1999 ରୁ 2022 ପର୍ଯ୍ୟନ୍ତ ଓଡିଶାରେ କେଉଁ ବାତ୍ୟା କେତେ କ୍ଷତି ଘଟାଇଥିଲା ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ଆମ ରାଜ୍ୟ ଓଡିଶାକୁ ଗତ କିଛି ବର୍ଷ ଧରି ବର୍ଷକୁ ଏକାଧିକ ବାତ୍ୟା ଆସୁଛି । ନ୍କାତରେ ଟଳି ଯାଇଛି ବାତ୍ୟା ଅସାନିର ଭୟ । ୧୯୯୯ ମହାବାତ୍ୟା ସେଗୁଡିକୁ ମଧ୍ୟରୁ ସବୁଠୁ ଅଧିକ ଭୟଙ୍କର ଥିଲା । କ୍ଷୟକ୍ଷତି ମାମଲାରେ ୨୦୧୯ରେ ଆସିଥିବା ବାତ୍ୟା ଫାନିକୁ ଦ୍ଵିତୀୟ ବଡ ବାତ୍ୟା ବୋଲି କୁହାଯାଏ । ତେବେ ୧୯୯୯ରୁ ୨୦୨୨ ମଧ୍ୟ ଓଡିଶା ଉପକୂଳକୁ ଆସିଥିବା କିଛି ପ୍ରମୁଖ ଭୟଙ୍କର ବାତ୍ୟା ବା ସାମୁଦ୍ରିକ ଝଡ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧୯୯୯ ମହାବାତ୍ୟା ଅକ୍ଟୋବର ୧୫ରୁ ୩ ନଭେମ୍ବର ମଧ୍ୟରେଓଡିଶାରେ ପ୍ରଭାବ ପକାଇଥିଲା । ଏଥିରେ ପବନର ବେଗ ସର୍ବାଧିକ ୨୬୦କିମି ହୋଇଥିବା ବେଳେ ଏହା ଗୋପାଳପୁର, ଗଞ୍ଜାମରେ ଲ୍ୟାଣ୍ଡଫଲ୍ କରିଥିଲା । ଏଥିରେ ବିଶେଷ ସତର୍କତା ନ ରହିବା ହେତୁ ସରକାରୀ ତଥ୍ୟ ଅନୁଯାୟୀ ୯୮୮୭ ଲୋକ ପ୍ରାଣ ହରାଇଥିଲେ ଓ ମୋଟ ୩୪ ହଜାର ୧୬୮ ଟଂବ୍କାର ସମ୍ପତି ନଷ୍ଟ ହୋଇଥିଲା । କେନ୍ଦ୍ର ସରକାର ଓଡ଼ିଶାକୁ ୨୩ ହଜାର ୮୮୫ କୋଟି ଟଙ୍କା କ୍ଷତିପୂରଣ ଦେଇଥିଲେ ।

୨୦୧୩ ଅକ୍ଟୋବର ୪ରୁ ୧୪ ମଧ୍ୟରେ ଆସିଥିଲା ଫାଇଲିନ ଓ ପବନର ବେଗ ଥିଲା ୨୧୫କିମି ପ୍ରତିଘଣ୍ଟା । ଏହା ମଧ୍ୟ ଗୋପାଳପୁର, ଗଞ୍ଜାମରେ ଲ୍ୟାଣ୍ଡଫଲ୍ କରିଥିଲା । ୨୩ ଲୋକ ପ୍ରାଣ ହରାଇଥିବା ବେଳେ ୩୨ ହଜାର ୩୨୧ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା ଏବଂ ୫ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିଲା ।

୭-୧୪ ଅକ୍ଟୋବର ୨୦୧୪ରେ ଆସିଥିଲା ବାତ୍ୟା ହୁଡହୁଡ । ପବନଗ ବେଗ ଥିଲା ୨୧୫କିମି ଓ ଲ୍ୟାଣ୍ଡଫଲ କରିଥିଲା ବିଶାଖାପାଟଣା, ଆନ୍ଧ୍ରରେ । ଓଡିଶାରୁ ଦୁଇଜଣ ଓ ଆନ୍ଧ୍ରରୁ ୬୧ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୨୧ ହଜାର ୯୦୦ କୋଟି ତାଙ୍କର ସମ୍ପତ୍ତି ନଷ୍ଟ ହୋଇଥିଲା । ଏହାପରେ ଆସିଥିଲା ତିତିଲି ଯେଉଁଥିରେ ପବନର ବେଗ ଥିଲା ୧୭୬କିମି/ଘଣ୍ଟା ଓ ଏହା ଗଜପତିରେ ଲ୍ୟାଣ୍ଡଫଲ କରିଥିଲା । ଏଥିରେ ୧,୨୭,୦୮୧ଟି ଘର ଭାଙ୍ଗିବା ସହ ୧୨ ଜଣ ଲୋକ ପ୍ରାଣ ହରାଇଥିଲେ ।

ତା’ପରେ ଆସିଥିଲା ବାତ୍ୟା ବୁଲବୁଲ, ଯେଉଁଥିରେ ୪,୯୦,୦୦୦ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା ଓ ୪୩ ଜଣ ଲୋକ ପ୍ରାଣ ହରାଇଥିଲେ । ମୋଟ ୨୭ ହଜାର ୨୪୨ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୯୫କିମି । ଫନି ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୨୫୦କିମି ଥିଲା । ଏଥିରେ ମାତ୍ର ଦୁଇଜଣ ମରିଥିଲେ ଓ ୧,୩୦,୦୮୨ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା ।

ବାତ୍ୟା ଅମ୍ପନରେ ପବନର ବେଗ ଥିଲା ୨୭୦କିମି/ଘଣ୍ଟା । ଏହା ପଶ୍ଚିମବଂଗର ବଖାଲିରେ ଲ୍ୟାଣ୍ଡଫଲ୍ କରିଥିଲା ଓ ଏହି ବାତ୍ୟାରେ ୧,୦୭,୭୩୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ୟଶ ବାତ୍ୟାରେ ପବନର ବେଗ ଥିଲା ୧୪୦କିମି/ଘଣ୍ଟା । ଏହା ବାଲେଶ୍ଵରରେ ଲ୍ୟାଣ୍ଡଫଲ କରିବା ସହ ମୋଟ ୨୦ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଓଡିଶାର ମୋଟ ୬୧୦କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା ।

ଗୁଲାବ ଓଡିଶାରେ ସେତେ କ୍ଷୟକ୍ଷତି  କରି ନଥିଲା କିନ୍ତୁ ପାକିସ୍ତାନ, ଇରାନ ଓ ସାଉଦି ଆରବରେ କ୍ଷତି ଘଟାଇଥିଲା । ଏଥିରେ ସାରା ବିଶ୍ବରେ ୩୪ ଜଣ ପ୍ରାଣ ହରାଇଥିଲେ । ସେହିପରି ବାତ୍ୟା ଜୱାଦରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୭୫ କିଲୋମିଟର । ଏହି ବାତ୍ୟାରେ ଓଡିଶାର ସେତେଟା କ୍ଷୟକ୍ଷତି ହୋଇ ନଥିଲା, କେବଳ କିଛି ଗଛ ଉପୁଡି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।