ମୋ ପାଖେ କିଛି ଅଛି ମୁଁ ଦେଖେଇ ପାରୁଛି, ସେକ୍ସି ବିଲ୍ଲି ଗୀତ ମୋ ପାଇଁ ବହୁତ ଭଲ ସୁଯୋଗ ଥିଲା, ମଲା ପର୍ଯ୍ୟନ୍ତ ମୁଁ ସେକ୍ସି ହେଇକି ରହିବି: Bidusmita

ଓଲିଉଡ ସେକ୍ସି ବିଲ୍ଲି ତଥା ଆଲବମ କୁଇନ ବିଦୂସ୍ମିତାଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା ଚେହେରା । ଅନେକ ସମୟରେ ବିଭିନ୍ନ ବିବାଦରେ ଛନ୍ଦି ହୋଇ ରହୁଥିବା ବିଦୂସ୍ମିତା ତାଙ୍କ ଜୀବନ ଓ କ୍ଯାରିୟରକୁ ନେଇ କିଛି କଥା ହୋଇଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତକାରରେ ବିଦୂସ୍ମିତା ଏନେଇ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଜଣେ, ଅଭିନେତ୍ରୀ ହିସାବରେ ସେ ସ୍ଵପ୍ନ ଦେଖିବାକୁ ଖୁବ ଭଲପା’ନ୍ତି । କାରଣ ସ୍ଵପ୍ନ ଦେଖିଲେ ହିଁ ସେହି ସ୍ଵପ୍ନକୁ ପୁରା କରିବାକୁ ଇଚ୍ଛା ହୁଏ ।

ଆଉ ସବୁବେଳେ ଅଭିନୟକୁ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରନ୍ତି ଓ ନୂଆ ନୂଆ ଚରିତ୍ରରେ ଅଭିନୟ କରିବାକୁ ମଧ୍ୟ ଇଚ୍ଛା ରଖନ୍ତି । ଯେମିତି ଶିକ୍ଷାର କୌଣସି ଅନ୍ତ ନାହିଁ, ସେମିତି ଅଭିନୟର ମଧ୍ୟ କୌଣସି ଅନ୍ତ ନାହିଁ । ଅଭିନୟ ଜଗତରେ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ଓ ଜାଣିବାକୁ ମିଳେ । ରୋକଠୋକ କଥା ପାଇଁ ବିଦୂସ୍ମିତା ବେଶ ପରିଚିତ । ଯାହା ତାଙ୍କୁ ଅନେକ ସମୟରେ ବିବାଦ ଘେରକୁ ଟାଣି ଆଣେ ।

ଏନେଇ ବିଦୂସ୍ମିତା କହିଛନ୍ତି, ଜଣେ ସବୁବେଳେ ଖାଲି ଭଲ ହୋଇ ରହିବା ବି ଠିକ ନୁହେଁ । ମୁଁ ସବୁବେଳେ ଅନ୍ୟାୟ ବିରୋଧରେ ମୁହଁ ଖୋଲେ ଓ ଯେଉଁଠି ମୋ ଭୁଲ ଥାଏ ସେଇଠି ମୁଣ୍ଡ ନୁଆଁଇ ଦିଏ । ଠିକ ଅଛି ଯଦି ମୋତେ କଣ୍ଟ୍ରୋଭର୍ସିଆଲ କୁଇନ ବୋଲି କୁହାଯାଉଛି । ଦେଖିବାକୁ ଗଲେ ଗଣମାଧ୍ୟମ ହିଁ ମୋତେ ଏମିତି ବନେଇଛି ।

ତେବେ ବିଦୂସ୍ମିତା ଆହୁରି ମଧ୍ୟ କହିଛନ୍ତି କି, 2008 ପରଠାରୁ ସେ ତାଙ୍କ ଜୀବନରେ ବହୁତ ଏକ କଠିନ ପରିସ୍ଥିତି ଦେଇ ଯାଉଥିଲେ । ଏହାପରେ 2011 ରେ ତାଙ୍କୁ ସେକ୍ସି ବିଲ୍ଲି ଗୀତ ପାଇଁ ଅଫର୍ ମିଳିଥିଲା । ସେ ଏହାକୁ ବେଶ ଭଲ ସୁଯୋଗ ବୋଲି ଭାବିଥିଲେ । ସତକୁ ସତ ଗୀତଟି ତାଙ୍କୁ ବହୁତ ଲୋକପ୍ରିୟତା ଆଣି ଦେଇଛି । ସେବେଠୁ ତାଙ୍କୁ ସମସ୍ତେ ସେକ୍ସି ବିଲ୍ଲି ନାମରେ ଜାଣନ୍ତି । ଏନେଇ ସେ ବହୁତ ଖୁସି ମଧ୍ୟ ।

କାରଣ ସବୁ ଝିଅଙ୍କୁ ତାରିଫ୍ ଶୁଣିବାକୁ ବହୁତ ଭଲ ଲାଗେ । ଏହି ଗୀତ ଯୋଗୁଁ ବୁଢୀ ହେବା ଯାଏଁ ଏବଂ ମରିବା ଯାଏଁ ବି ସେ ସେକ୍ସି ହେଇକି ରହିବେ । ଏତିକି କହିବା ବେଳେ ବେଶ ହସି ପକାଇଥିଲେ ବିଦୂସ୍ମିତା । ଅନେକ ସମୟରେ ଅଶ୍ଳୀଳତା ପ୍ରଦର୍ଶନ ପାଇଁ ବିଦୂସ୍ମିତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ଏହାକୁ ନେଇ ସେ କହିଛନ୍ତି କି, ଆମେ ସେହିଭଳି କଷ୍ଟ୍ଯୁମ ପିନ୍ଧି ବାହାରେ ବୁଲୁନୁ । ଘର ପରିବାର ଓ ବାହାରେ ଓଡିଆ ସଂସ୍କାର ଅନୁସାରେ ଆମେ ଚଳୁଛୁ । କିନ୍ତୁ ଅଭିନୟ ବେଳେ କଣ ପିନ୍ଧୁଛି ଏହାକୁ ନେଇ ଯଦି କେହି ସମାଲୋଚନା କରୁଛି ତେବେ ସେ ଈର୍ଷା କରୁଛନ୍ତି ବୋଲି ମୁଁ କହିବି । ମୋ ପାଖରେ ଏମିତି କିଛି ଅଛି ମୁଁ ଦେଖେଇ ପାରୁଛି ତେଣୁ ସେମାନେ ଈର୍ଷାରେ ଜଳୁଛନ୍ତି ।

ସେହି ସମାନ ଦର୍ଶକ ବଲିଉଡ ଓ ହଲିଉଡରେ ସେହିଭଳି କଷ୍ଟ୍ଯୁମରେ ଅଭିନେତ୍ରୀଙ୍କୁ ଦେଖୁଛନ୍ତି କିନ୍ତୁ ଆମେ ଯଦି କିଛି ନୂଆ କରିବାକୁ ଚେଷ୍ଟା କରୁଛୁ ତେବେ ସମାଲୋଚନା କରୁଛନ୍ତି । ଏହାସହ କାଷ୍ଟିଂ କାଉଚକୁ ନେଇ ମଧ୍ୟ ବେଶ କିଛି କହିଛନ୍ତି ବିଦୂସ୍ମିତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।