ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅନ୍ଦାଜ, ଲୁକ, ଷ୍ଟାଇଲ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଅଭିନେତା ଅମ୍ଳାନ ଏମିତି ଏକ ଅଭିନେତା ଯିଏ ତାଙ୍କର ସୁନ୍ଦର ଅଭିନୟରେ ନିଜ ଫ୍ୟାନ୍ସ ମାନଙ୍କ ନଜରରେ ଲୋପ୍ରିୟ ହୋଇ ପାରିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅମ୍ଳାନଙ୍କ ଜୀବନ କାହାଣୀ ବିଷୟରେ କହିବାକୁ ଯାଉଛୁ । ଅଭିନେତା ଅମ୍ଳାନ ହେଉଛନ୍ତି ସୁପର ଷ୍ଟାର ଅଭିନେତା ମିହିର ଦାସଙ୍କ ପୁଅ ଅଟନ୍ତି । ଜଣେ ପ୍ରଖ୍ୟାତକାର ଅଭିନେତା ଭାବେ ମିହିର ଦାସ ଓଡିଆ ଜଗତରେ ପରିଚିତ ଅଟନ୍ତି ।
ଅଭିନେତା ମିହିର ଦାସ ଓଡିଆ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଦେଇ ଅଭିନୟ ଦୁନିଆରେ ନିଜର ନାଁ ବନେଇ ପାରିଛନ୍ତି । ତାଙ୍କ ପୁଅ ଅମ୍ଳାନ ମଧ୍ୟ ଜଣେ ଭଲ ଅଭିନେତା ଭାବେ ଓଡିଆ ଜଗତରେ ନିଜର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।
“ପାଗଳ କରିଚୁ ତୁ” , “ତୁ ମୋ ଦେହର ଛାଇ”, “ଗୋଲାପି ଗୋଲାପି”, “କଲେଜ ଟାଇମ”, “ଟାଇଗର”,”ବଜରଙ୍ଗୀ” ଆଦି ଓଡିଆ ଫିଲ୍ମରେ ଅଭିନୟ କରି ଅଭିନେତା ଅମ୍ଳାନ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତା ଅମ୍ଳାନ ଗତ ଦୁଇ ବରଷ ତଳେ ଭୂମିକାଙ୍କୁ ବିବାହ କରି ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅମ୍ଳାନ ଓ ଭୂମିକାଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିବା ସହ ଦୁହିଙ୍କ ଭିତରେ ନିଜ ସମ୍ପର୍କକୁ ନେଇ ଭଲ ବୁଝାମଣା ମଧ୍ୟ ରହିଛି ।
ଭୂମିକା ନିଜ ପରିବାର ଲୋକଙ୍କର ବହୁତ ଭଲ ଭାବେ ଯତ୍ନ ନିଅନ୍ତି । ବାହାଘରର ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ଅମ୍ଳାନ ଓ ଭୂମିକା ବାହାରକୁ ବୁଲିବାକୁ ଯାଇଛନ୍ତି । ଦୁହେଁ ଚିରାଙ୍ଗ, କସଢା ୱାଟରଫଲ, ମାଙ୍କଡ ଡିଆଁ ଆଦି ସ୍ଥାନକୁ ବୁଲୁବାକୁ ଯାଇଛନ୍ତି । ତାଙ୍କ ସହ ତାଙ୍କର ଡ୍ରାଇଭର ଓ ଡଗିକୁ ମଧ୍ୟ ଦେଖିବାକୁ ମିଳିଛି । ଦୁହେଁ ପରସ୍ପର ସହ ବହୁତ ଖୁସି ଥିବାର ଜଣା ପଡୁଛି । ଅମ୍ଳାନ ଓ ଭୂମିକାଙ୍କ ସହ ତାଙ୍କ ଡଗି ମଧ୍ୟ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।
ଦୁହିଁଙ୍କର ୱାଟରଫଲର ଫୋଟୋ ଅମ୍ଳାନ ନିଜ ସୋସିଆଲ ମିଡିଆରେ ଶେଯାର କରିଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଦୁହିଙ୍କର ଯୋଡିକୁ ବହୁତ କମେଣ୍ଟ କରିଛନ୍ତି । ଦୁହିଙ୍କର ବିବାହ ସମୟରେ କିଛି ସମସ୍ଯା ଦେଖା ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ମିଥ୍ୟା ବୋଲି ପ୍ରମାଣିତ ହେଇଥିଲା । ବିବାହର ଦୁଇ ବର୍ଷ ହୋଇଥିଲେ ମଧ୍ୟ ଦୁହେଁ ପରସ୍ପର ସହ ବେଶ ହସଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆଗକୁ ଅଭିନେତା ଅମ୍ଳାନଙ୍କର ଦୁଇ ଦୁଇଟି ଚଳଚିତ୍ର ରିଲିଜ ହେବାକୁ ଯାଉଛି । ଗୋଟିଏ ଫିଲ୍ମରେ ସେ ଅଭିନେତା ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିବ ତ ଅନ୍ୟ ଏକ ଫିଲ୍ମରେ ରିୟାଙ୍କୁ ଅମ୍ଳାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ