ମରିଗଲେ ବି ସକାଳୁ ସକାଳୁ ଏହି 3 ଟି କାମ କେବେ ବି କରିବେନି, ନହେଲେ ସାରା ଜୀବନ କାନ୍ଦୁଥିବେ- Chanakya NIti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ କେବେ ଆପଣ ମାନେ ଜାଣି ନ ଥିବେ । ଶାସ୍ତ୍ର ଅନୁସାରେ ପ୍ରତେକ ମଣିଷକୁ ସକାଳୁ ଉଠିବା ପରେ କିଛି ଭଲ କାମ କରିବା ଉଚିତ ।

ଯଦି ବ୍ଯକ୍ତିର କମ ସମୟ ଅନୁସାରେ ହୋଇଥାଏ ତେବେ ତାର ଦିନ ବହୁତ ଭଲରେ କଟିଥାଏ । ମଣିଷକୁ ସକାଳୁ ଉଠି କେଉଁ କାମ କରିବା ଦ୍ଵାରା ତାର ଭଲ ଓ ମନ୍ଦ ହୋଇଥାଏ ସେହି ବିଷୟରେ ଚାଣକ୍ୟ ନୀତିରେ କିଛି ବିଶେଷ କଥା କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ଅଟେ ।

୧- କିଛି ଲୋକମାନେ ସକାଳୁ ଉଠିବ ପରେ ପ୍ରଥମେ ଆଇନାରେ ନିଜ ଚେହେରା ଦେଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏପରି ନ କରିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ଅଛି । ଆପଣ ସକାଳୁ ଉଠିବା ପରେ ପ୍ରଥମେ ଭଗବାନଙ୍କ ନାମ ସ୍ମରଣ କରି ନିଜ ହାତକୁ ଦେଖିବା ଦ୍ଵାରା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ଏହା ଦ୍ଵାରା ଆପଣଙ୍କ ଦିନ ଭଲ ରହିଥାଏ ।

୨- ସକାଳୁ ଉଠିବା ପରେ ଗାୟତ୍ରୀ ମନ୍ତ୍ର, ଶଙ୍ଖ ଶବ୍ଦ ବା ମନ୍ଦିରର ଘାନ୍ତିର ଶବ୍ଦ ଶୁଣିବା ଶୁଭ ହୋଇଥାଏ । ଏହା ବ୍ଯତୀତ ସକାଳୁ ପେପର ପଢିବା ବା ନିୟୁଜ ଦେଖିବା ଦ୍ଵାରା ଆପଣଙ୍କ ମନରେ ନାକାରାତ୍ମକ ପ୍ରଭାବ ପଡିଥାଏ । ଏହା ଛଡା ସକାଳୁ ଉଠିବା ପରେ କୌଣସି ପଶୁ ମାନଙ୍କର ଚିତ୍ର ବା ଛବି ଦେଖାବା ଉଚିତ ନୁହେ । ସକାଳୁ କାହା ସହିତ କଳହ ବା ବାଦ ବିବାଦ କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଆପଣଙ୍କ ଦିନ ବହୁତ ଖରାପ ହେବା ସହ ଆପଣଙ୍କମନରେ ଅନେକ ପ୍ରକାରର ଖରାପ ଚିନ୍ତାଧାରା ଆସିଥାଏ ।

୩- କିଛି ବ୍ୟକ୍ତିଙ୍କୁ ସକାଳୁ ଉଠିବା ପରେ ବେଡଟି ବା ଚାହା ପିଇବାର ଅଭ୍ଯାସ ଥାଏ । ଏହିଭଳି ବ୍ୟକ୍ତି ବିନା ବ୍ରଶ କରି ଚାହା ବା ଅନ୍ୟ କୌଣସି ଖାଦ୍ଯ ସେବନ କରିଥାନ୍ତି । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହା ସହ ଆପଣଙ୍କ ଦିନ ମଧ୍ୟ ଖରାପ ହୋଇଥାଏ । ତେଣୁ ସକାଳୁ ଉଠିବ ପରେ କମ ସେ କମ ମୁହଁ ଧୋଇ ବା ବ୍ରଶ କରି କୌଣସି ଖାଦ୍ଯ ସେବନ କରନ୍ତୁ ।

ଚାଣକ୍ୟ ନୀତିର ଏହି ନିୟମ ଗୁଡିକୁ ପାଳନ କରିଲେ ଆପଣଙ୍କ ଜୀବନରେ ଥିବା ସମସ୍ୟାର ସମାଧାନ ହେବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ