ଏହାକୁ ମାତ୍ର 10 ଦିନ ଖାଇ ନିଅନ୍ତୁ, ପେଟ (Belly fat), Double Chin, ଓ ଅଣ୍ଟାର ଚର୍ବି ମହମ ପରି ତରଳିଯିବ

ଆମେ ସମସ୍ତେ ଜାଣନ୍ତି ଯେ ସ୍ବାସ୍ଥ୍ୟ ହିଁ ସମ୍ପଦ । ଏହି ସମ୍ପୂର୍ଣ୍ଣ ସତ୍ୟ ଅଟେ । ମଣିଷର ସ୍ବାସ୍ଥ୍ୟରେ ସବୁକିଛି ଥାଏ । ଯଦି ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ଏବଂ ଶରୀର ଫିଟ୍ ଅଛି ତେବେ ଆପଣଙ୍କ ପାଇଁ ବାକି ସବୁକିଛି ହାସଲ କରିବା ଅତି ସହଜ ହୋଇଯାଏ । ଆପଣ ଖୁସି ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଖୁସି ରଖନ୍ତି । କିନ୍ତୁ ଆଜି ଆମ ସାମ୍ନାରେ ସବୁଠାରୁ ବଡ଼ ସମସ୍ୟା ମୋଟାପଣ । ପ୍ରତ୍ୟେକ ୫ ରୁ ୧ ବ୍ୟକ୍ତି ମୋଟାପଣ ପାଇଁ ଚିନ୍ତିତ ରୁହନ୍ତି । ସମୟ ସହିତ ଏହି ମୋଟାପଣ ଅନେକ ରୋଗର କାରଣ ବନିଥାଏ । ମୋଟାପଣ କୈାଣସି ପ୍ରକାରର ଆମ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ।

ଯଦି ଆପଣ ବି ମୋଟାପଣ ପାଇଁ ଚିନ୍ତିତ ଅଛନ୍ତି, ପେଟ ବାହାରୁଛି, ଚର୍ବି ବଢୁଛି ତେବେ ଆପଣଙ୍କୁ ଏମିତି ଏକ ଉପଚାର କହିବୁ ଯାହାଦ୍ଵାରା ପୁରୁଣା ରୁ ଅତି ପୁରୁଣା ମୋଟାପଣକୁ କମ୍ କରିଦେବ । ଆପଣଙ୍କ ଚର୍ବି ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଯିବ । ଆପଣ ମନ ମୁତାବକ ଓଜନକୁ ନିୟନ୍ତ୍ରଣ କରି ପାରିବେ । ଏହି ଉପଚାର ବିଷୟରେ ଜାଣିବା ପୁର୍ବରୁ ମୋଟାପଣ ବଢିବାର କାରଣ କ’ଣ ?

ସବୁଠାରୁ ବଡ଼ କାରଣ ମାନସିକ ଚାପ । ଯେଉଁମାନେ ଅଧିକ ଚାପରେ ରୁହନ୍ତି ସେମାନଙ୍କ ଶରୀରରେ ହରମନ୍ ଅଧିକ ପ୍ରତିଫଳିତ ହୋଇଥାଏ ଯେଉଁଥିପାଇଁ ଓଜନ ବଢ଼ିବାକୁ ଲାଗିଥାଏ ଏବଂ ଦୈନନ୍ଦିନ ଜୀବନରେ ଶାରିରୀକ ପରିଶ୍ରମ ନକରିବା ମଧ୍ୟ ବହୁତ ଖରାପ ହୋଇଥାଏ । ଆମେ ଦିନ ସାରା ଆରାମ କରୁ ତା ସହିତ କିଛି ନା କିଛି ଖାଇଥାଉ ଯାହାଦ୍ଵାରା ଓଜନ ବଢ଼ିଥାଏ । ଅଧିକ ସମୟ ବସି ରହିବା ଦ୍ବାରା ଚର୍ବି ବଢ଼ିଥାଏ ।

କମ୍ ନୀଦ ମଧ୍ୟ କାରଣ ହୋଇଥାଏ ମୋଟାପଣ ବଢିବାର । ତେବେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ବିଷୟରେ । ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଦରକାର ହେବ ଲବଙ୍ଗ, ଜୁଆଣି ଏବଂ ପାନ ପତ୍ର । ଏହାକୁ ସେବନ କରିବା ଦ୍ବାରା ଓଜନ କମ୍ କରିବା ସହିତ ଶରୀରର ଅନେକ ସମସ୍ୟାକୁ ଭଲ କରିଥାଏ । ତେବେ ଆସନ୍ତୁ ଜାଣିବା ସେବନ କେମିତି କରନ୍ତି ।

ପ୍ରଥମେ ଗୋଟାଏ ପାନ ପତ୍ର ନିଅନ୍ତୁ, ସେଥିରେ ଅଧା ଚାମଚ୍ ଜୁଆଣି ଏବଂ ଗୋଟିଏ ଲବଙ୍ଗ ପକାଇ ଦିଅନ୍ତୁ । ପ୍ରତିଦିନ ଖାଦ୍ୟ ଖାଇବା ପରେ ଦ୍ବିପହରରେ ଏହାକୁ ଯୋଡ଼ି ପାଟିରେ ଚୋବାନ୍ତୁ । ଏଥିରୁ ଯେଉଁ ରସ ବାହାରିବ ତାକୁ ପିଇ ଯାଆନ୍ତୁ । ଏହାକୁ ପ୍ରତ୍ୟେକ ଦିନ ଦ୍ବିପହର ଖାଇବା ପରେ ଏହାର ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କର ଓଜନ ଆପେଆପେ କମିଯିବ । ଏହି ୩ଟି ଜିନିଷରେ ଔଷଧୀୟ ଗୁଣ ଅଛି ଯାହାକୁ ଖାଇବା ଦ୍ବାରା ଆମର ଅନେକ ଲାଭ ହୋଇଥାଏ ଏବଂ ଅନ୍ୟାନ୍ୟ ଶାରିରୀକ ସମସ୍ୟାରୁ ମଧ୍ୟ । ମାତ୍ର ୧୦ ଦିନ ଏହାକୁ ଖାଇ ଦେଖନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ