ଝିଅମାନେ ପାଦରେ କାହିଁକି ବାନ୍ଧନ୍ତି କଳା ସୂତା ? ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ !

ହିନ୍ଦୁ ଶାସ୍ତ୍ର ଅନୁସାରେ ଘରେ କୌଣସି ଶିଶୁ ଜନ୍ମ ନେଲେ ତାର ଗୋଡରେ ଘରର ଗୁରୁଜନ ମାନେ ସେହି ଶିଶୁର ଗୋଡରେ କଳା ସୂତା ବାନ୍ଧି ଥାନ୍ତି ଓ କଳା ଟୀକା ଲଗାଇଥାନ୍ତି । ଜାଣିଛନ୍ତିକି ଏହା କାହିଁକି କରିଥାନ୍ତି , ଏହାର ରହସ୍ୟ କଣ ଥାଏ । ଆମେ ସମୟ ଅନୁସାରେ ଆମର ପୁରୁଣା ଧର୍ମ ଓ ରୀତି ନୀତି ସବୁ ମାନ୍ୟତା କୁ ଭୁଲି ଯାଉଛୁ ଯାହାକି ଆମ ସଂସ୍କୃତି ଉପରେ ଏହାରକୁ ପ୍ରଭାବ ପଡିଥାଏ ।

ଆଜି କାଲି ଆମେ ଯେଉଁ ସମାଜରେ ବଞ୍ଚିଛୁ ସେଥିରେ କେବଳ ଛଳ କପଟ , ଲୋଭ , କ୍ରୋଧ ଓ ଈର୍ଷା ଭଳି ଭାବନା ଲୋକମାନଙ୍କ ମଧ୍ୟରେ ଅଧିକ ପ୍ରଚଳିତ ହୋଇଥାଏ । ଏମିତିରେ ଆମ ଗୁରୁଜନଙ୍କ ଦ୍ଵାରା କିଛି ଉପାୟ ଆମର ବହୁତ କାମରେ ଆସିଥାଏ ।

ତେବେ ଆସନ୍ତୁ ଜାଣିବା କଳା ସୂତା ସହିତ ଜଡିତ କିଛି ଉପାୟ ଯାହାଦ୍ୱାରା ଆପଣଙ୍କ ଜୀବନରେ ଥିବା ସବୁ ନକରାତ୍ମକ ପ୍ରଭାବ ଦୂର ହୋଇଯାଇଥାଏ । କଳା ରଙ୍ଗ ନକରାତ୍ମକ ପ୍ରଭାବକୁ ଦୂର କରିଥାଏ । ଏଥିପାଇଁ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ କାଳ ଟୀକା , କଳା କପଡା ଓ କଳା ରଙ୍ଗର ଜିନିଷକୁ ପ୍ରୟୋଗ କରାଯାଏ । କଳା ସୂତା ସବୁଠୁ ପ୍ରଭାବ ଶାଳି ହୋଇଥାଏ ।

ଯଦି ଆପଣଙ୍କ ଘରେ କୌଣସି ପ୍ରକାରର କଳି ଝଗଡା ହୋଇଥାଏ ତ ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଗୋଟିଏ ମିଟର କଳା ସୂତା ନେଇ ସେଥିରେ ୧୦୮ ଗଣ୍ଠି ପକାଇ ସବୁ ଗଣ୍ଠି ସହ ଓମ ଶନିଶ୍ଚରାୟ ନମଃ ଜପ କରନ୍ତୁ । ଏହାକୁ ଆପଣ ଘରେ ବି କରିପାରିବେବ । ଏହାପରେ ଏହାକୁ ଘରର ଦ୍ଵାରରେ ବାନ୍ଧି ଦିଅନ୍ତୁ ଏହାଦ୍ବାରା ଘରେ ଥିବା ସବୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ।

ଯଦି ଆପଣଙ୍କ ଘରର ସଦସ୍ୟଙ୍କର ଶରୀର ବାରମ୍ବାର ଖରାପ ହୋଇଥାଏ ଅକୌଣସି ସମସ୍ୟା ରହିଥାଏ ତେବେ ଆପଣ କଳା ସୂତାକୁ ମନ୍ଦିରକୁ ନେଇ ସିନ୍ଦୁର ଲଗାଇ ରଖନ୍ତୁ ଓ ଦ୍ଵିତୀୟ ଦିନ ସକାଳୁ ନିତ୍ୟକର୍ମ ସାରି ସେହି ସଦସ୍ୟଙ୍କ ଗୋଡରେ ବାନ୍ଧି ଦିଅନ୍ତୁ ଏହାଦ୍ଵାରା ସେହି ବ୍ୟକ୍ତିଙ୍କର ଚତୁର୍ପାର୍ଶ୍ବରୁ ସବୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ । ଗର୍ଭବତୀ ମହିଳାଙ୍କୁ ଶୀଘ୍ର ନଜର ଲାଗିଯାଏ । ଏହାଫଳରେ ତାଙ୍କର ଜନ୍ମିତ ସନ୍ତାନ ଉପରକୁ ପ୍ରଭାବ ପଡିଥାଏ ।

ଏଥିପାଇଁ ସେହି ମହିଳାଙ୍କର ଉଚ୍ଚତା ଅନୁସାରେ ଗୋଟିଏ କଳା ସୂତା ନେଇ ସେହି ମହିଳାଙ୍କ ମୁଣ୍ଡ ଉପରୁ ୩ ଥର ବୁଲାଇ ଆଣି ସେହି ସୂତାକୁ ଅସ୍ଵସ୍ଥ ନଦିରେ ବିସର୍ଜନ କରିଦିଅନ୍ତୁ । ଏହାଦ୍ବାର ଗର୍ଭବତୀ ମହିଳାଙ୍କ ଚତୁର୍ପାର୍ଶ୍ବରେ କୌଣସି ନକରାତ୍ମକ ପ୍ରଭାବ ରହିନଥାଏ । କଳା ସୂତାରେ ରୁଦ୍ରାକ୍ଷ ବାନ୍ଧି ବାହୁରେ ପିନ୍ଧିବା ଦ୍ଵାରା ବହୁତ ଲାଭ ଦାୟକ ହୋଇଥାଏ ।

ପୁରୁଣା ସୂତାକୁ କୌଣସି ଅସ୍ଵସ୍ଥ ଗଛ ମୂଳରେ ପୋତି ଦିଅନ୍ତୁ ନଚେତ ପାଣିରେ ଭସାଇଦିଅନ୍ତୁ ନହେଲେ ଏହି ସୂତାକୁ କୌଣସି ବ୍ୟକ୍ତି  କଳା ଜାଦୁରେ ବ୍ୟବହାର କରିପାରନ୍ତି । ଗୋଡ ମୁଦି ପିନ୍ଧିବା ଆଙ୍ଗୁଳିରେ କଳା ସୂତା ବାନ୍ଧିବା ଦ୍ଵାରା କଳା ଯାଦୁର ପ୍ରଭାବ କମ ହୋଇଥାଏ । କଳା ସୂତାକୁ ନିଜେ କିମ୍ବା ବ୍ରାହ୍ନଣଙ୍କ ଦ୍ଵାରା ପିନ୍ଧନ୍ତୁ କିନ୍ତୁ କୌଣସି ବ୍ୟକ୍ତି ଦ୍ଵାର ଏହାକୁ ପିନ୍ଧନ୍ତୁ ନାହିଁ ନଚେତ ଏହା ଦ୍ଵାରା କୌଣସି ଖରାପ ପ୍ରଭାବ ପଡିପାରେ ଏଥିପ୍ରତି ସାବଧାନ ରୁହନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।