନା ସଂକ୍ରମଣ କମ ହେବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଓଡିଶା ସରକାର ଲକ ଡାଉନ ପ୍ରତ୍ୟାହାର କରିବେ ବୋଲି ନିସ୍ପତି ନେଇଛନ୍ତି ।

ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ବ କରିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ପାଇଁ ଯୋଜନା କରିଛନ୍ତି । ଏହି ପ୍ରକ୍ରିୟା ପୂର୍ବରୁ ମୁଖମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଆୟୋଜନ କରିଥିଲେ ।ଏହି ବୈଠକରେ ରାଜ୍ୟର ଯେଉଁ ବିଭିନ୍ନ ଜିଲ୍ଲା ଗୁଡିକ କୋଭିଡ ସଂକ୍ରମଣରେ ବିପଦ ଭିଟଟିରେ ମୂଲ୍ୟାଙ୍କନ କରାଯାଇ ଜୋନ ବାଣ୍ଟି ଦିଆ ଯାଇଛି ।

ଯେଉଁ ଜିଲ୍ଲା ଗୁଡିକରେ ସାପ୍ତାହିକ ପଜେଟିଭ ହାର ୫% ନିମ୍ନରେ ରହିଛି ସେହି ଜିଲ୍ଲା ଗୁଡିକୁ ସବୁଜ ବା ଗ୍ରୀନ ଜୋନ, ସେହି ପରି ଯେଉଁ ଜିଲ୍ଲା ଗୁଡିକରେ ସାପ୍ତାହିକ ପଜେଟିଭ ହାର ୫ରୁ ୧୦% ନିମ୍ନରେ ରହିଛି ସେହି ଜିଲ୍ଲା ଗୁଡିକୁ କମଳା ଜୋନ ଭାବେ ଘୋଷଣା କରା ଯାଇଛି ।

ଠିକ ସେହିପରି ଯେଉଁ ଜିଲ୍ଲା ଗୁଡିକରେ ସାପ୍ତାହିକ ପଜେଟିଭ ହାର ୧୦% ରୁ ଅଧିକ ରହିଛି ସେହି ଜିଲ୍ଲା ଗୁଡିକୁ ରେଡ ବା ଲାଲ ଜୋନରେ ରେଖାଙ୍କିତ କରା ଯାଇଛି । ଯଦି ରାଜ୍ୟର ଜିଲ୍ଲା ଗୁଡିକ ତିନି ସପ୍ତାହ ମେ ୨୫ରୁ ଜୁନ ୧୭ ତାରିଖ ଯାଏଁ ୫% ରୁ କମ ସଂକ୍ରମଣ ହାର ରହିଥିବ ତେବେ WHO ନିର୍ଦେଶାବଳୀ ଅନୁଯାୟୀ ଏହି ଜିଲ୍ଲା ଗୁଡିକରେ କଟକଣା କୋହଳ ରହିବ ବୋଲି ସୂଚନା କରା ଯାଇଛି ।

ଗ୍ରୀନ ଜୋନ : ବର୍ତ୍ତମାନ ଦେଶରେ ୪୪୪୯ଟି ଜିଲ୍ଲା ରହିଛି ଯେଉଁଠାରେ ସାପ୍ତାହିକ ଟିଆରପି ୫%ରୁ କମ ରହିଛି । ଏହି ତାଲିକାରେ ପୁରା ରାଜ୍ୟର ୬ଟି ଜିଲ୍ଲା ସ୍ଥାନ ପାଇଛି । ସେହି ଜିଲ୍ଲା ଗୁଡିକ ହେଉଛନ୍ତି କନ୍ଧମାଳ, ବରଗଡ, ଗଞ୍ଜାମ, ସୋନପୁର, ଗଜପତି ଓ ବଲାଙ୍ଗୀର । ଗତ ସପ୍ତାହରେ କନ୍ଧମାଳରେ କୋରୋନା ପଜେଟିଭ ହାର ୪.୮୫%, ବରଗଡରେ ୪.୭୬%, ଗଞ୍ଜାମରେ ୪.୩୫%, ସୋନୂପୁରରେ ୪.୪%, ଗଜପତିରେ ୪.୩%, ବଲାଙ୍ଗୀରରେ ୪.୦୬% ରହିଥିଲା ।

ଅରେଞ୍ଜ ଜୋନ : ଦେଶରେ ଅରେଞ୍ଜ ଜୋନରେ ୧୦୯ଟି ଦେଶ ରହିଥିବା ବେଳେ ଓଡିଶାରେ ୭ଟି ଜିଲ୍ଲା ରହିଛି । ଏ ସବୁ ଜିଲ୍ଲା ଗୁଡିକ ସାପ୍ତାହିକ ପଜେଟିଭ ହାର ଜୁନ ୨ରୁ ୮ ଯାଏଁ ୫ରୁ ୧୦% ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି କୋରାପୁଟ ୯.୩୮%, ମାଲକାନାଗିରି ୮.୯୬%, ନୂଆପଡା ୮.୬୭%, କେଉଁଝର ୭. ୮୨%, ଦେଓଗଡ ୭.୮୧%, କଳାହାଣ୍ଡି ୭.୫୯%, ସମ୍ବଲପୂର ୫.୦୬% ରହିଥିଲା ।

ରେଡ ଜୋନ : ଦେଶରେ ରେଡ ଜୋନରେ ୧୭୬ଟି ଜିଲ୍ଲା ରହିଥିବା ବେଳେ ଓଡିଶାରେ ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ବାଲେଶ୍ଵର, ପୁରୀ, କଟକ, ମୟୂରଭଞ୍ଜ, ରାଏଗଡା, ଅନୁଗୁଳ, ନୟାଗଡ, ଝାରସୁଗୁଡା, ଜଗତସିଂପୁର, କେନ୍ଦ୍ରାପଡା, ବୌଦ୍ଧ, ନବରଙ୍ଗପୁର, ସୁନ୍ଦରଗଡ ଆଦି ରହିଛି । ଏସବୁ ଜିଲା ଗୁଡିକରେ ସଂକ୍ରମଣ ହାର ୧୦%ରୁ ଅଧିକ ରହିଛି । ଏହି ଜିଲ୍ଲା ଗୁଡିକରେ କଟକଣାର ମାତ୍ରା ବଢିବାର ସମ୍ଭାବନା ରହିଛି ।

ଆପଣଙ୍କ ମତାମତ ଆମ ସହିତ ସେୟାର କରନ୍ତୁ ଓ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ ଯେପରି ସମସ୍ତେ କୋଭିଡ ନିୟମକୁ ପାଳନ କରିବେ ଓ ବହୁତ ଜଲ୍ଦି ଆମ ରାଜ୍ୟରୁ ଲକଡାଉନ ହଟିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।