ବଡ ବଡ ମେଟ୍ରୋ ସିଟିକୁ ଟକ୍କର ଦେଉଛି ବିଶ୍ଵର ସବୁଠାରୁ ଧନୀ ଗାଁ, ଏହି ଗାଁ’ର ଲୋକଙ୍କ ବାର୍ଷିକ ଆୟ ଓ ଜୀବନଶୈଳୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଗାଁ କଥା ଉଠିଲେ ଚାରିଆଡେ ସବୁଜିମା, ଚାଳଘର ଓ ଠାଏଁ ଠାଏଁ ମାଟି ରାସ୍ତାର ଦୃଶ୍ୟ ମନକୁ ଆସେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁଠି କେହିବି ଗରିବ ନାହାନ୍ତି କି ଝାଟିମାଟିର ଘର ମଧ୍ୟ ନାହିଁ । ଏଠି ସମସ୍ତେ କୋଟିପତି । ସମସ୍ତଙ୍କର ଅଛି ମହଲ ଭଳି ଘର ଆଉ ଘର ଆଗରେ ଦାମୀ କାର୍ । ତେବେ ଏହି ଗାଁଟି ଆମ ଦେଶରେ ନୁହେଁ ବରଂ ପଡୋଶୀ ଦେଶ ଚୀନରେ ରହିଛି । ଏହା ହେଉଛି ଚୀନ ଜୁଆଙ୍ଗସୁ ପ୍ରଦେଶର ଉଆଞ୍ଚି ଗାଁ ।

ଅନେକ ବଡ ବଡ ମେଟ୍ରୋ ସିଟିକୁ ପଛରେ ପକାଇବା ସହ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଏହି ଗାଁ । ଏହା ବିଶ୍ଵର ସବୁଠାରୁ ଧନୀ ଗାଁର ମାନ୍ୟତା ମଧ୍ୟ ପାଇଛି । ଏହି ଗାଁ ଆଗରେ ବଡ ବଡ ସହର ମଧ୍ୟ ଫିକା ପଡିଯାଏ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠିକାର ପ୍ରତ୍ଯେକ ଲୋକଙ୍କ ବ୍ଯାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ବାଲାନ୍ସ ରହିଛି । ୨୦୧୪ରେ ଏଠିକାର ପ୍ରତି ଲୋକଙ୍କ ବାର୍ଷିକ ଆୟ ଥିଲା ୮୮ ଲକ୍ଷ ଟଙ୍କା । ଏହାପରେ ଏହି ଆୟ କ୍ରମାଗତ ବଢିବାରେ ଲାଗିଲା ।

ଏଥିପାଇଁ ଏହି ଗାଁକୁ ସୁପର ଭିଲେଜ ମଧ୍ୟ କୁହାଯାଏ । ବାଣିଜ୍ୟ କେନ୍ଦ୍ର କୁହା ଯାଉଥିବା ସାଙ୍ଘାଇ ସହର ଠାରୁ ୧୩୫କିମି ଦୂରରେ ଥିବା ଏହି ଗାଁରେ ୧୭ରୁ ଅଧିକ କାରଖାନା ରହିଛି । ଯେଉଁଠି ଷ୍ଟିଲ, ସିଲ୍କ ଓ ସେମି କଣ୍ଡକ୍ଟର ପ୍ରସ୍ତୁତ କରାଯାଏ । ଏହାଛଡା ଏହି ଗାଁ ପର୍ଯ୍ୟଟନ ପାଇଁ ମଧ୍ୟ ବେଶ ପରିଚିତ । ୨୦୧୨ରେ ନିଜ ଉଦ୍ଯୋଗରୁ ହିଁ ଏହି ଗାଁ ୬୪ ଲକ୍ଷ ଟଙ୍କା ଆୟ କରିଥିଲା । ୧୯୬୧ ଯାଏଁ ଏହି ଗାଁ ଏକ ଗରିବ ଗାଁ ଥିଲା । ହେଲେ ୧୯୬୨ରେ ଏହାର କାୟାକଳ୍ପ ବଦଳାଇବାକୁ ନିଷ୍ପତ୍ତି ନେଲେ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ସଚିବ ବୁରେନବା ।

ସାମୁହିକ କୃଷିକୁ ଗୁରୁତ୍ଵ ଦେବା ସହ ସେଠାରେ ଉଦ୍ଯୋଗ ଶିଳ୍ପ ଆରମ୍ଭ ହେଲା । ସାମୁହିକ କୃଷିର ବିକାଶ ପାଇଁ ଏକ କମ୍ପାନୀ ପ୍ରତିଷ୍ଠା କରାଗଲା । କମ୍ପାନୀଟି ଶେୟାର ମାର୍କେଟରେ ସ୍ଥାନ ପାଇଲା ଓ ଗାଁର ପ୍ରତି ବ୍ୟକ୍ତି ଏହାର ଶେୟାର ହୋଲ୍ଡର ବନିଗଲେ । ଏହି ଗାଁ ଲୋକଙ୍କ ମୋଟ ରୋଜଗାରର ୮୦% ଅର୍ଥ କେବଳ ଟ୍ୟାକ୍ସରେ ଚାଲିଯାଉଛି ।

ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହି ମୋଟାଅଙ୍କର ଟ୍ୟାକ୍ସ ବଦଳରେ ସେମାନଙ୍କୁ ମିଳୁଛି ଆଲିଶାନ ଘର, ହେଲଥ ଇଂସୁରାନ୍ସ, ମାଗଣା ଶିକ୍ଷା, ପଞ୍ଚତାରକା ହୋଟେଲରେ ଖାଇବା ଓ ହେଲିକପ୍ଟରରେ ବୁଲିବା ଭଳି ସବୁ ସୁବିଧା । ଏଠାକୁ କମ କରିବାକୁ ଆସୁଥିବା ଅନ୍ୟ ଇଲାକାର ଲୋକଙ୍କୁ ସାମାନ୍ଯ ଦରମା ମିଳିଥାଏ ।

ଏଥିପାଇଁ ଏହି ଗାଁକୁ ଚୀନ କାମୁନିଷ୍ଟ ସରକାରଙ୍କର ଏକ ପ୍ରଚାର ମାଧ୍ୟମ ବୋଲି କୁହନ୍ତି । ସେ ଯାହାବି ହେଉ ଏହି ଗାଁର ଲୋକଙ୍କ ଠାରୁ ସବୁ ଦେଶ କିଛି ନା କିଛି ଶିଖିବାର ଅଛି ବୋଲି ମନେ ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।