କର୍କଟ ରାଶି (Cancer) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ୨୦୨୨ ମସିହା ଅଗଷ୍ଟ ମାସଟି କର୍କଟ ରାଶିର ଲୋକଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ ପ୍ରତିକାର କରିବେ । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ଆସିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ ।

କର୍କଟ ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ଅଗଷ୍ଟ ମାସଟି ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିବ । ଶିକ୍ଷା କ୍ଷେତ୍ର ପାଇଁ ଏହି ମାସଟି ଆପଣଙ୍କ ପାଇଁ ସବୁଠୁ ଅଧିକ ଲାଭଦାୟକ ରହିବ । ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ଶୁଭଫଳ ପ୍ରାପ୍ତ କରିବେ ।

ପାଠପଢାରେ ଅଧିକ ମନ ଲାଗିବ ଓ ଆପଣ ପରିଶରମର ଫଳ ନିଶ୍ଚୟ ପାଇବେ । କ୍ଯାରିୟର ଦୃଷ୍ଟିରୁ କିନ୍ତୁ ମାସଟି ସେତେ ଅନୁକୂଳ ରହି ନପାରେ । କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖା ଦେବା ସହ ଆପଣଙ୍କ ଆଗ୍ରହ ହ୍ରାସ ପାଇପାରେ । ତଥାପି ମାସର ଶେଷ ଭାଗକୁ କ୍ଯାରିୟର କ୍ଷେତ୍ରରେ ଆପଣ ଭଲ ଫଳାଫଳ ଦେଖିବାକୁ ପାଇବେ ।

ଯେଉଁମାନେ ଦୀର୍ଘ ଦିନ ଧରି କୌଣସି ଚାକିରି ଅପେକ୍ଷାରେ ଅଛନ୍ତି ସେମାନେ ଉତ୍ତମ ଚାକିରି ପାଇବେ । ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ମାସଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ରହିବ ଓ ବିଦେଶ କ୍ଷେତ୍ରରେ କରିଥିବା ବିନିଯୋଗରୁ ଆପଣ ଭଲ ଲାଭ ପାଇବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମଧ୍ୟ ମାସଟି ଆପଣଙ୍କ ପାଇଁ ବେଶ ରହିବ ।

ଆୟର ନୂଆ ନୂଆ ସ୍ରୋତ ଆପଣଙ୍କ ସାମ୍ନାକୁ ଆସିବ ଓ ଖୁବ ଭଲ ରୋଜଗାର କରିବେ । କିନ୍ତୁ ଏହି ମାସରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ଯୋଗୁଁ ଆପଣଙ୍କ ସ୍ବଭାବରେ ଭୟଙ୍କାରିତା ଦେଖିବାକୁ ମିଳିବ । ଆପଣ ଛୋଟ ଛୋଟ କଥାରେ ବିରକ୍ତି ହେବେ ଓ ଏହା ଯୋଗୁଁ କାର୍ଯ୍ୟ କ୍ଷେତ୍ର, ବ୍ୟବସାୟ, ପ୍ରେମ ଜୀବନ, ପାରିବାରିକ ଜୀବନ ସବୁଠି ଅସୁବିଧାର ସମୁଖୀନ ହୋଇପାରନ୍ତି ଓ ବିଘ୍ନ ସୃଷ୍ଟି ହୋଇପାରେ ।

ତେଣୁ ଆପଣ ନିଜ କ୍ରୋଧ ଓ ବାଣୀ ଉପରେ ସଂଯମତା ରଖିବା ଆପଣଙ୍କ ପାଇଁ ସବୁଠୁ ଭଲ ହେବ । ପ୍ରେମ ଜୀବନରେ ଉଭୟଙ୍କ ମଧ୍ୟରେ ବୁଝାମଣା ବୃଦ୍ଧି ପାଇବ ଓ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ । ବିବାହ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ବିବାହ ଯୋଗ ମଧ୍ୟ ବନିବାର ସମ୍ଭାବନା ରହିଛି । ପରିବାରରେ ମଧ୍ୟ ବାତାବରଣ ଭଲ ରହିବ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଏହି ମାସରେ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ । ଯଦି ପାରୁଛନ୍ତି ସାତଥର ପାଠ କରନ୍ତୁ ଏବଂ ତେଲମିଶ୍ରିତ କ୍ଷୀର ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହାସହ ବୁଧବାର ସନ୍ଧ୍ୟାରେ କଳାତେଲ ମଞ୍ଜି ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।