2021 କେମିତି ରହିବ ଧନୁ ରାଶି ପାଇଁ, ( ବହୁଦିନର ଇଛା ହେବ ପୂରଣ )

୨୦୨୧ରେ ଧନୁ ରାଶିର ଭାଗ୍ୟ ଫଳ କେମିତି ରହିବ ଆସନ୍ତୁ ସେହି ବିଷୟରେ ଜାଣିବା । ବର୍ଷର ଆରମ୍ଭରୁ ୫ ଏପ୍ରିଲ ପର୍ଯ୍ୟନ୍ତ ଅର୍ଥାତ ୩ ମାସ ପର୍ଯ୍ୟନ୍ତ ଆପଣଙ୍କୁ ବିପଦ ପୂର୍ଣ କାର୍ଯ୍ୟ କରିବା ପାଇଁ ଇଛା ହେବ । ନିବେଶ କରିବା ପାଇଁ ସୁଯୋଗ ମିଳିବ । ଆଗ ପଛ ବିଚାର ନ କରି ନିବେଶ କରିବା ପାଇଁ ଇଛା ହେବ । ଅବିବାହିତମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଆସିବ ଓ ଏଥିରେ ଆପଣମାନେ କୌଣସି ଆଗ ପଛ ବିଚାର ନ କରି ବିବାହ କରିବେ । ଏହିଭଲି ନିଷ୍ପତି ନେବା ଦ୍ଵାରା ବିପଦରେ ପଡିପାରନ୍ତି । ସେଥିପାଇଁ ଏହିଭଲି ନିଷ୍ପତିରୁ ନିବୃତ ରୁହନ୍ତୁ ଓ ବିଦ୍ଵାନ ମାନଙ୍କର ପରାମର୍ଶ ନେଇ ସବୁ କାର୍ଯ୍ୟ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।

ଗୁରୁଜନ ମାନଙ୍କର ଆଶୀର୍ବାଦ ମିଳିବ । ରକ୍ତ ସମ୍ବନ୍ଧୀୟ ରୋଗ ଦେଖା ଦେଇ ପାରେ । ଏଥି ପ୍ରତି ସତର୍କ ରୁହନ୍ତୁ । କିନ୍ତୁ ଏହି ସମୟରେ ବନ୍ଧୁ ବାନ୍ଧବ ମାନଙ୍କର ସହଯୋଗ ରହିବ । ଜୁନ, ଜୁଲାଇ ଏହି ଦୁଇ ମାସରେ ସବୁ କାର୍ଯ୍ୟରେ ଅକାରଣରେ କ୍ରୋଧ ସୃଷ୍ଟି ହୋଇପାରେ । ଏଥିପାଇଁ ନିଜ କ୍ରୋଧ ଓ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଅଯଥା କଳହରେ ଫସି ଯିବେ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମହିଳା ମାନଙ୍କୁ ଖୁସି ମିଳିବ । ନିଜ ଭାଇ ଓ ବାପ ଘରୁ ସାହାର୍ଯ୍ୟ ବି ମିଳିବ ।

କଳାତ୍ମକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ମାନ ସମ୍ମାନ ମିଳିବ । ଅକ୍ଟୋବର ମାସରେ ଯେଉଁମାନେ ଘର ଠାରୁ ଦୂରରେ ଅର୍ଥାତ ବିଦେଶରେ ରହି କାର୍ଯ୍ୟ କରୁଥିବେ ତାଙ୍କୁ ଘରକୁ ଆସିବାର ସୁଯୋଗ ମିଳିବା ସହ ଘର ପରିବାର ସହ ଖୁସିରେ ସମୟ ବିତାଇବାକୁ ସୁଯୋଗ ମିଳିବ । ମନୋରଞ୍ଜନ କାର୍ଯ୍ୟରେ ଖର୍ଚ ବଢିବ । ଘର ଠାରୁ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ଶୁଭ ଫଳ ମିଳିବ । ନଭେମ୍ବର ଓ ଡିସେମ୍ବର ଏହି ଦୁଇ ମାସରେ ବହୁତ ଖୁସି ମିଳିବ । ଆପଣଙ୍କର ସବୁ ଆଜ୍ଞା ପାଳନ ହେବ ।

ଆପଣଙ୍କର ଥିବା ବହୁତ ଦିନର ଇଚ୍ଛା ପୂରଣ ହୋଇଯିବ । ଆପଣଙ୍କୁ ଶ୍ଵାସ ସମ୍ବନ୍ଧୀୟ ରୋଗ ହୋଇ ପରେ ଏଥିପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡିବ । ଚାକିରି କ୍ଷେତ୍ରରେ କୌଣସି ନୂତନ ନିଯୁକ୍ତି ମିଳିପାରେ । ବ୍ୟବସାୟକୁ ନେଇ ନୂଆ ଭାବରେ କୌଣସି ବ୍ୟବସାୟ କରିବାରେ ସଫଳ ହେବେ । ପରିବାରରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ଆପଣଙ୍କର ଯଦି କୌଣସି ସମସ୍ୟା ଅଛି ତେବେ ଏହାର ସମାଧାନ କରିବା ପାଇଁ ସବୁ ଶନିବାର ଦିନ ଶନି ମନ୍ତ୍ର ପାଠ କରନ୍ତୁ ।

ନଚେତ ଶନିବାର ଦିନ ଶନି ମନ୍ଦିରକୁ ଯାଇ ତେଲ କିମ୍ବା ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଶନି ଦେବଙ୍କ କୃପା ମିଳିବା ସହ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଛାତ୍ରମାନଙ୍କୁ ନିଜର ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ତଥା ମିତ୍ର ମାନଙ୍କ ସହଯୋଗ ମିଳିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।