ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 ଟି କାମ, ନଷ୍ଟ ହୋଇଯାଏ ସୁଖ ସମୃଦ୍ଧି, ଜାଣନ୍ତୁ ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବେ କିପରି ?

ଯେଉଁମାନେ ହନୁମାନଙ୍କୁ ପୂଜା କରନ୍ତି ସେମାନେ ଅବଶ୍ୟ ଜାଣିଥିବେ ହନୁମାନଙ୍କ ବାର ମଙ୍ଗଳବାର ଅଟେ ଏବଂ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରନ୍ତି । ଯଦି ଆପଣ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଆପଣ ଚାହାନ୍ତି ହନୁମାନ ଆପଣଙ୍କ ସମସ୍ତ କ୍ଷେତ୍ରରେ ରକ୍ଷା କରନ୍ତୁ, ଆପଣଙ୍କୁ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଠାରୁ, ସମସ୍ୟା ଠାରୁ ରକ୍ଷା ପାଇବାକୁ ଚାହାଁନ୍ତି ତେବେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରନ୍ତୁ । କାରଣ ଏହି ଦିନରେ ଯିଏ ହନୁମାନଙ୍କ ପୂଜାପାଠ କରେ, ହନୁମାନ ଚାଳିଶା ମନ୍ତ୍ର ଉଚ୍ଚାରଣ କରିଥାଏ ତାହା ଉପରେ ହନୁମାନ ପ୍ରସନ୍ନ ରୁହନ୍ତି ।

ଆମେ ଆପଣଙ୍କୁ କହିଦବୁ ଆଜି ବି ହନୁମାନ ପୂର୍ଣ୍ଣ ସ୍ବରୂପ ସହିତ ପୃଥିବୀରେ ଉପସ୍ଥିତ ଅଛନ୍ତି ଏବଂ ସମୟ ସମୟରେ ନିଜ ଭକ୍ତର ରକ୍ଷା କରିବାକୁ ପହଞ୍ଚି ଯାଆନ୍ତି । ଯେଉଁ ଭକ୍ତ ସ୍ବଚ୍ଛ ମନରେ ଭଗବାନଙ୍କୁ ଡାକିଥାଏ ଭଗବାନ କେବେ ତାକୁ ନିରାଶ କରନ୍ତି ନାହିଁ । ମଙ୍ଗଳବାର ଦିନ କିଛି ଖାସ୍ ଉପାୟ କରିବା ଦ୍ବାରା ଆପଣଙ୍କ ହନୁମାନଙ୍କୁ ପ୍ରସନ୍ନ କରାଯାଇ ପାରିବ ।

ଆଜି ଆମେ ଆପଣଙ୍କୁ କିଛି ଖାସ୍ ଉପାୟ କହିବୁ ଯାହା ମଙ୍ଗଳବାର ଦିନ ଆପଣ କରିବା ଦରକାର । ଏହା ସହିତ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ ନକରିବା ଦରକାର । ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଏହି କାର୍ଯ୍ୟ କରିଥାଏ ସିଏ ହନୁମାନଙ୍କ କୃପାରୁ ବଞ୍ଚିତ ହୋଇଯାଏ । ସେଥିପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କିଛି କାର୍ଯ୍ୟ କରିବାକୁ ବର୍ଜିତ କରିବାକୁ ପଡ଼ିଥାଏ ।

କୁହାଯାଏ ଯେ ମଙ୍ଗଳବାର ଦିନ ରାମ ମନ୍ଦିର ଯିବା ଦରକାର । ଏହାଫଳରେ ପ୍ରଭୁ ଶ୍ରୀରାମ, ମା ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ଦର୍ଶନ ମିଳିଥାଏ । କୁହନ୍ତି ଏମିତି କରିବା ଦ୍ବାରା ବଜରଙ୍ଗବଲୀ ମନସ୍କାମନା ପୂରଣ କରନ୍ତି । ମଙ୍ଗଳବାର ଦିନ ଗାଧୋଇବା ପରେ ହନୁମାନ ଚାଳିଶା ପାଠ କରନ୍ତୁ ଏହା ଦ୍ବାରା ବଳ,ବୁଦ୍ଧି ଏବଂ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସୋରିଷ ତେଲରେ ଦୀପ ଜଳାନ୍ତୁ ନହେଲେ ଦେଶି ଘିଅରେ । ମଙ୍ଗଳବାର ଦିନ ଓସ୍ତ ଗଛକୁ ପୂଜା କରନ୍ତୁ ଏବଂ ଲାଲ ଗାଈକୁ ଖାଇବାକୁ ଦିଅନ୍ତୁ । ଏହି ଦିନରେ ଲାଲ୍ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ।

ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା କଥା ନୁହେଁ ।

୧- ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କୈାଣସି ଉଦ୍ଧାର ଦବା କି ନେବା କଥା ନୁହେଁ ।

୨- ମଙ୍ଗଳବାର ଦିନ ଆମିଷ ଖାଦ୍ୟ ଖାଇବା କଥା ନୁହେଁ ।

୩- ମଙ୍ଗଳବାର ଦିନ କଳା ବସ୍ତ୍ରର ବ୍ୟବହାର କରନ୍ତୁ ନାହିଁ ।

୪- ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ବାଳ,ନଖ କାଟନ୍ତୁ ନାହିଁ ।

୫- ମଙ୍ଗଳବାର ଦିନ ସଜ ହେବା ଜିନିଷ କିଣନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ