ଜାଣିଛନ୍ତି କି, ଆପଣଙ୍କ ATM କାର୍ଡରେ ରହିଛି ଫ୍ରି ଇନ୍ସ୍ୟୁରାନ୍ସ ସୁବିଧା ! ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ 5 ଲକ୍ଷ ଟଙ୍କା, ଜାଣନ୍ତୁ କିଏ ଓ କେମିତି କରିବେ କ୍ଳେମ

ଟଙ୍କା ଉଠାଣ ଠାରୁ ନେଇ ଟଙ୍କା ଡିପୋଜିଟ କିମ୍ବା ଟ୍ରାନ୍ସଫର ସବୁ କ୍ଷେତ୍ରରେ ଏଟିଏମ କାର୍ଡର ବହୁଳ ବ୍ୟବହାର ହେଉଛି । ହେଲେ ଆପଣ କଣ ଜାଣିଛନ୍ତି କି, ଆପଣ ବ୍ୟବହାର କରୁଥିବା ଏଟିଏମ କାର୍ଡରେ ଆପଣଙ୍କ ପାଇଁ ରହିଛି ବୀମା ସୁରକ୍ଷା ? ଯାହା ଦୁର୍ଘଟଣାଜନିତ ମୃ-ତ୍ୟୁ ପାଇଁ ହିତାଧିକାରୀଙ୍କ ପରିବାରକୁ ଅନେକ ସୁବିଧା ଦେଇଥାଏ । ସାଧାରଣତଃ ଏଟିଏମ କାର୍ଡକୁ କେବଳ ଟଙ୍କା ଉଠାଇବା ପାଇଁ ବ୍ୟବହାର କରନ୍ତି ଲୋକେ ।

ହେଲେ ଆଜି ବି ଅନେକ ଲୋକଙ୍କୁ ଅଜଣା ରହିଛି ଯେ ଏଟିଏମ କାର୍ଡ ହିତାଧିକାରୀଙ୍କୁ ବୀମା ସୁରକ୍ଷା ସୁବିଧା ମିଳିଥାଏ । ଏଟିଏମ କାର୍ଡ ଦେବା ସମୟରେ ବ୍ଯାଙ୍କ ଗ୍ରାହକଙ୍କୁ ଏନେଇ ସୂଚନା ଦେଉ ନଥିବାରୁ ଅନେକ ଲୋକେ ଏହି ନିୟମ ବିଷୟରେ ଅଜ୍ଞାତ ଅଛନ୍ତି । ତେଣୁ ଦୁର୍ଘଟଣା କିମ୍ବା ଅସ୍ବାଭାବିକ ମୃ-ତ୍ୟୁ ହେଲେ ଏଟିଏମ କାର୍ଡର ଏହି ବୀମା ଉପରେ କୌଣସି ଦାବି କରନ୍ତିନି କି ଏହାର ଲାଭ ଉଠାଇ ପାରନ୍ତିନି ।

ଯଦି ଆପଣ କୌଣସି ଜାତୀୟ ସ୍ତରୀୟ ବ୍ଯାଙ୍କ ଏଟିଏମ ଅତିକମରେ 45 ଦିନ ବ୍ୟବହାର କରିଛନ୍ତି ତେବେ ଆପଣଙ୍କୁ ଇନ୍ସ୍ୟୁରାନ୍ସ ର ସୁବିଧା ସୁଯୋଗ ମିଳିପାରିବ । କୌଣସି ପ୍ରକାର ଅସ୍ବାଭାବିକ ମୃ-ତ୍ୟୁ କ୍ଷେତ୍ରରେ ଆପଣଙ୍କ ପରିବାର କ୍ଳେମ କଲେ ଏହି ଏଟିଏମ କାର୍ଡ ଉପରେ ଥିବା ବୀମା ରାଶି ଅତି ସହଜରେ ମିଳିପାରିବ ବୋଲି ନିୟମ ରହିଛି । ତେବେ ବୀମା ରାଶିର ପରିମାଣ କେତେ ରହିବ ଓ କେତେଦିନ ଭିତରେ ମିଳିବ, ତାହା ଆପଣ କେଉଁ ପ୍ରକାର ବ୍ଯାଙ୍କ ଓ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତା’ ଉପରେ ନିର୍ଭର କରେ ।

ଯଦି ଜଣେ ୟୁଜର୍ସ କ୍ଲାସିକ କାର୍ଡ ବ୍ୟବହାର କରୁଛନ୍ତି ତେବେ ତାଙ୍କୁ 1 ଲକ୍ଷ ଟଙ୍କା ବୀମା ରାଶି ମିଳେ । ସେହିପରି ପ୍ଲାଟିନମ କାର୍ଡ କ୍ଷେତ୍ରରେ 2 ଲକ୍ଷ ମିଳୁଥିବା ବେଳେ ସାମାନ୍ଯ ମାଷ୍ଟରକାର୍ଡ କ୍ଷେତ୍ରରେ 50 ହଜାର ଓ ପ୍ଲାଟିନମ ମାଷ୍ଟର କାର୍ଡ କ୍ଷେତ୍ରରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିଥାଏ । ସେହିଭଳି ବିଜା କାର୍ଡରେ ଦେଢ ଲକ୍ଷରୁ 2 ଲକ୍ଷ ପର୍ଯ୍ୟନ୍ତ ଇନ୍ସ୍ୟୁରାନ୍ସ କଭରେଜ ମିଳିଥାଏ । ଯଦି କୌଣସି ଏଟିଏମ କାର୍ଡଧାରୀଙ୍କ ଦୁର୍ଘଟଣା ଘଟୁଛି ଓ ଏଥିରେ ସେ ଦିବ୍ୟାଙ୍ଗ ହୋଇ ଯାଉଛନ୍ତି ତେବେ ମଧ୍ୟ ତାଙ୍କୁ ଏହି ବୀମା ସୁବିଧା ମିଳିପାରିବ ।

ଏଟିଏମ କାର୍ଡ ସହ ଥିବା ଏହି ଇନ୍ସ୍ୟୁରାନ୍ସକୁ କ୍ଳେମ କରିବା ପରେ ହିଁ ମିଳିଥାଏ । ଯେଉଁଥିରେ କାର୍ଡଧାରୀଙ୍କ ନୋମିନିଙ୍କୁ ବ୍ଯାଙ୍କକୁ ଯାଇ ଆବେଦନ କରିବାକୁ ପଡେ । ଆବେଦନ ବେଳେ କିଛି ଜରୁରୀ କାଜଗପତ୍ରର ଆବଶ୍ୟକ ରହିଛି । ସେହିସବୁ କାଗଜପତ୍ର ବ୍ୟାଙ୍କରେ ଜମା କରିବା ପରେ ଏଟିଏମ କାର୍ଡରେ ଥିବା ଏହି ବୀମା ରାଶିର ଲାଭ ଆପଣ ଉଠାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।