ଭାରତୀୟ ନୋଟ ଉପରେ କେତୋଟି ଭାଷାରେ ଲେଖା ହୋଇଥାଏ ? ଏହା ସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- ପୁରୀର ରତ୍ନ ସିଂହାସନର ପ୍ରତିଷ୍ଠାତା କିଏ ?

ଉ: ରାଜା ପୁରୁଷୋତ୍ତମ ଦେବ ପୂଜ୍ୟ ରତ୍ନ ସିଂହାସନର ପ୍ରତିଷ୍ଠାତା ।

୨- ଜଗନ୍ନାଥ ମନ୍ଦିରର ନାଟମନ୍ଦିର ଓ ଭୋଗ ମଣ୍ଡପର ନିର୍ମାତା କିଏ ?

ଉ: ରାଜା ପୁରୁଷୋତ୍ତମ ଦେବ

୩- କପିଳେନ୍ଦ୍ର ଦେବଙ୍କ ପୁତ୍ରାଙ୍କ ନାମ କଣ ?

ଉ: ପୁରୁଷୋତ୍ତମ ଦେବ

୪- କାହାର ଆକ୍ରମଣ କାରଣରୁ ପୃଥିବୀରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ?

ଉ: ଜର୍ମାନୀ ଶାସକ ହିଟଲର

୫- କଳାପାହାଡ କାର ନେତୃତ୍ବରେ ଓଡିଶା ଆକ୍ରମଣ କରିଥିଲା ?

ଉ: ସୁଲେମାନଙ୍କର ରାଣୀଙ୍କ ନେତୃତ୍ବରେ ।

୬- କଳାପାଣି ନାମରେ କେଉଁ ସ୍ଥାନ ପରିଚିତ ?

ଉ: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ।

୭- ପ୍ରଥମ ଗୋଲ ଟେବୁଲ ବୈଠକ କେବେ ବସିଥିଲା ?

ଉ: ୧୯୩୦ ମସିହାରେ । ଏହାପରେ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ବିଶ୍ଵଯୁଦ୍ଧ ୧୯୩୧ ଏବଂ ୧୯୩୨ ମସିହାରେ ହୋଇଥିଲା ।

୮- ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?

ଉ: ୧୯୧୪ ଖ୍ରୀଷ୍ଟାବ୍ଦରେ

୯- ଶ୍ରୀ ଚୈତନ୍ୟ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?

ଉ: ୧୪୮୫ରେ ବଙ୍ଗଳାରେ ।

୧୦- ଶ୍ରୀ ଚୈତନ୍ୟ କେବେ ମୃତ୍ୟୁବରଣ କରିଥିଲେ ?

ଉ: ୧୫୩୩ ଖ୍ରୀଷ୍ଟାବ୍ଦରେ

୧୧- ଶିବାଜୀ କେବେ ମୃତ୍ୟୁବରଣ କରିଥିଲେ ?

ଉ: ୧୬୮୦ ଖ୍ରୀଷ୍ଟାବ୍ଦରେ

୧୨- ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା ?

ଉ: ୧୬୦୦ ମସିହାରେ ଗଠିତ ହୋଇଥିଲା

୧୩- ଭାରତରେ କାଗଜ ଟଙ୍କା କେବେ ଠାରୁ ଓ କାହା ଦ୍ଵାରା ପ୍ରଚଳନ ହୋଇଥିଲା ?

ଉ: ୧୮୬୨ ରେ ବ୍ରିଟିଶ ସରକାରଙ୍କ ଦ୍ଵାରା ପ୍ରଚଳିତ ହୋଇଥିଲା ।

୧୪- ବିଶ୍ଵର କେଉଁ ଦେଶ ପ୍ରଥମେ କାଗଜ ଟଙ୍କା ପ୍ରଚଳନ ଆରମ୍ଭ କରିଥିଲା ?

ଉ: ଚାଇନା

୧୫- କେଉଁ ମେଟେରିୟାଲରେ ଭାରତୀୟ କାଗଜ ଟଙ୍କା ତିଆରି ହୋଇଥାଏ ?

ଉ: ପଲ୍ପ ଯୁକ୍ତ କପଡା ଓ ଗୁଲମେହେନ୍ଦିରେ

୧୬- ଭାରତରେ କେଉଁ ବର୍ଷ ପ୍ରଥମ କରି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା ?

ଉ: ୨୦୧୬ ମସିହାରେ

୧୭- ଆଖିର ଲୁହ କାହିଁକି ଲୁଣିଆ ଲାଗିଥାଏ ?

ଉ: ଲୁହରେ ସୋଡିୟମ କ୍ଳୋରାଇଡ ନାମକ ରାସାୟନ ଥିବାରୁ ।

୧୮- ସାପର ବିଷ କେଉଁ ରଙ୍ଗର ହୋଇଥାଏ ?

ଉ: ହଳଦିଆ

୧୯- ମଇଦା କେଉଁଥିରୁ ତିଆରି ହୋଇଥାଏ ?

ଉ: ଗହମରୁ

୨୦- ଭାରତୀୟ କାଗଜ ଟଙ୍କାରେ କେତୋଟି ଭାଷାରେ ସେହି ଟଙ୍କାର ପରିମାଣ ଲେଖା ହୋଇଥାଏ ?

ଉ: ୧୭ଟି ଭାଷାରେ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।