ଏହି 3 ଟି ସଙ୍କେତ କହିଦିଏ କି ଆପଣଙ୍କ ପ୍ରେମ ଆପଣଙ୍କୁ ଧୋକା ଦେଉଛି- Krishna Vani

ପ୍ରେମ ସମ୍ପର୍କ ଏକ ବହୁତ ଖାସ୍ ସମ୍ପର୍କ ଅଟେ। ଯାହା ଆମେ ନିଜ ପସନ୍ଦ ଅନୁସାରେ ଗଢି ଥାଉ। ଅନେକ ସମୟରେ ଆମେ ନିଜ ସାଥିଙ୍କ ସହ ରହିବା ପାଇଁ ପରିବାର ଓ ଦୁନିଆ ସହ ମଧ୍ୟ ଲଢି ଯାଉ। ଏପରିକି ନିଜ ଅସ୍ତିତ୍ବ କୁ ମଧ୍ୟ ଭୁଲି ଯାଇ ଥାଉ। ତଥାପି ଆପଣଙ୍କ ସାଥୀ ଆପଣଙ୍କୁ ଗୁରୁତ୍ଵ ଦିଏ ନାହିଁ। ଏକ ଝଟକା ରେ ଏହି ସୁନ୍ଦର ସମ୍ପର୍କକୁ ଅଧାରେ ଛାଡ଼ି ଚାଲି ଯାଏ। ତେବେ ଆଜି ଆମେ ଆପଣଙ୍କ ସାଥିଙ୍କ ବ୍ୟବହାରରୁ କିପରି ଜାଣିବେ ଯେ ସେ ଆପଣଙ୍କୁ ଧୋକା ଦେବାକୁ ଯାଉଛନ୍ତି, ସେହି ବିଷୟରେ ଜଣାଇବୁ।

୧- ସବୁବେଳେ ବ୍ୟସ୍ତ ହେବାର ବାହାନା ଦେଖାଇବା- ଯଦି ଆପଣଙ୍କ ସାଥୀ ଲଗାତାର ଅନେକ ଦିନ ଧରି ଆପଣଙ୍କ ସହ ଫୋନ୍ ରେ ଅବା ଅନ୍ୟ କେଉଁ ମାଧ୍ୟମରେ ବ୍ୟସ୍ତ ହେବାର ବାହାନା ଦେଖାଉଛନ୍ତି ଓ କାର୍ଯ୍ୟ ଶେଷ କରି ଫ୍ରି ହେବା ପରେ କଲ୍ କରିବେ କହି ମଧ୍ୟ କରୁ ନାହାଁନ୍ତି ତେବେ ଜାଣି ରଖନ୍ତୁ ସେ ଆଉ ଆପଣଙ୍କ ସହ ରହିବାକୁ ଆଗ୍ରହୀ ନୁହଁନ୍ତି। କାରଣ ବ୍ୟକ୍ତି ଯେତେ ବ୍ୟସ୍ତ ଥାଉ ନା କାହିଁକି, ନିଜ ପ୍ରିୟଜନ ଙ୍କ ପାଇଁ ଯେମିତି ହେଲେ ମଧ୍ୟ ସମୟ ବାହାର କରେ।

ଏହା କେବଳ ଆପଣଙ୍କ ସାଥିଙ୍କ ଜୀବନରେ ଆପଣଙ୍କ ଗୁରୁତ୍ଵ ଉପରେ ନିର୍ଭର କରେ। ଏହା ସେ ସିଧା ସଳଖ ଆପଣଙ୍କୁ କହି ପାରନ୍ତି ନାହିଁ। ସେଥିପାଇଁ ଏହି ପ୍ରକାର ବାହାନା ଦେଖାଇବାକୁ ଲାଗନ୍ତି। ୨- ଆପଣଙ୍କୁ କୌଣସି ପ୍ରକାର ପ୍ରତିଶ୍ରୁତି ନ ଦେବା- ଯଦି ଆପଣଙ୍କ ସାଥୀ ଆପଣଙ୍କ ସହ ସବୁ କିଛି କରୁଛନ୍ତି, ମାତ୍ର କେବେ ଆପଣଙ୍କ ସମ୍ପର୍କର ଭବିଷ୍ୟତକୁ ନେଇ କଥା ହେଉ ନାହାଁନ୍ତି, ବିବାହ କଥା ଉଠିଲେ ସବୁ ବେଳେ କଥା ଏଡାଇ ଦେଉଛନ୍ତି ଓ କୌଣସି ପ୍ରକାର ପ୍ରତିଶ୍ରୁତି ଦେଉ ନାହାଁନ୍ତି

ତେବେ ମଧ୍ୟ ଏହା ଏକ ସଙ୍କେତ ଅଟେ ଯେ ଆପଣଙ୍କ ସାଥୀ ଆପଣଙ୍କ ସହ ସବୁ ଦିନ ରହିବାକୁ ଚାହାଁନ୍ତି ନାହିଁ। ଆଜି କାଲି ଅନେକ ସମ୍ପର୍କରେ ଏଭଳି ଦେଖିବାକୁ ମିଳେ। ପୁଅ ହେଉ ବା ଝିଅ ନିଜ ସାଥିଙ୍କ ସହ ପ୍ରେମ ସମ୍ପର୍କ ରଖନ୍ତି, ଦିନ ରାତି କଥା ହୁଅନ୍ତି, ସମୟ ହେଲେ ଦେଖା କରନ୍ତି ମାତ୍ର ପ୍ରତିଶ୍ରୁତି କଥା ଉଠିଲେ ନୀରବ ରୁହନ୍ତି। ଆପଣଙ୍କୁ ନିଜ ସାଥିଙ୍କ ଏପରି ବ୍ୟବହାର ପ୍ରତି ମଧ୍ୟ ନଜର ରଖିବା ଆବଶ୍ୟକ ରହିଛି।

୩- ନିଜ ବନ୍ଧୁମାନଙ୍କୁ ଆପଣଙ୍କ ବିଷୟରେ ନ ଜଣାଇବା- ସାଧାରଣ ଭାବେ ଯେବେ କେହି ଏକ ପ୍ରେମ ସମ୍ପର୍କରେ ବାନ୍ଧି ହୁଏ, ସର୍ବ ପ୍ରଥମେ ଏହି କଥା ସେ ନିଜ ବନ୍ଧୁ ମାନଙ୍କ ସହ ସେୟାର କରେ। ଯଦି ଆପଣଙ୍କ ସାଥୀ ଆପଣଙ୍କ ବିଷୟରେ ନିଜ ବନ୍ଧୁଙ୍କୁ କିଛି ନ କହି ଲୁଚାଇ ରଖୁଛନ୍ତି ଓ ସେମାନଙ୍କ ସହ ଆପଣଙ୍କୁ ମିଶାଇବାକୁ କେବେ ମଧ୍ୟ ଚେଷ୍ଟା କରୁ ନାହାଁନ୍ତି, ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କ ସାଥୀ ଆପଣଙ୍କୁ ଅନ୍ଧାରରେ ରଖିଛନ୍ତି।

ଏପରି କରୁଥିଲେ ସେ ଆସନ୍ତା ସମୟରେ ଆପଣଙ୍କୁ ନିଶ୍ଚୟ ଧୋକା ଦେବେ। କାରଣ ଯେ ହୃଦୟରୁ ମାନେ ନାହିଁ ସେ କେବେ ମଧ୍ୟ କାହା ଆଗରେ ପ୍ରେମ ବିଷୟରେ କହିବାକୁ ସାହାସ କରି ନାହିଁ। ସେଥିପାଇଁ ଆପଣଙ୍କୁ ନିଜ ସାଥିଙ୍କ ଏପରି ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।