80 ଫୁଟ୍ ବୋରୱେଲ ମଧ୍ୟକୁ ଖସି ପଡିଛି ଶିଶୁପୁତ୍ର, ରେସ୍କ୍ଯୁ ଅପରେସନ ସମୟର ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିଦେବ, ଦେଖନ୍ତୁ video

ବନ୍ଧୁଗଣ, ଏକ ଶିଶୁକୁ ନେଇ ସାମ୍ନାକୁ ଆସିଛି ଏକ ବିଚଳିତ କରିଦେବା ଭଳି ଖବର । ବୋରୱେଲ ମଧ୍ୟକୁ ଖସି ପଡିଛି ଉକ୍ତ ଶିଶୁ ପୁତ୍ରଟି । ବୋରୱେଲକୁ ଖସି ପଡିଥିବା ଏହି ବାଳକର ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାନଜକିରୀ ଚମ୍ପାରର ମାଲଖାଦରୁଆ ଥାନା ଅନ୍ତର୍ଗତ ପିରାଜଇହା ଗାଁର ଏକ ବୋରୱେଲ ଭିତରକୁ ଉକ୍ତ ବାଳକଟି ଖସି ପଡିଥିଲା । ଯାହାପରେ ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ସେନାର ଯବାନଙ୍କୁ ନେଇ ଏହି ରେସ୍କ୍ଯୁ ଅପରେସନ ଜାରି ରଖାଯାଇଛି ।

ବୋରୱେଲ ମଧ୍ୟକୁ ଖସି ପଡିଥିବା ଏହି ବାଳକର ବୟସ ହେଉଛି ମାତ୍ର ୧୧ ବର୍ଷ । ଗତକାଲି ୮୦ ଫୁଟ୍ ର ଏକ ବୋରୱେଲ ମଧ୍ୟକୁ ବାଳକଟି ଖସି ପଡିଥିଲା । ବାଳକଟି ଘର ପଛପଟେ ଖେଳୁଥିଲା, ଆଉ ଏହି ସମୟରେ ହଠାତ ସେ ବୋରୱେଲର ଗାତ ଭିତରକୁ ଖସି ଯାଇଥିଲା । ବାଳକ ଅନେକ ସମୟ ଧରି ଦେଖା ନିଯିବାରୁ ପରିବାର ଲୋକ ତାକୁ ଖୋଜିଥିଲେ । ଆଉ ପାଟି କରି ଡାକିବା ପରେ ଘର ପଛରେ ଥିବା ସେହି ବୋରୱେଲ ଗାତ ଭିତରୁ ବାଳକର ସ୍ଵର ଶୁଣିବାକୁ ପାଇଥିଲେ ।

ପରିବାର ସଦସ୍ୟ ଏହା ଜାଣିବା ପରେ ଏକଦମ ହତବାକ ହୋଇ ଯାଇଥିଲେ । ତଥାପି ଧୈର୍ଯ୍ୟ ଧରି ପୁଅକୁ ଉଦ୍ଧାର କରିବା ପାଇଁ ୧୧୨କୁ ଫୋନ କରି ସହାୟତା ମାଗିଥିଲେ । ଖବର ପାଇବା ପରେ ବଳକକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଏନଆରଏଫ ଟିମ୍ ସହ ଏସଡ଼ିଆରଏଫ ଓ ସେନାର ଯବାନମାନେ ମଧ୍ୟ ପହଞ୍ଚିଥିଲେ ଓ ସାଙ୍ଗେ ସାଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

ତେବେ ଏହାକୁ ୩୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାଳକକୁ ଗର୍ତ୍ତ ଭିତରୁ କଢା ଯାଇ ପାରିନାହିଁ । ଏକ ସିସିଟିଭି ମାଧ୍ୟମରେ ବାଳକର କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହ ଉଦ୍ଧାର ଅପରେସନ ଜାରି ରହିଛି । ବାଳକର ଖାଇବା ପାଇଁ କଦଳୀ ଫଳ ଏବଂ ଅନ୍ଯାନ୍ଯ ଖାଦ୍ୟ ସାମଗ୍ରୀ ପଠାଯାଇଛି । ବାଳକଟି ନିଜ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରୁଛି ଓ ଘଟଣାସ୍ଥଳରେ ସ୍ଵତନ୍ତ୍ର ମେଡିକାଲ ଟିମ୍ ମୁତୟନ ମଧ୍ୟ କରାଯାଇଛି ।

ଅମ୍ଳଜାନ ସିଲିଣ୍ଡରରୁ ପାଇପ  ମାଧ୍ୟମରେ ବାଳକ ପାଖକୁ ଅମ୍ଳଜାନ ମଧ୍ୟ ପଠାଯାଉଛି । ଗର୍ତ୍ତର ଚାରିପଟେ ବ୍ୟାରିକେଡ଼ ଲଗାଇ ଆଲୋକିକରଣ ସହ ବାଳକର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଳକଟି ସୁରକ୍ଷିତ ଭାବେ ଉଦ୍ଧାର ହେଉ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।