IPL 2021- ବିଦେଶୀ ଖେଳାଳିଙ୍କ ପାଇଁ Ambani କଲେ ଏମିତି କାମ କି Dhoni, Rohit ବି କଲେ ସଲାମ

ଭାରତୀୟ କ୍ରିକେଟରେ ଖେଳୁଥିବା ମହାନ ଖେଳାଳି ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଆଜିକ ଡେଟରେ ପୁରା ବିଶ୍ବରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କେତେକ ଖେଳାଳି ମାନେ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ ପାଇଁ ତ ଆଉ କେତେକେ ଖେଳାଳି ମାନେ ନିଜର ବ୍ୟାଟିଂ, କିପିଙ୍ଗ, ବୋଲିଂ ପାଇଁ ମଧ୍ୟ ଦେଶରେ କୀର୍ତ୍ତି ସ୍ଥାପନ କରି ପାରିଛନ୍ତି । ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି ।

ବର୍ତ୍ତମାନ ଆମ ଦେଶରେ କୋରୋନା ମହାମାରୀ ଯୋଗୁ ଯେଉଁ ସବୁ ସମସ୍ଯା ସୃଷ୍ଟି ହୋଇଛି ତାହାର ସମାଧାନ କେବା ହେବ ତାହା କହି ହେଉ ନାହି । କୋରୋନା ଭାଇରସ ଯୋଗୁ ଆମ ଦେଶରେ ଚାଲିଥିବା ଆପିଏଲ ମ୍ଯାଚ ବାତିଲ କରା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅନୋଖା କଥା କହିବାକୁ ଯାଉଛୁ ଯାହା ଆଗରୁ କ୍ରିକେଟ ଦୁନିଆରେ କେବେ ଘଟି ନ ଥିଲା ।

ଆପିଏଲ ମ୍ଯାଚକୁ ଆମ ଦେଶରେ ବଡ ପର୍ବ ଭାବେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁ ଆପିଏଲ ମ୍ଯାଚକୁ ରଦ୍ଦ କରା ଯାଇଛି । ସେଥି ପାଇଁ ଆପିଏଲରେ ଭାଗ ନେଇଥିବା ଅନେକ ଦେଶ ବିଦେଶର ଖେଳାଳି ମାନେ ନିଜ ଦେଶକୁ ଫେରିପାରୁ ନାହାନ୍ତି । ଏହିଭଳି ଜଟିଳ ପରିସ୍ଥିତିରେ ଖେଳାଳି ମାନଙ୍କୁ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏଭଳି କିଛି ମହାନ କାମ କରିଛନ୍ତି ଯାହା ଆଗରୁ କେବେ ହୋଇନ ଥିଲା ।

ମୁକେଶ ଅମ୍ବାନୀ ଏହି ମୁମ୍ବାଇର ସବୁ ଖେଲାଳି ମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ଏରୋପ୍ଳେନର ବନ୍ଦୋବସ୍ତ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଯଦି ଅନ୍ୟ କୌଣସି ଦେଶର ଖେଳାଳି ଅଛନ୍ତି ତେବେ ସେମାନେ ମଧ୍ୟ ଏହି ପ୍ଳେନରେ ନିଜ ଦେଶକୁ ଫେରି ପାରିବେ । ଏହି ବ୍ୟବସ୍ଥା ଅନୁଯାୟୀ ସାଉଥ ଆଫ୍ରିକା, ନିଜ୍ଯୁଲ୍ୟାଣ୍ଡ, କ୍ଯାରିବିଆଇ ଆଦି ଦେଶ ପାଇଁ କରା ଯାଇଛି ।

ନିଯୁଜ୍ଲ୍ୟାଣ୍ଡର ଖେଳାଳି ଟ୍ରେଣ୍ଡ ବୋଲ୍ଡ, ଜିନ୍ସ ମିନ୍ଟମ, ସେନ ବଣ୍ଡଙ୍କ ବ୍ଯତୀତ ଅନ୍ୟ ଟିମର ଖେଳାଳି ମାନେ ମଧ୍ୟ ଏହି ପ୍ଳେନରେ ଯାଇ ପାରିବେ । ୱେଷ୍ଟ ଇଣ୍ଡିଜର ଖେଳାଳି ମ୍ୟାକୁ ଜନସେନଙ୍କୁ ଡ୍ରପ କରି ଏହା ପରେ କ୍ଯାରିବିଆଇ ଦେଶକୁ ପ୍ଳେନ ଗତି କରିବ । ଏହି ଚ୍ୟାଟର ପ୍ଳେନରେ ଯିବା ପାଇଁ ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ମୁକେଶ ଅମ୍ବାନୀ ନିଜ ମହାନତା ଦେଖାଇ ଏହି ଖେଳାଳି ମାନଙ୍କ ପାଇଁ ମସିହା ସାଜିଛନ୍ତି ।

ତାଙ୍କର ଏହି ମହାନ କାମ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଖୁବ ଜୋରରେ ଚର୍ଚ୍ଚା ହେବାରେ ଲାଗିଛି । ଯଦି ଅନ୍ୟ କୌଣସି ଖେଳାଳି ଏହି ପ୍ଳେନରେ ନିଜ ଦେଶକୁ ଫେରିବାକୁ ଚାହୁଛନ୍ତି ତେବେ ଫେରି ପାରିବେ । ମୁକେଶ ଅମ୍ବାନୀଙ୍କର ଏହି ଦିଲକୁ ଛୁଇଁଲା ଭଳି କାମ ପାଇଁ ଦେଶର ସବୁ ଖେଳାଳି ଓ ଅନ୍ୟ ମାନେ ତାଙ୍କୁ ସଲାମ କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।