ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ? ପଢନ୍ତୁ ଆଜିର 20 + ଅନୁଚିନ୍ତା

ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଭଲ ଓ ଖରାପ ସମୟ ଦେଇ ଗତି କରିଥାନ୍ତି । ଏହି ସମୟରେ ସେ କିଛି ଭଲ ଅନୁଭୂତି ପାଇଥାଏ ଓ କିଛି ଖରାପ । ଭଲ ସମୟରେ ସେ ବହୁତ ଖୁସି ହୋଇଥାଏ ଓ ଯାହା ଇଚ୍ଛା କରିଥାଏ ତାକୁ ଅତି ସହଜରେ ହାସଲ କରିଥାଏ । କିନ୍ତୁ ଖରାପ ସମୟ ଆସିଲେ ସେ ବହୁତ ଦୁଖରେ ଭାଙ୍ଗିଯାଇଥାଏ । ତାକୁ ଇଛା ହୁଏ କି ଏହି ଜୀବନକୁ ଛାଡି ଚାଲିଯିବା ପାଇଁ । କିନ୍ତୁ ମନୁଷ୍ୟର ଯେତେ ବେଳେ ଭଲ ସମୟ ଆସିଥାଏ ତାକୁ ଆପେ ଆପେ ଜଣା ପଡିଥାଏ । ଏହି ଭଲ ସମୟର କିଛି ସଂକେତ ତାକୁ ପ୍ରକୃତିରୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ।

·         ଯଦି ସକାଳୁ ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି , ତେବେ ଏହି ସମୟରେ ଯଦି ବାଟରେ ବୁଢିଆଣୀ ଜାଲ ବୁଣୁଥିବାର ଦେଖନ୍ତି ତେବେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଂକେତ ମିଳିଥାଏ ।

·         ଘରୁ ବାହାରିବା ସମୟରେ ଯଦି କୌଣସି ପକ୍ଷୀ ଆପଣଙ୍କ ସାମନାରେ ଆସି ବସି କିଛି ସମୟ ସ୍ଥିର ହୋଇ ବସି ରହେ ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

·         ଯଦି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଥାନ୍ତି ତେବେ ଏହି ସମୟରେ ଯଦି ଗାଈ କିମ୍ବା ନଡିଆ ଦେଖନ୍ତି ତେବେ ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସମ୍ଭାବନା ଅଛି ।

·         ଜୋତିଶ ଶାସ୍ତ୍ର ଅନୁସାରେ ଛିଙ୍କ ଅଶୋଇବା ଅଶୁଭ ବୋଲି ମାନିଥାନ୍ତି କିନ୍ତୁ ଯଦି ଆପଣ ସକାଳ ଜଳଖିଆ ଖାଇବା ବେଳେ ଛିଙ୍କ ଆସିଥାଏ ତେବେ ଏହା ଏକ ଶୁଭ ସୂଚନା ପ୍ରଦାନ କରିଥାଏ ।

·         ଯଦି ଆପଣ ରାତିରେ ଶୋଇବା ସମୟରେ ସ୍ଵପ୍ନରେ ସଫା ପାଣି ଦେଖନ୍ତି ତେବେ ଏହା ଆପଣଙ୍କୁ ଧନ ମିଳିବାର ସଂକେତ ଦେଇଥାଏ ।

·         ଯଦି ଆପଣ ପିନ୍ଧା ବସ୍ତ୍ର ବଦଳିବା ସମୟରେ ପକେଟରୁ ଯଦି ପଇସା ତଳେ ପଡିଯାଏ ତେବେ ଏହା କୌଣସି ଉପାୟରୁ ଧନ ମିଳିବାର ସୂଚନା ଦେଇଥାଏ ।

·         ଯଦି ଆପଣ ପୂଜାକାରିବା ସମୟରେ ଠାକୁରଙ୍କୁ ଦିଆ ଯାଇଥିବା ଫୁଲ ଆପଣଙ୍କ ସାମନା ରେ ପଡିଯାଏ ତେବେ ଏହା ଆପଣଙ୍କର ଶୀଘ୍ର କୌଣସି ମନସ୍କାମନା ପୂରଣ ହେବାର ସୂଚନା ଦେଇଥାଏ ।

·         ଯଦି ଆପଣ ବାହାଘର ପ୍ରସ୍ତାବ ବାହାରକୁ ଦେଖିବାକୁ ଯାଉଛନ୍ତି ଏବଂ ଏହି ଯିବା ସମୟରେ ଯଦି କୌଣସି ଲାଲ ସାଡି ପରିଧାନ କରିଥିବା କୌଣସି ସ୍ତ୍ରୀ ଲୋକ ଦେଖନ୍ତି ତେବେ ଆପଣଙ୍କୁ ଭଲ ଜୀବନ ସାଥୀଟିଏ ମିଳିବାର ସମ୍ଭାବନା ଅଛି ।

·         ଯଦି ଆପଣ ରାସ୍ତାରେ ଯିବାବେଳେ କୌଣସି ପଇସା ପାନ୍ତି ତେବେ ଏହା ଅପନନକ୍ର ଆର୍ଥିକ ସ୍ଥିତି ମଜବୁତ ହେବାର ନିଦର୍ଶନ ହୋଇଥାଏ ।

·         ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିବା ବେଳେ ଯଦି ଆପଣଙ୍କୁ କୌଣସି ଜିନିଷ ଭୁଲିଯିବାର ମନେ ପଡିଥାଏ ତେବେ ଏହା ଆପଣଙ୍କର ଖରାପ ସମୟ ଟଳିଯିବାର ସଙ୍କେତ ମିଳିଥାଏ ।

·         ଯଦି ଆପଣ ରାସ୍ତାରେ ଯିବାବେଳେ ରାସ୍ତାରେ କୌଣସି ଫୁଲ ପଡିଥିବାର ଦେଖନ୍ତି ତେବେ ଏହା  ଆପଣଙ୍କର ଭଲସମୟ ଆସିବାର ସଙ୍କେତ ଦେଇଥାଏ ।

·         ସକାଳୁ ଉଠିବା  ପରେ ଯଦି ଆପଣ କ୍ଷୀର ଗ୍ଳାସ କିମ୍ବା କ୍ଷୀର ଜାତୀୟ ପଦାର୍ଥ ଦେଖନ୍ତି ତେବେ ଏହା ଶୁଭ ସୂଚନା ଦେଇଥାଏ ।

·         ଯଦି ଆପଣଙ୍କ ଶରୀରର ଡାହାଣ ପଟ ଅଙ୍ଗରେ କମ୍ପନ ଅନୁଭବ କରନ୍ତି ତେବେ ଏହା ଦ୍ଵାରା ଆପଣ କୌଣସି ଶୁଭ ସୂଚନା ପାଇଥାନ୍ତି ।

·         ଯଦି ମାଙ୍କଡ ଫଳ ଖାଇ ଆପଣଙ୍କ ଛାତ ଉପରେ ପକାଏ ତେବେ ଏହା ଶୁଭ ସମୟ ଆସିବାର ସଙ୍କେତ ଦେଇଥାଏ ।

·         ଯଦି ଆପଣଙ୍କର ହଠାତ ଅନାବଶ୍ୟକ ଖର୍ଚ ବୃଦ୍ଧି ହୋଇଥାଏ ତେବେ ଆପଣଙ୍କୁ କୌଣସି ଶୁଭ ଖବର ମିଳିବ ।

·          ଆପଣଙ୍କ ଘର ପାଖରେ କୋଇଲି ରାବ ଦିଏ ତେବେ ଏହାର ସୁଖ ସୌଭାଗ୍ୟ ବୃଦ୍ଧିର ସଂକେତ ଦେଇଥାଏ ।

·         ଯଦି କୌଣସି ପକ୍ଷୀ କିଛି ଖାଦ୍ୟ କିମ୍ବା ଫଳ ଆଣିକି ଆପଣଙ୍କ ଘର ଉପରେ ଯଦି ପକାଏ । ଏହା ଆପଣଙ୍କର ଧନ ପ୍ରାପ୍ତି ସଙ୍କେତ ହୋଇଥାଏ ।

·         ଯଦି ଆପଣ ସକାଳୁ ଉଠିଲା ପରେ ନେଉଳ ଦେଖନ୍ତି ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବା ସଙ୍ଗେ ସଙ୍ଗେ ବାକି ପଡିଥିବା ପଇସା ମିଳିବାର ସଙ୍କେତ ଦେଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।