ମୃତ୍ୟୁର ୪ ଘଣ୍ଟା ପୁର୍ବରୁ ନିଶା ଖାଇ ବେହୋସ୍ ଥିଲେ ଶୁଭଲକ୍ଷ୍ମୀ

ମୃତ୍ୟୁ ର 4 ଘଣ୍ଟା ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ ସାହୁ । ଜଣଙ୍କୁ ଛାଡି ଆଉ ଜଣଙ୍କୁ ମନ ଦେଇ ବସିଥିଲେ ଶୁଭଲକ୍ଷ୍ମୀ । ବ୍ରେକଅପ ହୋଇ ଥିବାରୁ ବ୍ଲାକମେଲ କରୁଥିଲେ ସଞ୍ଜୟ । ଡିଲ ରେ ରାଜି ନ ହେବାରୁ ନେଇଗଲେ ଜୀବନ । ହଁ ଦର୍ଶକ ବନ୍ଧୁ ରମାଦେବୀ ବିଶ୍ଵ ବିଦ୍ୟାଳୟର ଯୁକ୍ତ 2 ଛାତ୍ରୀ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲିଛି ତଦନ୍ତ ଆଉ ବଢିବାରେ ଲାଗିଛି ସନ୍ଦେହ ।

ଭୁବନେଶ୍ଵର ର ଦୀପାଲି ହୋଟେଲ ରୁମ ରେ ବାର ଗାର୍ଲ ଙ୍କ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସିବାରେ ଲାଗିଛି । ବନ୍ଦ କୋଠରି ରେ ବାର ଗାର୍ଲ ଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜଣଙ୍କ ପରେ ଜଣଙ୍କୁ ଥାନା କୁ ଡାକି 161 ଧାରା ରେ ବୟାନ ରେକର୍ଡ କରୁଛି ପୋଲିସ । ଆଉ ଏହାରି ଭିତରେ ଶୁଭଲକ୍ଷ୍ମୀ ଙ୍କ ପୁରୁଷ ବନ୍ଧୁ ସଞ୍ଜୟ ଙ୍କ ଋଲ୍ସ ଏବେ ଭାଇରାଲ ହେବାରେ ଲାଗିଛି ।

ସେଥିପାଇଁ ସଞ୍ଜୟ ଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରୁଛି ପୋଲିସ । ତେବେ ସଞ୍ଜୟ ନିଜ ବୟାନ ରେ କହିଛନ୍ତି ଯେ ତାଙ୍କର ଗତ 20 ଦିନ ପୂର୍ବରୁ ଶୁଭଲକ୍ଷ୍ମୀ ଙ୍କ ସହ ବ୍ରେକଅପ ହୋଇଥିଲା । ଆଉ ମୃତ୍ୟୁ ର 20 ଦିନ ପୂର୍ବରୁ ସେ କୌଣସି ପ୍ରାକାରର ଯୋଗାଯୋଗ ରେ ନ ଥିଲେ ଶୁଭଲକ୍ଷ୍ମୀ ଙ୍କ ସହ । ଶୁଭଲକ୍ଷ୍ମୀ ଅନ୍ୟ ଜଣ ଯୁବକ ଅନିଲ ଙ୍କ ସହ ଥିଲେ । ତେବେ ପ୍ରଶ୍ନ ଉଠୁଛି ସଞ୍ଜୟ ଙ୍କୁ ଛାଡି ଆଉ କାହାକୁ ଧରିଥିଲେ କି ଶୁଭଲକ୍ଷ୍ମୀ ?

ନା ଏହା ହେଉଛି ସଞ୍ଜୟ ଙ୍କର ପ୍ରି-ପ୍ଳାନ ? ତେବେ ସଞ୍ଜୟ ଦେଇଥିବା ବୟାନ ଅନୁଯାୟୀ ଅନିଲ ନାମକ ଯୁବକ ଜଣକ କିଏ ? ଶୁଭଲକ୍ଷ୍ମୀ ଙ୍କ ତାଙ୍କର ସମ୍ପର୍କ କଣ ? ସେପଟେ ଲକ୍ଷ୍ମୀ ସାଗର ପୋଲିସ ପାଖରେ ପହଞ୍ଚିଛି ପୋଷ୍ଟ ମର୍ଟମ ରିପୋର୍ଟ । ଯେଉଁ ରିପୋର୍ଟ ରେ ଶୁଭଲକ୍ଷ୍ମୀ ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିବା ସ୍ପଷ୍ଟ ହୋଇଛି । ମୃତ୍ୟୁ ର 4ରୁ 6 ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିଲେ ।

ତେବେ କି କାହିଁକି ତାଙ୍କୁ ନିଶା ଦେଇଥିଲା ତାହାକୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଉ ଏହାକୁ ନେଇ ବାର କର୍ମଚାରୀ, ପରିବାର ଲୋକ, ପ୍ରେମିକ ଙ୍କୁ ମିଶାଇ ପୋଲିସ 12 ଜଣଙ୍କୁ ଜେରା କରି ସାରିଛି । ତେବେ ଆଉ ଏକ ଘଟଣା ଏବେ ସାମନାକୁ ଆସିଛି । ତେବେ ସେଇ ଦୀପାଲି ବାର ରେ ବାର ଗାର୍ଲ ଭାବେ କାମ କରୁଥିଲେ ଶୁଭଲକ୍ଷ୍ମୀ । କିନ୍ତୁ ନାବାଳିକା ଥିବାରୁ ତାଙ୍କୁ ବାହାରକୁ ନିଆ ଯାଇଥିଲା ।

ଏହି ଘଟଣାକୁ ହୋଟେଲ କର୍ମଚାରୀ ମନା କରି ଦେଇଥିଲେ ଆଉ କହିଥିଲେ ଶୁଭଲକ୍ଷ୍ମୀ ଅତିଥି ଭାବେ ହୋଟେଲ କୁ ଆସୁଥିଲେ । କାରଣ ମୃତ୍ୟୁ ର ପର ଦିନ ଶୁଭଲକ୍ଷ୍ମୀ ଙ୍କ ନାଁ ଲେଖା ଯାଇଥିଲା ହୋଟେଲ ରେଜିଷ୍ଟର ରେ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।