ଜଗା ଦୁଆରୁ ଛି ଛି ! ବଡଦାଣ୍ଡରେ ରକ୍ଷକ ସାଜିଲା ଭକ୍ଷକ, ଯୁବତୀଙ୍କ ସହ କଲା ଅସଦାଚରଣ, ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ ହୋଇଥାଏ । ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ତେବେ ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି । ରଥ ଉପରେ ସୁନାବେଶ ବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ ।

ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।

ତେବେ ପବିତ୍ର ବାହୁଡା ଯାତ୍ରା ବେଳେ ବଡ଼ଦାଣ୍ଡରେ ଲଜ୍ଜା । ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣର ଭିଡିଓ ଭାଇରାଲ୍ । ତେବେ ଅଭିଯୁକ୍ତ ଜଣକ ଆଉ କେହି ନୁହେଁ, ଜଣେ ସୁରକ୍ଷାକର୍ମୀ ଅର୍ଥାତ୍ ଯିଏ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ । ତାଙ୍କର ଏଭଳି କୁକର୍ମର ସାଂଘାତିକ ଭିଡିଓ ଘୁରି ବୁଲୁଛି ସୋସିଆଲ୍ ମିଡିଆରେ । ଭିଡ଼ ଭିତରେ ବର୍ଦ୍ଦିଧାରୀ ସୁରକ୍ଷା କର୍ମୀ ଜଣକ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଗଣ ମାଧ୍ୟମରେ ମଧ୍ୟ ସ୍ପଷ୍ଟ ଦେଖାଇବା ସମ୍ଭବ ନୁହେଁ ।

ତେବେ ଏହାକୁ ଦେଖିଲେ ସଭ୍ୟ ସମାଜର ମୁଣ୍ଡ ନଇଁଯିବ । ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଯେଉଁଠି ଲକ୍ଷ ଲକ୍ଷ ଲୋକ ବଡ଼ଦାଣ୍ଡରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତିର ସାଗରରେ ବୁଡ଼ ଦିଅନ୍ତି, ସେଠି ଅଭଦ୍ରାମୀର ସୀମା ଟପି ଏଭଳି ଅସଦାଚରଣ କରିବାକୁ ସୁରକ୍ଷା କର୍ମୀ ଜଣକ ସାହସ ପାଇଲେ କେମିତି ? ସେ ହୁଏତ ଭାବିଥିଲେ ଅସମ୍ଭବ ଭିଡ଼ ଭିତରେ ସମସ୍ତଙ୍କ ଅଲକ୍ଷ୍ୟରେ ଏଭଳି ଅସାଧୁ କାର୍ଯ୍ୟ କଲେ ତାଙ୍କୁ କେହି ଦେଖିପାରିବ ନାହିଁ ।

ତେବେ କିନ୍ତୁ ସେ ଜାଣି ନଥିଲେ ଯେ, ତାହା କଏଦ ହୋଇଯାଇଛି କ୍ୟାମେରାରେ । ଏହି ଘଟଣାକୁ ବିଭିନ୍ନ ବର୍ଗର ଲୋକେ ନିନ୍ଦା କରିଥିବା ବେଳେ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ । ଏନେଇ ପ୍ରଶାସନର ପ୍ରତିକ୍ରିୟା ମଧ୍ୟ ଆମର ହସ୍ତଗତ ହୋଇ ପାରିନାହିଁ । ତେବେ କିଛି ଭକ୍ତ ମାନେ ମଧ୍ୟ ଗଣମାଧ୍ୟମ ଆଗରେ ନିଜର ବାଇଟ ରଖିଛନ୍ତି ତେବେ ଜଣେ ଶ୍ରଦ୍ଧାଳୁ କହିଛନ୍ତି କି ସୁରକ୍ଷା କରୁଥିବା ଭାଇ ମାନଂକୁ ମୋର ଅନୁରୋଧ କି ଏଭଳି ବ୍ୟବହାର କରନ୍ତୁ ନାହିଁ ଏବଂ ଭକ୍ତ ମାନଂକୁ ଭଲରେ ବୁଝାନ୍ତୁ ସେମାନଙ୍କ ସହ ଅପବ୍ୟବହାର କରନ୍ତୁ ନାହିଁ ଏହି ପବିତ୍ର ସ୍ଥାନକୁ ଏଭଳି ଘୁର୍ଣ କାମରେ ଅପବିତ୍ର କରନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।