ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ଆପଣଙ୍କୁ କେଉଁ ଜିନିଷ ଟି ବିଲକୁଲ ବି ନୁହେଁ ପସନ୍ଦ- Personality Test

ପ୍ରତେକ ବ୍ୟକ୍ତି ନିଜ  ଜୀବନରେ କିଛି ଲୋକ କିମ୍ବା କିଛି ବସ୍ତୁକୁ ନାପସନ୍ଦ କରନ୍ତି । ତେବେ କଣ କଣ ତାହା ଆସନ୍ତୁ ଜାଣିବା । ଆପଣ ନିଜର ରାଶିର ଚିହ୍ନ ବାଛନ୍ତୁ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷରେ ଆପଣ ଅଧିକ ରାଗନ୍ତି କିମ୍ବା ନାପସନ୍ଦ କରନ୍ତି।

ମେଶ ରାଶି – ଆପଣଙ୍କୁ ଅସ୍ଥିର ଲୋକ ପସନ୍ଦ ନୁହେଁ । ଆପଣ ଯଦି କାହାକୁ କଲ କରୁଛନ୍ତି ଓ ସେ ଆପଣଙ୍କର ଫୋନ ଉଠାଉନି କିମ୍ବା ତାହାର ଫୋନ ବନ୍ଦ ଆସୁଛି ଆପଣଙ୍କୁ ବିରକ୍ତ ଲାଗେ । ଯଦି କେହି ଜନ୍ତୁ କିମ୍ବା ଚଢେଇ ମାନଙ୍କୁ ପିଞ୍ଜରାରେ ବନ୍ଦ କରିକି ରଖେ ସେ ଭଳି ଲୋକଙ୍କ ଉପରେ ଆପଣ ବିରକ୍ତ ହୁଅନ୍ତି ।

ବୃଷ  ରାଶି – ଆପଣଙ୍କୁ କଥା କଥାରେ ଅଟାକୁ ଥିବା ଲୋକ ପସନ୍ଦ ନୁହେଁ । ଏହି ଭଳି ଲୋକ ମାନଙ୍କୁ ଆପଣ ସବୁ ବେଳେ କିଛି ନା କିଛି କହି ଥାନ୍ତି । ଯେଉଁ ମାନେ ସାଧାରଣ ଡ୍ରେସ ପିନ୍ଧନ୍ତି ଦେହରେ ସୁଗନ୍ଧିତ ଜିନିଷ ଲଗାନ୍ତି ନି ସେ ଭଳି ଲୋକ ଆପଣଙ୍କୁ ପସନ୍ଦ ନୁହେଁ ।

ମିଥୁନ ରାଶି – ସବୁ ବେଳେ ହସି ଖେଳି କଥା ହେଉଥିବା ଲୋକ ଆପଣଙ୍କୁ ଅଧିକ ପସନ୍ଦ । ଯେଉଁ ମାନଙ୍କୁ ଥଟା ମଜା କରି ଆସେନି ଏଭଳି ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖିବାକୁ ଚାହାଁନ୍ତି ଆପଣ । ଯେଉଁ ମାନେ ସୁନ୍ଦରତା ପ୍ରତି ଆକର୍ଷିତ ହୁଅନ୍ତି ଏଭଳି ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖିବାକୁ ଚାହାଁନ୍ତି ଆପଣ । ଆପଣଙ୍କୁ ଶକ୍ତ ଜୋତା ପିନ୍ଧିବା ପସନ୍ଦ ନୁହେଁ ।

କର୍କଟ ରାଶି – ଆପଣଙ୍କୁ ଗରମ ଜାଗା କିମ୍ବା ଗରମ ଡ୍ରେସ ଅଧିକ ପସନ୍ଦ ନୁହେଁ । ଆପଣଙ୍କୁ ସମୟ ପୂର୍ବରୁ ପହଞ୍ଚୁଥିବା ଲୋକ ମଧ୍ୟ ପସନ୍ଦ ନୁହଁନ୍ତି । ଆପଣଙ୍କୁ ଅଧିକ ଶବ୍ଦ ପସନ୍ଦ ନୁହେଁ । ସେହି ଭଳି ପିଲା ଆପଣଙ୍କୁ ଅଧିକ ପସନ୍ଦ ଯିଏ ଆପଣଙ୍କର କାମ ଶୁଣୁ ଶୁଣୁ କରି ଦିଏ । ବେଢଙ୍ଗରେ ପିନ୍ଧିଥିବା ବସ୍ତ୍ର ବ୍ୟକ୍ତି ବିଶେଷ ଆପଣଙ୍କୁ ପସନ୍ଦ ନୁହେଁ ।

ସିଂହ ରାଶି – ଏହି ରାଶିର ଲୋକଙ୍କୁ ନିଜ ଠାରୁ ଅଧିକ ଭଲ ପିନ୍ଧିଥିବା କିମ୍ବା ନିଜ ଠାରୁ ଅଧିକ ଭଲ ଦେଖା ଯାଉଥିବା ଲୋକ ପସନ୍ଦ ନୁହେଁ । ଯିଏ ଆପଣଙ୍କ ପ୍ରଶଂସା ନ କରେ ସେ ଭଳି ଲୋକଙ୍କୁ ଆପଣ ପସନ୍ଦ କରନ୍ତି ନାହିଁ ।

କନ୍ୟା ରାଶି – ଏହି ରାଶିର ବ୍ୟକ୍ତିମାନେ ଅଧିକ ବୁଝିବାର ତେଣୁ ଯେଉଁ ମାନେ ଠିକ ଭାବେ ଖାଇ ପାରନ୍ତିନି ଓ ଯେଉଁ ମାନେ ଠିକ ଭାବେ ଡ୍ରେସ ପିନ୍ଧି ନଥାନ୍ତି ସେଭଳି ଲୋକଙ୍କୁ ଏହି ରାଶିର ଲୋକ ମାନେ ନାପସନ୍ଦ କରନ୍ତି । ଯେଉଁ ମାନେ ଏମାନଙ୍କୁ ନିଜ ଆଡୁ କଲ କରନ୍ତିନୀ ସେଭଳି ଲୋକଙ୍କ ଉପରେ ଏହି ଲୋକ ମାନେ ଅଧିକ ରାଗନ୍ତି ।

ତୁଳା ରାଶି – ଆପଣଙ୍କୁ ଯିଏ କଲ ନ କରେ କିମ୍ବା କମ ଆବାଜରେ ଗୀତ ଶୁଣୁଥିବା ଲୋକ ପସନ୍ଦ ନୁହଁନ୍ତି । ଆପଣଙ୍କୁ ଅଧିକ ଆବାଜରେ ଶୁଣିବା ପସନ୍ଦ । ଯେଉଁ ମାନେ ପଶୁ ମାନଙ୍କୁ ଖରାପ ବ୍ୟବହାର ଦେଖାନ୍ତି ଓ ସାର୍ବଜନୀକ ସ୍ଥଳକୁ ଅସନା କରନ୍ତି ସେ ଭଳି ଲୋକ ଆପଣଙ୍କୁ ପସନ୍ଦ ନୁହନ୍ତି ।

ବିଛା ରାଶି – ଏହି ରାଶିର ଲୋକ ମାନେ ସେମାନଙ୍କୁ ଅଧିକ ଚିଡନ୍ତି ଯେଉଁ ମାନେ କିଛି କାମ ପାଇଁ କାନ୍ତି ମାତ୍ର କାମ କରନ୍ତି ନାହିଁ । ଏହା ଛଡା ଆପଣଙ୍କୁ ସେମାନେ ମଧ୍ୟ ଅଧିକ ନାପସନ୍ଦ ଯେଉଁ ମାନେ ଆପଣଙ୍କ ଠାରୁ ଅଧିକ ଭଲ ।

ଧନୁ ରାଶି – ଏହି ରାଶିର ଲୋକମାନେ କେବଳ ସେହି ଲୋକଙ୍କ ଉପରେ ବିରକ୍ତ ହୁଅନ୍ତି ଯେଉଁ ମାନେ ନିଜର କାମ ସମୟରେ କରନ୍ତିନି । ଯେଉଁ ମାନେ ଅଧିକ ପ୍ରଶ୍ନ କରନ୍ତି । ଯେଉଁ ମାନେ ଜୀବନରେ କିଛି କରିବା ଆଗରୁ ନିଜର ଡରି ଥାନ୍ତି ଏଭଳି ଲୋକ ଆପଣଙ୍କୁ ପସନ୍ଦ ନୁହଁନ୍ତି ।

ମକର ରାଶି – ଏହି ରାଶିର ଲୋକମାନଙ୍କୁ ବାର ବାର ଧାର ମାଗିବା ଓ ସମୟରେ ଏହାକୁ ନ ଫେରାଇବା ଲୋକ ପସନ୍ଦ ନୁହଁନ୍ତି । ଯେଉଁ ମାନେ ପେଷ୍ଟ କୁ ଖୋଲା ଛାଡି ଦିଅନ୍ତି ସେଭଳି ଲୋକଙ୍କ ଉପରେ ଏହି ରାଶିର ଲୋକ ମାନେ ଅଧିକ ରାଗନ୍ତି । ଏମାନେ ଅଧିକ ଧାନ ଖରଚ କରୁଥିବା ଲୋକଙ୍କୁ ପସନ୍ଦ କରନ୍ତିନୀ ।

କୁମ୍ଭ ରାଶି – ଏହି ରାଶିର ଲୋକ ମାନଙ୍କୁ ଧୀରେ କଥା ହେଉଥିବା କିମ୍ବା କମ କହୁଥିବା ଲୋକ ମାନେ ପସନ୍ଦ ନୁହଁନ୍ତି । ଆପଣଙ୍କୁ ଅଧିକ ଲାଜ କରୁଥିବା ଲୋକମାନେ ମଧ୍ୟ ପସନ୍ଦ ନୁହଁନ୍ତି ।

ମିନ ରାଶି – ଯେଉଁ ମାନେ ଧୀରେ ଚାଳନ୍ତି ସେଭଳି ଲୋକ ଆପଣଙ୍କୁ ପସନ୍ଦ ନୁହଁନ୍ତି । ଆପଣାକୁ ଗରମ ଦିନ ପସନ୍ଦ ନୁହେଁ। ଆପଣଙ୍କୁ ମଦ କିମ୍ବା ଅନ୍ୟ କିଛି ନିଶା କରୁଥିବା ବ୍ୟକ୍ତି ପସନ୍ଦ ନୁହଁନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ