ଏମିତି ସ୍ତ୍ରୀ ଙ୍କ ଘରେ କେବେ ବି ପ୍ରବେଶ କରନ୍ତି ନାହିଁ ମା’ ଲକ୍ଷ୍ମୀ, ସବୁବେଳେ ଲାଗି ରହିଥାଏ ଦରିଦ୍ରତା- Vastu Tips

ପ୍ରତେକ ମଣିଷର ଜୀବନରେ ଗୋଟେ ନାରୀର ଭୂମିକା ରହିଛି । ଜଣେ ବ୍ଯକ୍ତିର ଉନ୍ନତି ପଛରେ ଜଣେ ନାରୀର ହାତ ରହିଥାଏ । ଜଣେ ନାରୀ ଘରର ସବୁ କାମ କରିବା ସହ ସମସ୍ତଙ୍କର ଧ୍ୟାନ ରଖିବା ହେଉଛି ତାର ପ୍ରଥମ କର୍ତ୍ତବ୍ୟ ଅଟେ । ଜଣେ ନାରୀ ଚାହିଲେ ଘରକୁ ସଜାଡି ପାରିବ ତ ଘରକୁ ଭାଙ୍ଗି ମଧ୍ୟ ପାରିବ । ଏ ସବୁ କିଛି ଜଣେ ନାରୀର କାର୍ଯ୍ୟ କଳାପ ଉପରେ ନିର୍ଭର କରିଥାଏ । ଘରର ସୁଖ ଶାନ୍ତି କେବଳ ଜଣେ ନାରୀ ଆଣିଥାଏ ।

ସେ ତାର ଭଲ ବ୍ୟବହାର ଓ ଗୁଣ ପାଇଁ ଜୀବନର ସବଣୁ କ୍ଷେତ୍ରରେ ବିଜୟ ଲାଭ କରିଥାଏ ।  ଆଜି ଆମେ ଆପଣ ମାନଙ୍କୁ ନାରୀମାନେ କେଉଁ କାମ କରିଲେ ଘରକୁ ମା ଲକ୍ଷ୍ମୀଙ୍କର କୃପା ମିଳି ନ ଥାଏ ସେହି ବିଷୟରେ କହିବାକୁ ଯାଉଛୁ ।ପ୍ରାଚୀନ କାଳରୁ ଘରର ଝିଅ ଓ ବୋହୁ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ । କୁହାଯାଏ ଯେ ଜଣେ ନାରୀ ଚାହିଲେ ଘରକୁ ସ୍ଵର୍ଗ କରିଦେବ ନ ହେଲେ ନର୍କ କରିଦେବ ।

ଶାସ୍ତ୍ର ଅନୁସାରେ କିଛି ନାରୀଙ୍କ ପାଇଁ ଘରେ ଦରିଦ୍ରତା ଦେଖାଯାଏ ତ ଆଉ କିଛି ନାରୀଙ୍କ ପାଇଁ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଏମିତି କିଛି ନିୟମ ରହିଛି ଯାହା କରିବା ଜଣେ ନାରୀ ପକ୍ଷେ ଉଚିତ ନୁହେ ।

୧- କେବେ ବି ଅଇଁଠା ବାସନ ଚୁଲି ଉପରେ ରଖିବା ଅନୁଚିତ । ରାତିରେ ଶୋଇବା ସମୟରେ ସବୁ ଅଇଁଠା ବାସନକୁ ଅଲଗା ଜାଗାରେ ରଖିବା ଉଚିତ । ନଚେତ ଘରେ ମା ଲକ୍ଷ୍ମୀଙ୍କର କୃପା ରହେ ନାହି ।

୨-  ଯଦି ଘରର ମହିଳା ମାନେ ଗୋଇଠା ମାରି କବାଟ ଖୋଲୁଥିବେ ବା ବନ୍ଦ କରୁଥିବେ ତେବେ ଧନର ଦେବୀ ଲକ୍ଷ୍ମୀଙ୍କର ବାସ ରହି ନ ଥାଏ ।

୩- ଭୁଲରେ କେବେ ବି ଝାଡୁକୁ ଗୋଇଠା ମାରିବା ଉଚିତ ନୁହେ । କାରଣ ଶାସ୍ତ୍ରରେ କୁହାଯାଇଛି ଯେ ଝାଡୁରେ ଦେବୀ ଲକ୍ଷ୍ମୀଙ୍କର ବାସ ରହିଥାଏ । ଯଦି ନାରୀଟି ଏହି ଭୁଲ କରିଥାଏ ତେବେ ମା ଲକ୍ଷ୍ମୀଙ୍କର କୃପା କେବେ ବି ମିଳି ନ ଥାଏ ଓ ଘରେ ଦରିଦ୍ରତା ଦେଖାଯାଏ ।

୪- ହିନ୍ଦୁ ଶାସ୍ତ୍ର ଅନୁସାରେ ଘରର ନାରୀ ଦୁଆର ମୁହଁରେ ବସି ଖାଇଲେ ଘରେ ଦରିଦ୍ରତା ଦେଖାଯାଏ ।

୫- ରାତିରେ ଶୋଇବା ସମୟରେ ରୋଷେଇ ଘରେ ଅଇଁଠା ବାସନ ପକେଇ ରଖିବା ଅନୁଚିତ । ଏପରି କରିବା ଫଳରେ ମା ଲକ୍ଷ୍ମୀଙ୍କର କୃପା ହୋଇ ନ ଥାଏ ଓ ଘରେ ଦରିଦ୍ରତା ଦେଖାଯାଏ ।

୬- ସନ୍ଧ୍ୟା ଓ ରାତ୍ର କାଳରେ ଘରେ ଯେଉଁ ନାରୀ ଝାଡୁ ମାରି ଘର ଓଳାଇଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରହି ନ ଥାଏ । ସେହିଭଳି ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।

୭- ଯଦି କୌଣସି ଘରେ ନାରୀଟି ଅଧିକ ସମୟ ଯାଏଁ ଶୋଇ ରୁହେ ତେବେ ସେ ଘରର କେବେ ବି ଉନ୍ନତି ହୋଇ ନ ଥାଏ । ସେହି ନାରୀଟି ତା ସ୍ଵାମୀ ଓ ପରିବାରର ଦୁଖର କାରଣ ହୋଇଥାଏ ।

୮- ସକାଳୁ ଉଠି ପ୍ରତେକ ନାରୀ ଘର ଓ ବାହାର ଝାଡୁ ମାରି ସଫା କରିବା ଫଳରେ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ଓ ଘର ଆଗରେ ରଙ୍ଗୋଲି ପକାଇବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।