ବାଲେଶ୍ବରରୁ ଅରିନ୍ଦମଙ୍କ ଏଣ୍ଟ୍ରି, ଅନୁଭବଙ୍କୁ ଷ୍ଟାର ଲିଷ୍ଟ ରୁ ହଟାଇଲେ ବବି

କଥାରେ ଅଛି ଦୁଇ ଜଣଙ୍କ କଳିରେ ତୃତୀୟ ଜଣକର ଲାଭ । ଏବେ ଏହା ପ୍ରମାଣିତ ହୋଇଛି ଅନୁଭବ ଓ ବର୍ଷା ଙ୍କ ବିବାଦରେ । ଏବେ ଅନୁଭବ ଓ ବର୍ଷାଙ୍କ ବିବାଦ କାରଣରୁ ଅଲିଉଡ ଷ୍ଟାର ଅରିନ୍ଦମ ଙ୍କୁ ସୁବର୍ଣ୍ଣ ସୁଯୋଗ ମିଳି ଯାଇଛି । ଏବେ ଏବେ ଖବର ଆସିଛି ଅନୁଭବ ଙ୍କୁ ବିଜେଡ଼ି ର ଷ୍ଟାର ତାଲିକାରୁ ବାହାର କରି ଅରିନ୍ଦମ ଙ୍କୁ ରଖାଯିବ । ଖାଲି ରଖାଯିବ ନାହିଁ ବରଂ ଏଥିପାଇଁ ଅରିନ୍ଦମ ବି ପ୍ରସ୍ତୁତ ହୋଇ ସାରିଲେଣି ।

ଆଜ୍ଞା ହଁ, ଏହା ବିଲକୁଲ ସତ ଅଟେ । ଅନୁଭବଙ୍କର ପାରିବାରିକ ବିବାଦ ଅରିନ୍ଦମ ଙ୍କ ପାଇଁ ସୁଯୋଗ ଆଣି ଦେଇଛି । ଖବର ଅନୁସାରେ ଜଣା ପଡିଛି କି ବାଲେଶ୍ବରର ଉପ ନିର୍ବାଚନ ପାର୍ଥୀ ହୋଇଛନ୍ତି ଅରିନ୍ଦମ । ପାୱାର କରିଡରରୁ ସୂଚନା ମିଳିଛି କି ଅରିନ୍ଦମ ଜଣେ ଷ୍ଟାର ସହିତ ବିଜେଡ଼ି ଦଳର ହେଭିୱେଟ ତଥା ଚାଣକ୍ୟ କୁହାଯାଉଥିବା ଯୁବନେତା ବବି ଦାସଙ୍କ ଭିଣେଇ ହୋଇଥିବାରୁ ଏହି ଟିକେଟ ଦେବା ପାଇଁ ସ୍ଥିର ହୋଇଛି ।

ସୂଚନା ଅନୁସାରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମାନେ ଏଥିପାଇଁ ଅଣ୍ଟା ଭିଡିଲେଣି କେବଳ ବାଲେଶ୍ବରର ଉପନିର୍ବାଚନ ତାରିଖ ଘୋଷଣା ବାକି ରହିଛି । ସୂଚନାଯୋଗ୍ୟ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ବିଜେଡ଼ି ଏହି ସିଟ ପାଇବା ପାଇଁ ଅଣ୍ଟା ଭିଡୁଛି । ଏଥିପାଇଁ ବିଜେଡ଼ି ର କିଛି ନେତା ବାଲେଶ୍ବରର ବିଧାୟକ ଆସନ ପାଇଁ ଅଲିଉଡ ଷ୍ଟାର ଅରିନ୍ଦମ ଙ୍କ ନାଁ ବାଛି ସାରିଲେଣି । ଅନ୍ୟପଟେ ସ୍ବର୍ଗତ ମଦନ ମୋହନଙ୍କ ପତ୍ନୀ କିମ୍ବା ତାଙ୍କ ସୁପୁତ୍ରକୁ ବିଜେପି ପକ୍ଷରୁ ଓ ନବଜ୍ୟୋତି ପଟ୍ଟନାୟକଙ୍କୁ କଂଗ୍ରେସ ପକ୍ଷରୁ ଲଢିବାର ଖବର ମିଳିଛି ।

ଏହି ପାର୍ଥୀ ତାଲିକାରେ ଅନ୍ୟ କିଛି ପ୍ରମୁଖ ପ୍ରାର୍ଥୀମାନେ ମଧ୍ୟ ରହିଛନ୍ତି ସେମାନେ ହେଲେ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଏବଂ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା । ଏହା ତ ସମୟ ଆସିଲେ ଜଣା ପଡିଯିବ କି ବାଲେଶ୍ବରରେ କିଏ ନିଜର ସତ୍ତା ଜମାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।