ମିଛ କହିଲେ କି Rani Panda ? 50 ହଜାର ନୁହେଁ 35 ହଜାର ଦେଇଛନ୍ତି Rani ଅପା, ସଫେଇ ଦେଲେ ଆଣିଲେ ମୃତ ସୁକାନ୍ତଙ୍କ ବାପା

ଗତ ଶୁକ୍ରବାର ଦିନ ରାତିରେ ବିବାହ ଉତ୍ସବରୁ ଫେରି ଯାତ୍ରାରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ସମୁଖୀନ ହୋଇଥିଲା ରାଣୀ ପଣ୍ଡାଙ୍କ କାର୍ । ଆଠଗଡ ଡାଳଖାଇ ନିକଟରେ ସାମ୍ନା ପଟୁ ଏକ ବାଇକ ଆସି ତାଙ୍କ କାର୍ରେ ଜୋରରେ ପିଟି ହେବା ପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାରେ ବାଇକ ଆରୋହୀ ତଥା ଆଠଗଡ ରାଜନଗର ଗାଁର ସୁକାନ୍ତ ବେହେରା ପ୍ରାଣ ହରାଇଛନ୍ତି । ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରଙ୍କର ମଧ୍ୟ ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଛି ।

ତେବେ ଏୟାର ବେଲୁନ ଯୋଗୁଁ ତନକର ବିଶେଷ କିଛି କ୍ଷତି ହୋଇନି । କାର୍ ଟି ସାମ୍ନାପଟୁ ଭାଙ୍ଗି ଯାଇଥିବା ବେଳେ ମୃତ ସୁକାନ୍ତଙ୍କ ବାଇକ ଏକଦମ ଚୁରମାର ହୋଇଯାଇଛି । ସୁକାନ୍ତ ବିବାହିତ ଥିବାବେଳେ ଘରେ ତାଙ୍କ ବାପମା ‘ ପିଲାଛୁଆ ମଧ୍ୟ ଅଛନ୍ତି । ଘରର ଭେଣ୍ଡିଆ ପୁଅକୁ ହରେଇ ପରିବାର ଏକଦମ ଭାଙ୍ଗି ପଡିଛି । ରାଣୀ ପଣ୍ଡା ଆମ ପୁଅକୁ ମାରିଦେଲା ବୋଲି ସୁକାନ୍ତଙ୍କ ବାପାମା’ ବାରମ୍ବାର ଅଭିଯୋଗ ଆଣୁଥିବା ବେଳେ ଗତକାଲି ଇନଷ୍ଟାଗ୍ରାମରେ ଲାଇଭ ଆସି ସଫେଇ ଦେଇଥିଲେ ରାଣୀ ପଣ୍ଡା ।

ସେ କହିଛନ୍ତି କି ଏହି ଦୁର୍ଘଟଣାରେ ତାଙ୍କର କିଛି ଭୁଲ ନାହିଁ । ତାଙ୍କ ଡ୍ରାଇଭର ମାତ୍ର 50-60 ସ୍ପିଡରେ ଗାଡି ଚଲାଉଥିଲେ । ରାଣୀଙ୍କ ଛାତିରେ ମଧ୍ୟ ବେଶ ଜୋରରେ ଆଘାତ ଲାଗିଛି । ଗତ ଦୁଇଦିନ ହେବ ସେ ନିଜେ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କିଛି ଲୋକେ ତାଙ୍କ ନାଁରେ ମିଥ୍ୟା ପ୍ରଚାର କରୁଥିବା ମଧ୍ୟ ରାଣୀ କହିଥିଲେ ।

ରାଣୀଙ୍କୁ ଏସବୁ ବହୁତ ଆଘାତ ଦେଇଛି ଓ ଫ୍ୟାନ୍ସଙ୍କୁ ସେ ନିଜ ଦୁଃଖ ଜଣାଇବା ବେଳେ ଭୋ ଭୋ କାନ୍ଦୁଥିଲେ । ଏହାରି ମଧ୍ୟରେ ସେ କହିଥିଲେ କି, ଯଦି ସେ ସୁକାନ୍ତଙ୍କୁ ମାରିଛନ୍ତି ବୋଲି ସମସ୍ତେ କହୁଛନ୍ତି ତେବେ ସେ ତାଙ୍କ ପରିବାରକୁ ପୋଷିବେ । ସୁକାନ୍ତଙ୍କ ପରିବାର ପାଇଁ 50 ହଜାର ଟଙ୍କା ପଠାଇଥିବା ମଧ୍ୟ ରାଣୀ କହିଛନ୍ତି । ତେବେ ଏହାକୁ ଖଣ୍ଡନ କରିଛନ୍ତି ମୃତ ସୁକାନ୍ତଙ୍କ ବାପା । ରାଣୀ ପଣ୍ଡା ତାଙ୍କ ଭାଇ ହାତରେ 35 ହଜାର ଟଙ୍କା ପଠାଇଥିବା ସେ କହିଛନ୍ତି ।

ରାଣୀ ସୁସ୍ଥ ହେବା ପରେ ତାଙ୍କ ପରିବାରକୁ ଭେଟିବାକୁ ଆସିବେ । ଆଉ 15 ହଜାର ଟଙ୍କା ରାଣୀ ହୁଏତ ପରେ ଦେଇପାରନ୍ତି । ତେବେ ସୁକାନ୍ତଙ୍କ ପରିବାରକୁ ସ୍ଥାନୀୟ ପୋଲିସ ଥାନା, ସରପଞ୍ଚ, ବିଧାୟକ ଓ ସାଙ୍ଗସାଥିଙ୍କ ଠାରୁ ମଧ୍ୟ ସହାୟତା ମିଳିଥିବା ବେଳେ ସରକାରଙ୍କ ତରଫରୁ କେବେ ସହାୟତା ମିଳୁଛି ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।