48 ଘଣ୍ଟା ବିତିଯିବା ପରେ ବି ଛୁଆ ଜନ୍ମ କରି ପାରୁ ନଥିଲା ମା’ ଆନାକୋଣ୍ଡା, ଡାକ୍ତର ଆସି ଯେତେବେଳେ ଦେଖିଲା ପରେ ଯାହା ହେଲା ଦେଖନ୍ତୁ…

୪୮ ଘଣ୍ଟା ବିତିଯିବା ପରେ ବି ମାଆ ଆନାକୋଣ୍ଡା ଛୁଆ ଜନ୍ମ କରି ପାରୁ ନଥିଲା । ଏମିତି ସମୟ ବିତିବା ପରେ ଆନାକୋଣ୍ଡା ପେଟରେ ଛୁଆ ଜୀବିତ ଅଛନ୍ତି କି ନାହିଁ ଜାଣିବା ବହୁତ ଜରୁରୀ ହୋଇ ଯାଇଥିଲା । କାରଣ ଅନେକ ସମୟ ଧରି ଛୁଆ ମା ପେଟରୁ ବାହାରକୁ ଆସି ନ ପାରିଲେ ସେମାନେ ମରିଯିବାର ସମ୍ଭାବନା ଅଧିକ ରହିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନରେ । ଯାହା ଫଳରେ ଚିନ୍ତାରେ ପଡି ଯାଇଥିଲେ ନନ୍ଦନକାନ କତ୍ତୃପକ୍ଷ ଓ ଅଧିକାରୀମାନେ ।

ଶେଷରେ ନନ୍ଦନକାନନର ଡେପୁଟି ଡାଇରେକ୍ଟର ବାଧ୍ୟ ହୋଇ ଡାକ୍ତର ଇନ୍ଦ୍ରମଣୀ ନାଥ, ଓୟୁଟି ଙ୍କୁ ଯୋଗାଯୋଗ କରିଥିଲେ । ଦିନ ପ୍ରାୟ ସାଢେ ୧୨ଟା ବେଳକୁ ଡାକ୍ତରଙ୍କୁ କଲ୍ କରା ଯାଇଥିଲା । ସେ ଶୁଣିବାକୁ ପାଇଥିଲେ କି ନନ୍ଦନକାନନରେ ଥିବା ଏକ ଆନାକୋଣ୍ଡା ସାପ ଗର୍ଭବତୀ ଥିଲା । ଆଉ ସେ ଗୋଟିଏ ଛୁଆ ଜନ୍ମ କରିଛି । ସେହି ଗୋଟିଏ ଛୁଆ ଜନ୍ମ କରିବାର ୪୮ ଘଣ୍ଟା ବିତିଗଲାଣି । ଗର୍ଭିଣୀ ଆନାକୋଣ୍ଡାର ପେଟ ଭିତରେ ଆଉ ଛୁଆ ଗୁଡା ଅଛନ୍ତି କିନ୍ତୁ ଜନ୍ମ ହୋଇ ପାରୁନାହାନ୍ତି ।

ଏତେ ସମୟ ଧରି ପେଟରେ ଛୁଆ ରହିଲେ ଉଭୟ ମା’ ଓ ଛୁଆଙ୍କ ଜୀବନ ପ୍ରତି ବିପଦ ରହିଥାଏ । ତେଣୁ ଡାକ୍ତର ନାଥ ତାଙ୍କ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟର ଜଣେ ଗାଇନାକୁଲୋଜି ପ୍ରଫେସରଙ୍କ ସହ ଯାଇ ନନ୍ଦନକାନନରେ ପହଞ୍ଚିଲେ । ପୂର୍ବରୁ ଏକ୍ସ-ରେ ସାପ ପେଟରେ ଛୁଆ ରହିଥିବା ଜଣା ପଡୁଥିଲା ।

ସେମାନେ ପହଞ୍ଚିବା ପରେ ଛୁଆ ଗୁଡିକ ଜୀବିତ ଅଛନ୍ତି ନା ନାହିଁ ଜାଣିବା ପାଇଁ ସାପକୁ ଅଲଟ୍ରାସାଉଣ୍ଡ କରିଥିଲେ । ଯାହାପରେ ଛୁଆମାନଙ୍କ ହୃଦ ସ୍ପନ୍ଦନ ଚାଲୁଥିବା ଜଣା ପଡିଥିଲା । ସାପର ଗର୍ଭାଶୟର ବାଟଟି ବନ୍ଦ ହୋଇ ଯାଇଥିଲା ବୋଲି ସେ ଜନ୍ମ କରି ପାରୁ ନଥିବା ଜଣାପଡିବା ପରେ ସେମାନେ ଆନାକୋଣ୍ଡାକୁ ଅକ୍ସିଟକ୍ସିନ ଇଂଜେକସନ ଦେଇଥିଲେ ।

ଯାହାପରେ ସାଙ୍ଗେ ସାଙ୍ଗେ ସେ ଆଉ ଏକ ଛୁଆ ଜନ୍ମ କରିଥିଲା । ଛୁଆଟି ଅଧିକ ସମୟ ମା’ ପେଟରେ ରହିଥିବାରୁ ନିସ୍ତେଜ ହୋଇ ଯାଇଥିଲା । ତେଣୁ ତାକୁ କିଛି ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ଭଲ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।