ମାଲିକ ପଛେ ପଛେ ଜାତୀୟ ରାଜପଥରେ ଦୌଡିଲା କୁକୁର, ମାଲିକ ସହ କୁକୁରର ଏଭଳି ସମ୍ପର୍କ ବିଷୟରେ ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ

୫୫ ନଂ ଜାତୀୟ ରାଜପଥରେ ଗୋଟିଏ କୁକୁର ଧଇଁସଇଁ ହୋଇ ଦୌଡୁଥିବାର ଦେଖିବାକୁ ମିଳିଥିଲା । ତା’ ପଛରେ କିଛି ବିପଦ ଅଛି ନା ଆଗରେ କାହା ପଛରେ ସେ ଦୌଡୁଛି ? ତାକୁ ଦେଖିଲେ ଅନେକ ମନରେ ପ୍ରଶ୍ନ ଉଠୁଛି । ଜାତୀୟ ରାଜପଥରେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ଖାତିର ନକରି କୁକୁରଟି ଦୌଡି ଚାଲିଛି । ହାଇୱେରେ ଏତେ ଗାଡି ଯାଉଥିବା ବେଳେ ଭଲକରି ଦେଖିଲେ ଜାଣିବେ ଏକ ନିର୍ଦ୍ଦିଷ୍ଟ ଟ୍ରକକୁ କୁକୁରରୁ ଫଲୋ କରୁଛି ।

ତେବେ ଟ୍ରକ ପଛରେ ଦୌଡୁଥିବା ଏହି କୁକୁରଟିର ଦୌଡିବାର କାରଣ ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ । କୁକୁରଟିର ମାଲିକ ହେଉଛନ୍ତି ଦିଲ୍ଲୀପ ନାୟକ ନାମକ ଜଣେ ଯୁବକ । କୁକୁରଟି ଦୌଡୁଥିବା ଟ୍ରକ ପଛରେ ଦିଲ୍ଲୀପ କାମ କରିବାକୁ ଯାଉଥିଲେ । କିନ୍ତୁ ମାଲିକକୁ ଛାଡି ରହି ପାରିଲା ନଥିଲା ଏହି ସ୍ନେହ କାଙ୍ଗାଳ କୁକୁର । ତେଣୁ ସେ ମାଲିକଙ୍କୁ ତାଙ୍କ ଟ୍ରକ ପଛରେ ଅନୁସରଣ କରିଥିଲା । ଆଉ ଏଭଳି ୪ କିମି ଦୌଡି ଦୌଡି ଶେଷରେ ତା’ ମାଲିକ ପାଖରେ ପହଞ୍ଚି ଯାଇଥିଲା ।

ଦିଲ୍ଲୀପ ଯୁଆଡେ କାମରେ ଗଲେ ମଧ୍ୟ କୁକୁରଟି ତାଙ୍କ ପଛରେ ସେମିତି ଦୌଡି ଯାଏ । ଯେତେ ବାରଣ କଲେ ସେ ମାନେ ନାହିଁ । ଦିଲ୍ଲୀପଙ୍କ ପାଖେ ଖାଇ ପିଇ ତାଙ୍କ ପକ୍ଷେ ହିଁ ଶୁଏ କୁକୁରଟି । ଦିଲ୍ଲୀପ ତାକୁ କୁକୁର ବୋଲି ଭାବନ୍ତିନି । ତାଙ୍କ ଦୃଷ୍ଟିରେ ସେ ବି ମଣିଷ ଛୁଆଟେ ପରି ।

ମଣିଷ ଓ ପଶୁ ଭିତରେ ଏ ମମତା ସତରେ ଅସାଧାରଣ । ଦିଲ୍ଲୀପ କୁକୁରଟି ସହ ୧୧ ବର୍ଷ ହେଲା ରହି ଆସୁଛନ୍ତି । ନିଜ ଖାଇବାରୁ ଅଧା ତାକୁ ଖାଇବାକୁ ଦିଅନ୍ତି ଦିଲ୍ଲୀପ । ଆଉ ମୂହୁର୍ତ୍ତକେ ପାଇଁ ମଧ୍ୟ କେହି କାହାକୁ ଛାଡି ରହି ପାରନ୍ତି ନାହିଁ । ଏମିତିକି କାମକୁ ଗଲେ ମଧ୍ୟ କୁକୁରଟି ଦିଲ୍ଲୀପଙ୍କ ସହ ଯାଏ ।

ଆଜିର ସ୍ଵାର୍ଥପର ଦୁନିଆରେ ମଣିଷ ବି ମଣିଷକୁ ପଚାରେ ନାହିଁ । କିନ୍ତୁ ଏମିତି ଦୁନିଆରେ ମଣିଷ ଓ କୁକୁରର ଏହି ଅନାବିଳ ପ୍ରେମ କାହାଣୀ ଦେଖିଲେ କାହାର ବି ଆଖି ଓଦା ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।