କ୍ୟାମେରାରେ କଏଦ ହେଲା ପୋଲ ଭୁଷୁଡିବାର ଲାଇଭ ଭିଡିଓ, ଲୋକମାନେ ଏହା ଉପର ଦେଇ ଯାଉଥିବା ବେଳେ ଯାହା ଘଟିଗଲା ନା… ଦେଖନ୍ତୁ ଏହି video

ଆଜି ଆମେ ଆପଣଙ୍କୁ ଏଭଳି ଏକ ଲାଇଭ ଦୁର୍ଘଟଣା ଦେଖାଇବୁ ଯାହା ହୁଏତ ଆପଣ କେବେ ଦେଖି ନଥିବେ । ଏହି ଅଭାବନୀୟ ଦୁର୍ଘଟଣା ସମୟର ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ । ପୋଲ ଉପରେ ଲୋକ ଚାଲୁଥିବା ବେଳେ ପୋଲଟି ଛିଡିଗଲା । ପୋଲର ଉଦଘାଟନୀ ଦିନ ହିଁ ଘଟିଥିବା ଏହି ଏଭବନୀୟ ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳଛି । ପୋଲଟି ନୂଆ କରି ତିଆରି ହୋଇଥିଲା ଓ ଏହାର ଉଦଘାଟନୀ ଉତ୍ସବକୁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ପର୍ଯ୍ୟନ୍ତ ସମସ୍ତେ ଆସିଥିଲେ ।

ସମସ୍ତେ ଘଟଣାସ୍ଥଳରେ ଏକତ୍ରିତ ହୋଇ ସାରିଥିଲେ, ଆଉ କିଛି ସମୟ ପରେ ଉଦଘାଟନ ହୋଇଥାନ୍ତା । କିନ୍ତୁ ଏହା ପୂର୍ବରୁ ହିଁ ଘଟିଗଲା ଏହି ହୃଦୟଥରା ଦୁର୍ଘଟଣା । ନବନିର୍ମିତ ପୋଲ ଦେଇ ଲୋକେ ଯିବାବେଳେ ପୋଲଟି ଛିଡି ଯାଇଥିଲା । ଯାହାଫଳରେ ପୋଲ ସହ ତଳେ ପଡି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲ ଭାଙ୍ଗିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଘଟଣାଟି ହେଉଛି ମେକ୍ସିକୋରେ କିର୍ଣ୍ଣାଭିକା ଅଞ୍ଚଳର ବୋଲି ଜଣାପଡିଛି ।

ଅନେକ ସମୟରେ ନିମ୍ନମାନର କାର୍ଯ୍ୟ ପାଇଁ ନିର୍ମାଣଧୀନ ପୋଲ ଭାଙ୍ଗିବା ଭଳି ଘଟଣା ସାମ୍ନାକୁ ଆସିଥାଏ । ପୋଲ ଭୁଷୁଡି ଅନେକ ଲୋକ ପ୍ରାଣ ହରାଇବାର ନଜିର ମଧ୍ୟ ରହିଛି । ଏଠାରେ ମଧ୍ୟ ସେହି ଅବସ୍ଥା ଦେଖିବାକୁ ମିଳିଛି । କିର୍ଣ୍ଣାଭିକାର ଏକ ନଦୀ ଉପରେ ଏହି କାଠପୋଲଟି ତିଆରି ହୋଇଥିଲା । ଏହି ପୋଲ ଦ୍ଵାରା ଦୁଇ ସହର ମଧ୍ୟରେ ସୁବିଧାଜନକ ଯାତାୟାତ ହୋଇଥାନ୍ତା ।

କିନ୍ତୁ ଏହା ପୂର୍ବରୁ ହିଁ ଅନେକ ଲୋକଙ୍କ ପାଇଁ ଏହା କାଳ ସାଜିଲା । ନବନିର୍ମିତ ଏହି ପୋଲ ଉଦଘାଟନ ପାଇଁ ମେୟରଙ୍କ ସମେତ ମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଥିଲା । କିନ୍ତୁ ପୋଲର ଉଦଘାଟନ ପୂର୍ବରୁ ଯାହା ଘଟିଗଲା ତାହା ସମସ୍ତଙ୍କ ଛାତି ଥରାଇ ଦେଇଛି । ପୋଲ ଉପରେ ଦେଇ କିଛି ଲୋକ ଖୁସିରେ ଆରପଟକୁ ଯାଉଥିବା ବେଳେ ପୋଲଟି ହଠାତ ଛିଡି ଯାଇଥିଲା । ଫଳରେ ୨୦ରୁ ଅଧିକ ଲୋକ ତଳେ ପଡି ଆହତ ହୋଇଥିଲେ ।

ସମସ୍ତ ଆହତଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି । ସେପଟେ ପୋଲ ଛିଡିବା ସମୟର ଭିଡିଓ ଟ୍ବିଟରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ସଂଖ୍ଯାରେ ଲୋକ ଦେଖି ସାରିଲେଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।