କମିବ ତେଲ ଦର, ତୈଳ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ Hardeep Singh Puri, କେତେ କମିବ ତେଲ ରେଟ୍ ?

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସାଧାରଣ ଲୋକେ ବ୍ୟସ୍ତ ରହୁଥିବା ବେଳେ ଏନେଇ ଏବେ ଖୁସି ଖବର ସାମ୍ନାକୁ ଆସିଛି । ସୂଚନା ରହିଛି କି, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ କମ୍ପାନୀ ଗୁଡିକୁ ଚିଠି ଲେଖି ତେଲ ଦର କମାଇବାକୁ କହିଛନ୍ତି । ବର୍ତ୍ତମାନ ଆନ୍ତର୍ଜାତୀୟ ମାର୍କେଟରେ ତେଲ ଦର କମିଥିଲେ ବି ଦୀର୍ଘ 15 ମାସ ହେବ ତୈଳ କମ୍ପାନୀ ମାନେ ପେଟ୍ରୋଲ ଏବଂ ଡିଜେଲ ଦର କମାଇ ନାହାନ୍ତି ।

ହେଲେ ପୂର୍ବରୁ ତେଲ ଦର ବଢିଥିବା ସମୟରେ କ୍ଷତି ସହି ଗ୍ରାହକଙ୍କୁ କମ୍ ଦରରେ ତେଲ ଯୋଗାଇଥିଲେ ତେଲ କମ୍ପାନୀ ମାନେ । ସେତେବେଳେ ଯେଉଁ କ୍ଷତି ସହିବାକୁ ପଡିଥିଲା ତା’ର ଭରଣା ହୋଇ ସାରିଛି । ତେଣୁ ତେଲ ଦର କମାଇବାକୁ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି । ପୂର୍ବରୁ ତେଲ କମ୍ପାନୀ ଗୁଡିକ ଲିଟର ପିଛା 10 ରୁ 11 ଟଙ୍କା ଲାଭ କରୁଥିବା ବେଳେ ଏବେ ଏହା 13 ଟଙ୍କା ଛୁଇଁଥିବା ସୂଚନା ରହିଛି ।

କମ୍ ଦରରେ ତେଲ ବିକିବା ଯୋଗୁଁ ଗତ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ତେଲ କମ୍ପାନୀ ଗୁଡିକୁ ପ୍ରାୟ 22 ହଜାର ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି କ୍ଷତି ଟଙ୍କା ଆଦାୟ ହୋଇ ସାରିଥିବା ବେଳେ ଏବେ ତେଲ ଦର ହ୍ରାସ କରାଯିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।

ତେବେ ଜଣାପଡିଛି କି, 2024 ଲୋକସଭା ନିର୍ବାଚନ ଏବଂ ଏହାର ପୂର୍ବରୁ 9ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ ଏହା ପୂର୍ବରୁ ତେଲ ଦର କମାଇ ଭୋଟ ହାତେଇବାକୁ ବିଜେପି ଚେଷ୍ଟା କରିବ ବୋଲି କୁହାଯାଉଛି । ସେ ଯାହା ବି ହେଉ ତେଲ କମିବା ଖବର ସାମ୍ନାକୁ ଆସିବା ପରେ ଏନେଇ ସାଧାରଣ ଲୋକେ ବେଶ ଖୁସି ଅଛନ୍ତି ।

ଯେଉଁମାନେ ପ୍ରତିଦିନ ଗାଡି ଓ ପେଟ୍ରୋଲ ଏବଂ ଡିଜେଲ ର ବ୍ୟବହାର କରନ୍ତି ସେମାନଙ୍କ ପାଇଁ ନିହାତି ଭାବେ ଏହା ଖୁସି ଖବର । ତେବେ ପେଟ୍ରୋଲ ଓ ଡିଜେଲ ଦର କେତେ ଟଙ୍କା ଲେଖାଏଁ କମ୍ କରାଯିବ ଏହା ଖୁବ ଶୀଘ୍ର ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।