ଅନ୍ତରୀକ୍ଷରେ ନିୟନ୍ତ୍ରଣ ହରାଇ ଥିବା ଚାଇନିଜ ରକେଟ ପୃଥିବୀପୃଷ୍ଠରେ ଆଜି ମାଡ ହେବ, କେଉଁଠି ପଡିବ ?

ବର୍ତ୍ତମାନ ଚୀନରୁ ବିଶ୍ଵବାସୀଙ୍କ ପାଇଁ ଆଉ ଏକ ବିପଦ ଖବର ଆସି ପହଞ୍ଚିଛି । ସମସ୍ତଙ୍କ ନଜର ରହିଛି କେଉଁଠି ମଧ୍ୟ ପଡ଼ିପାରେ ଅନ୍ତରୀକ୍ଷରେ ନିୟନ୍ତ୍ରଣ ହରାଇ ସାରିଥିବା ଚୀନର ୫ବି ରକେଟ୍ ଲଞ୍ଚର୍ । ଏହାକୁ ନେଇ ଦ୍ଵିବିଧା ଲାଗି ରହିଛି । ରକେଟ ଟି କ୍ଷିପ୍ର ଗତିରେ ପୃଥିବୀ ଆଡ଼କୁ ମାଡି ଆସୁଛି ଓ ଆଜି ପୃଥିବୀ ପୃଷ୍ଠରେ ଏହି ୨୧ ଟନ୍ ବିଶିଷ୍ଟ ୫ବି ରକେଟ୍ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଚୀନର ଏହି ବେକାବୁ ରକେଟ୍ ପୃଥିବୀରେ କେଉଁଠାରେ ପଡ଼ିବ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ଜନବସତିରେ ପଡ଼ିଲେ ବଡ଼ ଧରଣର କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଛି । ଭାରତୀୟ ସମୟ ଆଜି ରାତି ୭:୩୦ ମିନିଟ୍ ରୁ ବିଳମ୍ବିତ ରାତି ୧:୩୦ ମିନିଟ୍ ରେ ଏହା ପଡ଼ିବ ବୋଲି ସ୍ପଷ୍ଟ ସୂଚନା ମିଳିଛି । ତେବେ ସୂଚନାନୁସାରେ ଉତ୍ତର ଆମେରିକା, ଦକ୍ଷିଣ ୟୁରୋପ, ଚୀନ୍, ଆଫ୍ରିକା, ଅଷ୍ଟ୍ରଲିଆ କିମ୍ବା ନ୍ୟୁଜିଲାଣ୍ଡ ରେ ଏହା ପଡ଼ିବ ବୋଲି ଆକଳନ କରାଯାଉଛି ।

ଏହାକୁ ନେଇ ବୈଜ୍ଞାନିକ ମାନେ ଆଶଙ୍କାରେ ଅଛନ୍ତି ଯେ ୨୧ ଟନ୍ ଓଜନ ଓ ୩୦ ମିଟର ଲମ୍ବ ବିଶିଷ୍ଟ ଏହି ରକେଟ୍ କୌଣସି ଅଞ୍ଚଳରେ ମଧ୍ୟ ପଡ଼ିପାରେ । ଯେକୌଣସି ସ୍ଥାନରେ ଏତେ ବଡ଼ ଓଜନର ରକେଟ୍ ପଡ଼ିଲେ ବଡ଼ ଧରଣର କ୍ଷତି ଅବଶ୍ୟ ଘଟାଇବ । ତେବେ ରକେଟ୍ ଟି କୁ ଆଜି ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାର ଅନୁମାନ କରାଯାଇଛି । ରକେଟ କୁ ଟ୍ରାକ୍ କରିବାର ପ୍ରୟାସ ଜାରି ରହିଛି ।

ଗତ ମାସ ଅପ୍ରେଲ ୨୯ ତାରିଖରେ ଚୀନ ଏକ ଲଙ୍ଗ୍ ମାର୍କ୍ ରକେଟ୍ ଲଞ୍ଚ୍ କରିଥିଲା । ମାତ୍ର ଅନ୍ତରୀକ୍ଷରେ ପ୍ରବେଶ କରିବା ମାତ୍ରେ ତାହା ନିୟନ୍ତ୍ରଣ ହରାଇ ଦେଇଥିଲା । ତେବେ ଚୀନରୁ ସୃଷ୍ଟି ହୋଇଥିବା ବଡ଼ ଭୂତାଣୁ ସାରା ବିଶ୍ୱକୁ ହଲାଇ ରଖି ଦେଇଥିବା ବେଳେ, ବର୍ତ୍ତମାନ ଏପରି ଏକ ବଡ଼ ବିପଦ ବିଶ୍ଵବାସୀଙ୍କୁ ବିଚଳିତ କରି ଦେଇଛି । ତେବେ ବୈଜ୍ଞାନିକଙ୍କ ମତରେ ଚୀନର ଏହି ବେକାବୁ ରକେଟ୍ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ତାହାର ଅନେକ ଅଂଶ ଜଳି ଯିବାର ସମ୍ଭାବନା ରହିଛି ।

ତଥାପି ଯାହା କିଛି ବଞ୍ଚିବା ତାହା ଯଦି ଜନବହୁଳ ଅଞ୍ଚଳରେ ପଡ଼ିବ ତେବେ ଅନେକ କ୍ଷୟକ୍ଷତି ଘଟାଇବ । ରକେଟ୍ ଟି ବାୟୁମଣ୍ଡଳରେ ପ୍ରବେଶ କରିବାର କେବଳ ୧ ଘଣ୍ଟା ଆଗରୁ ହିଁ ଆକଳନ କରା ଯାଇ ପାରିବ କି ତାହା ପୃଥିବୀର କେଉଁ ଭାଗରେ ପଡ଼ିବ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଯେହେତୁ ରକେଟ୍ ନିୟନ୍ତ୍ରଣ ବାହାରେ ଅଛି ସେଥିପାଇଁ ଏହା କେଉଁ ଅଞ୍ଚଳରେ ପଡ଼ିବ ତାହା ନିଶ୍ଚିତ ଜଣା ପଡୁନାହିଁ ।

ତେବେ ପୃଥିବୀର ୭୦ ଭାଗରୁ ଅଧିକ ଜଳଭାଗ ରହିଛି ଓ ଅତୀତରେ ମଧ୍ୟ ଏଭଳି କେତେକ ଅନିୟନ୍ତ୍ରିତ ରକେଟ୍ ଜଳଭାଗରେ ପଡିଛନ୍ତି । ସେଥିପାଇଁ ରକେଟ୍ ଟି ଜଳଭାଗରେ କିମ୍ବା ଜନଶୂନ୍ୟ ସ୍ଥାନରେ ମଧ୍ୟ ପଡ଼ିପାରେ ବୋଲି ବିଶ୍ୱାସ କରାଯାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।