39 ଥର ଚାକିରି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା Google, ଶେଷରେ ପରିଶ୍ରମର ଫଳ ମିଳିଲା, ଏହି ବ୍ୟକ୍ତିଙ୍କ ସଫଳତାର କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା

ପରିଶ୍ରମର ଫଳ କେବେବି ବୃଥା ହୁଏନି । ପରିଶ୍ରମ କରୁଥିବା ବ୍ୟକ୍ତି ଦିନେ ନା ସଫଳତା ପାଏ । ଏକଥାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି । ଯିଏ ବାରମ୍ବାର ବିଫଳ ହେବା ପରେ ବି ଚାକିରି ପାଇବା ପାଇଁ ଚେଷ୍ଟା କରିବା ବନ୍ଦ କରି ନଥିଲେ ଏବଂ ଶେଷରେ ଗୁଗୁଲ୍ ରେ ଚାକିରି ପାଇଥିଲେ । ସେ ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ପୂରଣ ହୋଇଛି । ତାଙ୍କର କାହାଣୀ ଏବେ ସମସ୍ତଙ୍କୁ ପ୍ରେରଣା ଯୋଗଉଛି । ଟାଇଲର କୋହାନ ନାମକ ଜଣେ ବ୍ୟକ୍ତି ଏହି ଚାକିରି ପାଇବା ପାଇଁ ଥରେ ନୁହେଁ ବରଂ ୩୯ ଥର ଆବେଦନ କରିଥିଲେ ।

ଶେଷରେ ଗତ ଜୁଲାଇ ୧୯ରେ ସେ ଗୁଗୁଲ୍ ରେ ଚାକିରି ପାଇଛନ୍ତି । ଆମେରିକାର ସେନଫ୍ରାନସିସ୍କୋରେ ରୁହନ୍ତୁ ଟାଇଲର । ଗୁଗୁଲରେ ଚାକିରି ପାଇବା ଆଗକୁ ସେ ଡୋରଡ୍ଯାସ କମ୍ପାନୀରେ ଆସୋସିଏଟ ମ୍ୟାନେଜର ଭାବେ କାମ କରୁଥିଲେ । ଟାଇଲରଙ୍କ ଲିଙ୍କଡିନ ପୋସ୍ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି କି, ସ୍ଥିରତା ଓ ପାଗଳାମି ମଧ୍ୟରେ ଗୋଟିଏ ରେଖା ରହିଛି । ମୁଁ ଜାଣିବାକୁ ଚେଷ୍ଟା କରୁଛି ଯେ ମୋର ସେଥିରେ ୩୯ ପ୍ରତ୍ୟାଖ୍ୟାନ ରହିଛି ନା ଗୋଟିଏ ଅନୁମୋଦନ ରହିଛି ।

ତାଙ୍କ ପୋଷ୍ଟକୁ ଏବେ ଯାଏଁ ୩୫ ହଜାର ଲୋକ ଲାଇକ କରିବା ସହ ୮୦୦ରୁ ଅଧିକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ଗୁଗୁଲ୍ କରିଥିବା ଏକ ମେଲ୍ ର ସ୍କ୍ରିନସଟ୍ ସେ ଶେୟାର କରିଛନ୍ତି । ସେଥିରେ ଦର୍ଶାଯାଇଛି ଯେ, ସେ ପ୍ରଥମେ ୨୫ ଅଗଷ୍ଟ ୨୦୧୯ ରେ ଗୁଗୁଲରେ ଚାକିରି ପାଇଁ ଆବେଦନ କରିଥିଲେ । କିନ୍ତୁ ତାହା ପ୍ରତ୍ୟାଖ୍ୟାନ କରା ଯାଇଥିଲା, ହେଲେ ବି ହାର୍ ମାନି ନଥିଲେ । ସେପ୍ଟେମ୍ବର୨୦୧୯ରେ ଆଉ ଏକ ପଦ ପାଇଁ ପୁଣି ଥରେ ଆବେଦନ କରିଥିଲେ ।

ସେ ଥର ବି ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ପରେ କୋଭିଡ ବେଳେ ଜୁନ ୨୦୨୨ରେ ଟାଇଲର ପୁଣି ଥରେ ଚାକିରି ପାଇଁ ଆବେଦନ କରିଥିଲେ । ସେତେବେଳେ ବି ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଗଲା । କିନ୍ତୁ ସେତେବେଳେ ସେ ଟେକ୍ ଜାୟାଣ୍ଟ ନାମକ କମ୍ପାନୀରେ ଚାକିରି ପାଇଁ ମନୋନୀତ ହୋଇଥିଲେ । ଏହିପରି ୩୯ ଥର ପ୍ରତ୍ୟାଖ୍ୟାନ ହେବା ପରେ ସେ ଶେଷରେ ଗୁଗୁଲରେ ଚାକିରି ପାଇଲେ ।

ଟାଇଲର ପାଇଥିବା ଉପଲବ୍ଧିକୁ ନେଇ ବହୁ ଲୋକ ତାଙ୍କର ପ୍ରଶଂସା କରିବା ସହ ନିଜ ନିଜର ସଂଘର୍ଷର କାହାଣୀ ବଖାଣିଛନ୍ତି । ସେଥିମଧ୍ୟରୁ ଜଣେ କହିଥିଲେ, ମୁଁ ମଧ୍ୟ ଆମାଜନରେ ଚାକିରି ପାଇଁ ୧୨୦ ଥର ଆବେଦନ କରିଥିଲି । ସବୁଥର ପ୍ରତ୍ୟାଖ୍ୟାନ ହେବା ପରେ ଶେଷରେ ମୁଁ ଆମାଜନରେ ଚାକିରି ପାଇଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।