୧୯୯୯ ମସିହା ଅକ୍ଟୋବର ୨୯ ତାରିଖର କଥା । ଆଜିପରି ସେଦିନ ବି ଥିଲା ଶୁକ୍ରବାର । ସେଦିନ ଉପକୂଳ ଓଡ଼ିଶାକୁ ଗ୍ରା-ସ କରିଥିଲା ମହାବାତ୍ୟା ଓ ପ୍ରକୃତିର କ-ରା-ଳ ରୂ-ପ ଦେଖିଥିଲା ଓଡିଶା । ପ୍ରକୃତିର ସେହି କ-ରା-ଳ କାୟାରେ ଛା-ର-ଖା-ର ହୋଇ ଯାଇଥିଲା ଅନେକ ପରିବାର । ଅକ୍ଟୋବର ୨୫ ୧୯୯୯ ମସିହାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଏହା କ୍ରମଶଃ ବାତ୍ୟାର ରୂପ ଧାରଣ କରିଥିଲା ଓ ୨୮ ତାରିଖ ବେଳକୁ ଓଡିଶା ଉପକୂଳରେ ସୁଲୁସୁଲିଆ ପବନ ଆରମ୍ଭ ହୋଇ ଯାଇଥିଲା ।
ପରଦିନ ପ୍ର-ଳ-ୟ-କା-ରୀ ରୂପ ଧାରଣ କରି ଓଡିଶାରେ ତା-ଣ୍ଡ-ବ ରଚିଥିଲା ବାତ୍ୟା । ଏହି ମହାବାତ୍ୟାରେ ପବନର ବେଗ ଯେତିକି ଭ-ୟ-ଙ୍କ-ର ଥିଲା ତା’ ଠାରୁ ମଧ୍ୟ ଅଧିକ ଭ-ୟ-ଙ୍କ-ର ରୂପ ନେଇଥିଲା ସମୁଦ୍ର । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଉପକୂଳ ଆଡକୁ ମା-ଡି ଆସିଥିଲା ୩୦ ଫୁଟ ଉଚ୍ଚର ସମୁଦ୍ର ଜୁଆର । ଝଡର ତା-ଣ୍ଡ-ବ, ପବନର ବେଗ, ବର୍ଷା ଓ ଅ-ଶା-ନ୍ତ ସମୁଦ୍ର ମିଳିତ ଭାବେ ରଚିଥିଲେ ସଂ-ହା-ର ଲୀ-ଳା । ନିମିଷକ ମଧ୍ୟରେ ମାଟିରେ ମିଶି ଯାଇଥିଲା ଅନେକ ଘରଦ୍ଵାର ଓ ପରିବାର ।
ଏମିତିକି ଘଣ୍ଟାକୁ ୩୫୦ କିମି ବେଗରେ ବହିଥିଲା ପବନ । ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଖାପାଖି ୩୬ ଘଣ୍ଟା ଯାଏ ତା-ଣ୍ଡ-ବ କରିଥିଲା ଏହି ବାତ୍ୟା । ସେଦିନ ମହାବାତ୍ୟାରେ କେନ୍ଦ୍ରାପଡା, ପୁରୀ, କଟକ, ଜଗତସିଂପୁର, ଖୋର୍ଦ୍ଧା ଜିଲ୍ଲାର ପାଖାପାଖି ଦେଢ ଲକ୍ଷ ଲୋକ ବାସହରା ହୋଇଥିବା ବେଳେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପ୍ରା-ଣ ହ-ରା-ଇ-ଥି-ଲେ । ଏହା ବାଦ କେତେ ଜୀବଜନ୍ତୁ ମ-ଲେ ତାହାର ହିସାବ ନାହିଁ ।
ଏହି ମହାବାତ୍ୟାରେ ସବୁଠୁ ଅଧିକ କ୍ଷ-ତି ସହିଥିଲା ଜଗତସିଂପୁର ଜିଲ୍ଲା । ଆଖି ଆଗରେ କିପରି ଆତ୍ମୀୟ ସ୍ଵଜନ ଭା-ସି-ଗ-ଲେ କହି ବାହୁନି ବାହୁନି କାନ୍ଦୁଥିଲେ ଲୋକେ । ଚାରିଆଡେ ଖାଲି ଦେଖିବାକୁ ମିଳିଥିଲା ମୃ-ତ-ଦେ-ହ । କାହାର ଶ-ବ ଗଛରେ ଝୁଲିଥିଲା ତ ଆଉ କାହା ଶ-ବ ପାଣିରେ ଭାସୁଥିଲା । ସେଦିନ ଏହି ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ମଧ୍ୟ ଲିଭି ନାହିଁ ସେହି ହୃ-ଦ-ୟ ବି-ଦା-ର-କ ଦୃଶ୍ୟ । ସେଦିନର ଘ-ଟ-ଣା ମନେ ପଡିଲେ ଆଜି ମଧ୍ୟ ଲୋମ ଟାଙ୍କୁରି ଉଠେ ।
କୁହାଯାଏ ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶା ଦେଖିଥିଲା ଏମିତି ଏକ ବଡ ବି-ପ-ର୍ଯ୍ୟ-ୟ । ସେହି ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ କରିଛି ସତର୍କ ଓ ଶିଖାଇଛି ସଂ-ଘ-ର୍ଷ କରି ଜିତିବାର କୌଶଳ । ଏବେ ପୁଣି ସଂ-ଘ-ର୍ଷ କରି ଆଗକୁ ଆଗକୁ ମାଡି ଚାଲିଛି ଆମ ରାଜ୍ୟ ଓଡିଶା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।