ଇତିହାସରେ ଦ୍ଵିତୀୟ ଥର ପାଇଁ ଏକା ବେଳକେ ମାଡି ଆସୁଛି 5 ଟି ବାତ୍ୟା

ଇତିହାସରେ ସବୁଠୁ ବଡ ଘଟଣା ଯେତେବେଳେ କି ଏବେ ମାଡି ଆସୁଛି ୫ ଟି ସାମୁଦ୍ରିକ ଝଡ । ତେବେ ଏହି ୫ ଟି ସାମୁଦ୍ରିକ ଝଡ କେଉଁଠି ରହିଛି ଓ କଣ ରହିଛି ଏହାର ଫ୍ରେଶ ଅପଡେଟ ଏମିତିକି ପାଣିପାଗ ବିଭାଗ ସୂଚନା ଅନୁସାରେ କେଉଁ ଜାଗାରେ ଲ୍ୟାଣ୍ଡ ଫଲ କରିବ ଆଜି ଆମେ ଆପଣଙ୍କୁ ସବୁ କିଛି କହିବୁ ।

ଏକା ଥରକେ ମାଡି ଆସୁଛି ୫ ଟି ସାମୁଦ୍ରିକ ଝଡ । ବଂଗୋପ ସାଗରରେ ନୁହେଁ ବରଂ ଏହି ବାତ୍ୟା ସୃଷ୍ଟି ହୋଇଛି ଆଟଲାଣ୍ଟିକ ମହା ସାଗରରେ । ଇତିହାସରେ ଦ୍ଵିତୀୟ ଥର ପାଇଁ ମହାସାଗରରେ ଏକା ଥରକେ ୫ ଟି ବାତ୍ୟା ସୃଷ୍ଟି ହୋଇଛି । ସାଟେଲାଇଟ ଇମେଜ ରେ ୫ ଟି ବାତ୍ୟା ସ୍ପଷ୍ଟ ଦେଖା ଯାଇଛି । ଏହି ବାତ୍ୟା ଗୁଡିକୁ ନାମକରଣ ମଧ୍ୟ କରାଯାଇଛି ।

ତେବେ ଏଗୁଡିକ ହେଲା Paulette, Rene, Vicky, Sally, Teddy । Paulette ବରମୁଡା ଅତିକ୍ରମ କରି ଆମେରିକା ଆଡେ ମୁହାଁଉଥିବା ବେଳେ Sally ମେକ୍ସିକୋ ଆଡକୁ ମୁହାଁଇଛି, Teddy ଓ Vicky ଏବେ ବି ମହା ସାଗରରେ ବଳ ଜୁଟାଉଛନ୍ତି । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏହି ବାତ୍ୟାର ଗତି କୁଆଡେ ରହିବ ତାହା ସ୍ପଷ୍ଟ ହେବ । Rene ମହାସାଗର ମଧ୍ୟରେ ଦୁର୍ବଳ ହେଉଥିବାର ଖବର ମିଳିଛି ।

ପୂର୍ବରୁ ସେହି ଆଟଲାଣ୍ଟିକ ମହାସାଗରରେ ୧୯୭୧ ମସିହାରେ ଏହିଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା । ଇତିହାସରେ ଦ୍ଵିତୀୟ ଥର ଏବେ ଦେଖିବାକୁ ମିଳିଛି ୫ ଟି ବାତ୍ୟା ଏକା ସହିତ ସୃଷ୍ଟି ହୋଇଛି । ଅନ୍ୟପଟେ ବଂଗୋପ ସାଗରରେ ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖ ବେଳକୁ ବଂଗୋପ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଫଳରେ ୨୦ ଓ ୨୧ ତାରିଖ ୨ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ଦିନରେ ଲଘୁଚାପ ରୂପ ରେଖା ସ୍ପଷ୍ଟ ହୋଇଯିବ ।

ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଂଗୋପ ସାଗର ଓ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ଦୁର୍ବଳ ହୋଇଛି । ଅନ୍ୟପଟେ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଛି । ତେଣୁ ଆସନ୍ତା ୨ ଦିନ ପାଗ ଖରାଟିଆ ରହିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।