Chanakya Niti- ଏହିସବୁ ଗୁପ୍ତ କଥା କାହାକୁ ବି କହିବେନି ନହେଲେ ସାରା ଜୀବନ ପସ୍ତେଇବେ

ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ବାରା ୪ଟି ଏମିତି କଥା କହିବୁ ଯାହା ଭୁଲରେ ବି କାହାକୁ କହିବେ ନାହିଁ ନହେଲେ ଆପଣ ବର୍ବାଦ ହୋଇଯିବେ । ଖାସ୍ କରି ମହିଳା ମାନଙ୍କର କିଛି ଖାସ୍ କଥା ଆପଣ ଭୁଲରେ ବି କାହାକୁ କହିବେନି । ଯେତେବେଳେ ଆମେ କିଛି ଗୁପ୍ତ କଥା ଶେୟାର କରି ଥାଉ ତେବେ ଆଗକୁ ଭବିଷ୍ୟତରେ ତା ପାଖରୁ ଧୋକା ମିଳିବାର ସମ୍ଭାବନା ବଢ଼ିଥାଏ ଏବଂ ଶାସ୍ତ୍ରରେ ମଧ୍ୟ ଏମିତି କିଛି କଥା କୁହାଯାଇଛି ।

ମହାଭାରତରେ ଲାଇଫ୍ ମ୍ୟାନେଜମେଣ୍ଟ ସହିତ କିଛି ସୂତ୍ର କୁହାଯାଇଛି । ସେଥିରେ ଏହା କୁହାଯାଇଛି ଯେ ବ୍ୟକ୍ତିର ଗୁପ୍ତ କଥା କେଉଁ ମାନଙ୍କୁ କୁହାଯିବ ନାହିଁ । ସମସ୍ତ ଲୋକଙ୍କ ସହିତ କିଛି ନା କିଛି ଘଟଣା ଘଟିଥାଏ । ସେହି ଘଟଣାର‌ କିଛି ରହସ୍ୟ ଆଜି ମଧ୍ୟ ରହସ୍ୟ ହୋଇ ଥାଏ ସେହି ଘଟଣାର ।

କିନ୍ତୁ ଅନେକ ପ୍ରଶ୍ନ ବହୁତ ଲୋକଙ୍କ ମନରେ ଆସେ ହେଲେ ଏହାର ସଠିକ୍ ଉତ୍ତର ଆଜି ପର୍ଯ୍ୟନ୍ତ ମଣିଷ ଖୋଜି ପାରିଲା ନାହିଁ । ମନୁଷ୍ୟ ନିଜ ଖୁସି ଏବଂ ସୁନ୍ଦରମୟ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି କଥା ଯାହା ଗୁପ୍ତ ରଖିବା କଥା ।

୧- ଧନର କ୍ଷୟ : ଆଜି କାଲିର ବ୍ୟକ୍ତି ସବୁଠାରୁ ଶକ୍ତିଶାଳୀ ପଇସାକୁ ମାନନ୍ତି । ଯାହା ପାଖରେ ଯେତେ ପଇସା ତାକୁ ଲୋକେ ବହୁତ ଗୁରୁତ୍ବ ଦିଅନ୍ତି ଏବଂ ସମ୍ମାନ କରନ୍ତି । ଜଦି ପଇସା ନାହିଁ ତେବେ ସମସ୍ତେ ଆପଣଙ୍କଠାରୁ ଦୂରେଇ ଯିବେ । ସେଥିପାଇଁ ଧନର ସମସ୍ୟାକୁ ଅନ୍ୟ ମାନଙ୍କ ସହ ଶେୟାର କରିବା କଥା ନୁହେଁ ।

୨- ଘରର ଝଗଡ଼ା : ଏମିତିରେ ସମସ୍ତଙ୍କ ଘରେ ଛୋଟ ବଡ଼ କଥାକୁ ନେଇ ଝଗଡ଼ା ହୁଏ । କିଛି ଲୋକ ଏମିତି ଥାନ୍ତି ନିଜ ଘରର ଝଗଡ଼ା ସମ୍ପର୍କୀୟ ଏବଂ ସାଙ୍ଗ ମାନଙ୍କୁ କହିଥାନ୍ତି । କିନ୍ତୁ କିଛି ସମୟ ପରେ ଯେତେବେଳେ ପରିବାରର ମାହୋଲ ଠିକ୍ ହେଇଯାଏ ସେତେବେଳେ ସମ୍ପର୍କୀୟ ଏବଂ ସାଙ୍ଗମାନେ ପିଠି ପଛରେ ଥଟା ଉପହାସ କରିଥାନ୍ତି । ସେଥିପାଇଁ ଭୁଲରେ ବି ଏହି କଥା କାହାକୁ ବି ଶେୟାର କରିବା କଥା ନୁହେଁ ।

୩- କାମ କାର୍ଯ୍ୟ : ସ୍ବାମୀ ଏବଂ ସ୍ତ୍ରୀ ଭିତରେ ଥିବା ସମ୍ପର୍କ, ଏହି କଥାକୁ ଯେତେ ଗୁପ୍ତ ରଖିବେ ଭଲ । ସ୍ବାମୀ ସ୍ତ୍ରୀର ନିଜ ଭିତରର କଥା ୩ୟ ବ୍ୟକ୍ତି ଜାଣିଲେ ବହୁତ ସମସ୍ୟାରେ ପଡିଥାନ୍ତି ଏବଂ ଲଜ୍ୟାକର କଥା ମଧ୍ୟ ହୋଇ ଥାଏ । ସେଥିପାଇଁ ଏହି କଥାକୁ ଭୁଲରେ ବି କାହା ସହିତ ଶେୟାର କରନ୍ତୁ ନାହିଁ ।

୪- ଆୟ : କୁହାଯାଏ ଯେ ମଣିଷର ଆୟ ସମସ୍ତଙ୍କୁ କୁହାଯାଏ ନାହିଁ । ଆପଣଙ୍କ ଆୟ କାହା ସହିତ ଶେୟାର କରିବା କଥା ନୁହେଁ‌ । ଆପଣ ଆୟ ଯେତେ ଗୁପ୍ତ ରଖିବେ ସେତିକି ଆପଣଙ୍କ ପାଇଁ ଭଲ ହେବ କାରଣ ଯିଏ ବିରୋଧୀ ସେ ଏହାର ଫାଇଦା ଉଠାଇ ପାରେ ଯେଉଁଥିପାଇଁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ କେବେବି ଏହି କଥା କାହାକୁ କୁହନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।