ମା’ ଦେହ ପିତା ଲାଗିବାରୁ ଝିଅ ସହ ସମ୍ବନ୍ଧ ରଖିଲା ବାପା, ଦୁଇମାସର ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ସତ, ପୁରା ଘଟଣା ଜାଣିଲେ ମୁଣ୍ଡ ବୁଲେଇ ଦେବ !

ବାପା ନାହିଁ ଜାଣି ମହିଳାଙ୍କ ନିକଟତର ହେଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ମହିଳାଙ୍କୁ ସ୍ଵାମୀର ପରିଚୟ ଦେଲେ ଓ ତାଙ୍କ ଝିଅକୁ ବାପାର ସ୍ନେହ ବି ଦେଲେ । ହେଲେ ମା’ ର ଦେହ ପିତା ଲାଗିବା ପରେ ଝିଅକୁ ଦେଖି ଲୋଭ କରିଲା ବାପା ସାଜିଥିବା ଏହି ବ୍ୟକ୍ତିଜଣକ । ଦୁନିଆଦାରୀ ଜାଣି ନଥିବା ଝିଅକୁ ବିଭିନ୍ନ ପ୍ରଲୋଭନ ଦେଖାଇ ତା’ ନିରୀହ ମନ ସହ ଖେଳୁବାକୁ ଲାଗିଲା ବାପା । ଚକୋଲେଟ ଲୋଭ ଦେଖାଇ ଝିଅକୁ ଅପ୍ରୀତିକର ଭାବେ ଛୁଇଁଲେ ଆଉ ପ୍ରତି ରାତିରେ ଝିଅ ଉପରେ ଶୋଇ ଦେହସୁଖ ନେଲେ ।

ଆଉ ଝିଅ ଯଦି ପାଟି କରୁଥିଲାତେବେ ତାକୁ ଜୀବନରୁ ମାରିଦେବାକୁ ଧମକ ବି ଦେଉଥିଲେ । ଆଉ ଏବେ ନାବାଳିକା ଝିଅଟି ଦୁଇ ମାସର ଗର୍ଭବତୀ ହୋଇଯାଇଛି । ଝିଅ ପେଟରେ ବାପାର ଛୁଆ ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ, ସେଠାକାର ସନ୍ତୋଷ ପାଇକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ପାଖରେ ରଖିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ।

ସନ୍ତୋଷ ବିବାହିତ ଥିବାବେଳେ ତାଙ୍କ ସ୍ତ୍ରୀ ଓ ଛୁଆ ବହୁ ବର୍ଷ ଧରି ତାଙ୍କୁ ଛାଡି ଚାଲି ଯାଇଛନ୍ତି । ବିଧବା ମହିଳା ଜଣଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛି । ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କ ଝିଅକୁ ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଇ ତା’ ସହ ଶାରୀରିକ ସମ୍ପର୍କ ରଖୁଥିଲା ।

ଦୁଇମାସ ଧରି ଝିଅର ପିରିଅଡ ନହେବା ଯୋଗୁଁ ଝିଅର ଡାକ୍ତରୀ ମାଇନା କରାଇଥିଲେ ମା’ । ସେଥିରେ ଝିଅଟି ଦୁଇମାସର ଗର୍ଭବତୀ ଥିବା ଜଣାପଡିଛି । ଏନେଇ ଜାଣିବା ପରେ ମା’ ଅଡବା ଥାନାରେ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସନ୍ତୋଷ ପାଇକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଝିଅଟିର ବୟସ ମାତ୍ର 14 ବର୍ଷ ହୋଇଥିବା ବେଳେ ତା’ ସହ ଏଭଳି କରିବା ନିହାତି ଭାବେ ଘୃଣ୍ୟ କାର୍ଯ୍ୟ ଅଟେ । ଅଡବା ଗ୍ରାମବାସୀ ମଧ୍ୟ ଏ ସମ୍ପର୍କରେ ଜାଣିବା ପରେ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ଯାଇଛନ୍ତି ଓ ଥାନାରେ ଯାଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।