200 ଟଙ୍କାର ମେଡ଼ିସିନ ଏଠି ମାତ୍ର 25 ଟଙ୍କାରେ ମିଳେ ! ସମାନ ଗୁଣବତ୍ତା ଓ ପ୍ରଭାବୀ ଅଟେ ଏହି ଜେନେରିକ ମେଡ଼ିସିନ, ଦେଖନ୍ତୁ କଣ ପାଇଁ ଏତେ ଶସ୍ତା ଏହି ମେଡ଼ିସିନ !

ଆଜିକାଲି ଘରେ ଘରେ ଲୋକ ନିଜ ଦୈନନ୍ଦିନ ଜୀବନରେ କିଛି ନା କିଛି ମେଡ଼ିସିନ ସେବନ କରୁଛନ୍ତି । ମେଡ଼ିସିନ ପଛରେ ଅନେକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏନେଇ ଅନେକ ଲୋକ ଚିନ୍ତିତ ରହୁଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଟଙ୍କା ଖର୍ଚ୍ଚ ହେଲେବି ମେଡ଼ିସିନ ଉପରେ ନିର୍ଭର ରହିବାକୁ ପଡୁଛି । ତେବେ ଲୋକଙ୍କ ଅସୁବିଧା ଦୂର କରିବାକୁ ପ୍ରୟାସ କରିଚାଲିଛି “ଦବା ଇଣ୍ଡିଆ” ନାମକ ମେଡ଼ିସିନ କମ୍ପାନୀ । ଯାହାର ଭାରତରେ ବିଭିନ୍ନ ଷ୍ଟୋର ସବୁ ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦରେ ଯେପରି ସୁଲଭ ମୂଲ୍ଯରେ ଲୋକଙ୍କୁ ଔଷଧ ମିଳିପାରୁଛି ଏହି ଦବା ଇଣ୍ଡିଆ ମେଡ଼ିସିନ ଷ୍ଟୋରରେ ମଧ୍ୟ ସୁଲଭ ମୂଲ୍ଯରେ ମେଡ଼ିସିନ ପାଇପାରିବେ ଲୋକେ । ଏହା ଜେନେରିକ ମେଡ଼ିସିନ ଯୋଗାଉଛି ଅର୍ଥାତ ଯେଉଁ ମେଡ଼ିସିନ ଯେଉଁ କମ୍ପୋଜିସନରେ ତିଆରି ସେହି ଅନୁସାରେ ସେମାନେ ଲୋକଙ୍କୁ ମେଡ଼ିସିନ ଦିଅନ୍ତି । ଏହା ସଂପୂର୍ଣ୍ଣ ଭାବେ ଗୁଣାତ୍ମକ ଓ 100% ପ୍ରଭାବଶାଳୀ ବୋଲି କୁହନ୍ତି ଜଣେ ଦବା ଇଣ୍ଡିଆ ଷ୍ଟୋରର ମାଲିକ ।

ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରରେ କେବଳ 700ରୁ 800 ପ୍ରକାରର ମେଡ଼ିସିନ ଉପଲବ୍ଧ ଥିବାବେଳେ ଦବା ଇଣ୍ଡିଆ ଷ୍ଟୋରରେ 4600ରୁ ଉର୍ଦ୍ଧ୍ଵ ପ୍ରକାରର ମେଡ଼ିସିନ ଉପଲବ୍ଧ ରହିଛି । ଜଣେ ବ୍ୟକ୍ତି ଯଦି ଗୋଟିଏ ଟାବଲେଟ ଷ୍ଟ୍ରିପ ବାହାର ମାର୍କେଟରୁ 200 ଟଙ୍କା ଦେଇ ଆଣନ୍ତି ସେହି ସମାନ ମେଡ଼ିସିନ ଏହି ଷ୍ଟୋରରେ ମାତ୍ର 25 ଟଙ୍କାରେ ମିଳିଯିବ । ଜଣେ ଯଦି ମେଡ଼ିସିନ ପଛରେ ମାସକୁ 5 ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏହି ଷ୍ଟୋରରୁ ମେଡ଼ିସିନ ନେଲେ ତାହା ମାତ୍ର 1200ରୁ 1300 ଟଙ୍କା ମଧ୍ୟରେ ମିଳିଯିବ ।

ଅନ୍ୟ ଦାମୀ ମେଡ଼ିସିନ ଯେମିତି କାମ ଦିଏ ଏହି ଦବା ଇଣ୍ଡିଆର ମେଡ଼ିସିନ ମଧ୍ୟ ଠିକ ସେମିତି କାମ ଦେବ ବୋଲି ଦୃଢତାର ସହ କହିଛନ୍ତି ଦବା ଇଣ୍ଡିଆ ଷ୍ଟୋର ମାଲିକ ଜଣକ । ଦବା ଇଣ୍ଡିଆର କୌଣସି ହୋଲସେଲର, ଡ୍ରିଷ୍ଟିବ୍ୟୁଟର କିମ୍ବା ପ୍ରେସେଣ୍ଟର କମ୍ପାନୀ ନରଖି ସିଧାସଳଖ ମେଡ଼ିସିନ ଷ୍ଟୋରଙ୍କୁ ଔଷଧ ପଠାଇଥାଏ । ଗୋଟିଏ ଆଉଟଲେଟରୁ ସବୁ ଜାଗାକୁ ପଠାଇଥାଏ, ତେଣୁ ଔଷଧ ଉପରେ ପରିବହନ ଖର୍ଚ୍ଚ ପଡୁନି ।

ଏହାସହ କେହି ରିପ୍ରେସେଣ୍ଟେଟିଭ ନଥିବାରୁ କମିଶନ ଚିନ୍ତା ମଧ୍ୟ ନାହିଁ । ସେଥିପାଇଁ ଖୁବ କମ୍ ଦାମରେ ଏହା ଲୋକଙ୍କୁ ଯୋଗାଇ ଦିଆ ଯାଇପାରୁଛି । ଏହି ଷ୍ଟୋର ଯୋଗୁଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀରେ ଲୋକମାନେ ସବୁଠୁ ଅଧିକ ଉପକୃତ ହେବେ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।