କେବଳ 3 ଦିନରେ ଭଲ ହୋଇଯିବ ଆଣ୍ଠୁଗଣ୍ଠି ବିନ୍ଧା, ଗୋଡଫୁଲା, ମାଂସପେଶୀ ବ୍ୟଥା ଭଳି ଗମ୍ଭୀର ସମସ୍ଯା, ଲଗେଇ ଦିଅନ୍ତୁ ଏହି ଚମତ୍କାରୀ ଘରୋଇ ଔଷଧ

ଯଦି ଆପଣଙ୍କ ଆଣ୍ଠୁଗଣ୍ଠିରେ କୌଣସି ସମସ୍ଯା ଦେଖାଦେଉଛି ଅର୍ଥାତ ଆଣ୍ଠୁ ଫୁଲିବା, ଯନ୍ତ୍ରଣା ହେବା ଓ ବସିବା ଉଠିବାରେ ସମସ୍ଯା ହେଉଛି ତେବେ ଆଜି ଆମେ କହୁଥିବା ଏହି ଘରୋଇ ଉପଚାର ନିଶ୍ଚିତ ଥରେ ପ୍ରୟୋଗ କରି ଦେଖନ୍ତୁ । ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ଅନେକ ଡାକ୍ତର ଦେଖାଇଲେ ଓ ଯେତେ ମେଡ଼ିସିନ ଖାଇଲେ ମଧ୍ୟ ତାହା ସହଜରେ ଭଲ ହୋଇ ନଥାଏ । ଏହି ଆୟୁର୍ବେଦିକ ଘରୋଇ ଉପଚାର କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ଯା ଏକଦମ ସବୁଦିନ ପାଇଁ ଭଲ ହୋଇଯିବ ।

ଅନେକ ସମୟରେ କୌଣସି ପୁରୁଣା ଦୁର୍ଘଟଣା କାରଣରୁ ଆଣ୍ଠୁଗଣ୍ଠି ବିନ୍ଧା ରହିଯାଏ । ଏହିପରି ସମସ୍ଯାକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ବିଶେଷ କରି ଗରମ ଦିନେ ଏହି ଉପଚାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଏକ ବଡ ପିଆଜ । ପିଆଜକୁ ଭଲ ଭାବେ ଚୋପା ଛଡେଇ ଚାରି ଖଣ୍ଡ କରି କାଟି ଦିଅନ୍ତୁ ଓ ଏହାପରେ ଏହାକୁ ଏକ ଗ୍ରାଇଣ୍ଡିଙ୍ଗ ଜାରରେ ରଖି ବାଟି ଦିଅନ୍ତୁ ।

ମନେରଖନ୍ତୁ ଏଥିରେ ବିଲକୁଲ ବି ପାଣି ଦେବେ ପାଣି । କାରଣ ଆପଣଙ୍କ ଏକଦମ ଶୁଦ୍ଧ ପିଆଜ ରସର ଆବଶ୍ୟକ ହେବ । ବାଟି ସାରିବା ପରେ ଏକ ସୂତା କପଡାରେ ଭଲଭବେ ଚିପୁଡି ପିଆଜରୁ ରସ ବାହାର କରି ଦିଅନ୍ତୁ ଓ ଖଦଡା ଅଂଶକୁ ଫୋପାଡି ଦିଅନ୍ତୁ । ଗୋଟିଏ ଥର ପ୍ରୟୋଗ ପାଇଁ ଆପଣଙ୍କୁ ତିନିରୁ ଚାରି ଚାମୁଚ ପିଆଜ ରସ ଆବଶ୍ୟକ ହେବ ।

ଥରେ ବନେଇଥିବା ପିଆଜ ରସକୁ ଆପଣ ତିନିଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏବେ ଆପଣଙ୍କୁ ଆବଶ୍ୟକ ହେବ ଏକ ଚାମୁଚ ଶୁଦ୍ଧ ହଳଦୀ ଗୁଣ୍ଡ । ହଳଦୀ ଦରଜ ଟାଣିବାରେ ଅତ୍ୟନ୍ତ ଉପଯୋଗୀ ବୋଲି ଆପଣ ଜାଣିଛନ୍ତି । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ତିନିରୁ ଚାରି ଚାମୁଚ ସୋରିଷ ତେଲ । ଯଦି ସୋରିଷ ତେଲ ନାହିଁ ତେବେ ଏଥିରେ ଜଡା ତେଲ କିମ୍ବା ରାଶି ତେଲର ମଧ୍ୟ ପ୍ରୟୋଗ କରିପାରିବେ । ଏହି ସମସ୍ତ ମିଶ୍ରଣକୁ ଭଲଭାବେ ଗୋଳେଇ ଦିଅନ୍ତୁ ।

କିନ୍ତୁ ଲେପ ପ୍ରସ୍ତୁତ କରିବା ପାଇଁ ଗୋଟିଏ କଡେଇରେ ଏହି ମିଶ୍ରଣକୁ ଢାଳି ଏକ ମିନିଟ ପର୍ଯ୍ୟନ୍ତ ହାଇ ଫ୍ଲେମରେ ସାମାନ୍ଯ ଗରମ କରିଦିଅନ୍ତୁ । ଏହାପରେ ଏହାକୁ ଏକ ପାତ୍ରକୁ ଢାଳି ଦିଅନ୍ତୁ ଓ ସଂପୂର୍ଣ୍ଣ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆଣ୍ଠୁଗଣ୍ଠି ବିନ୍ଧା ଦୂର କରିବା ପାଇଁ ଆପଣଙ୍କ ଘରୋଇ ଉପଚାର ।

ଏହାକୁ ଆପଣ ସନ୍ଧ୍ୟା ସମୟରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗେଇ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ସେହିପରି ଲାଗି ରହିବାକୁ ଦିଅନ୍ତୁ । ଏହାପରେ ଆପଣ ଏହାକୁ ପାଣିରେ ଧୋଇ ଦେଇପାରିବେ । ଏହିପରି କରନ୍ତୁ ଦେଖିବେ ମାତ୍ର ତିନି ଦିନରେ ହିଁ ଆପଣଙ୍କୁ ଏହାର ଲାଭ ମିଳିବ ।

କିଛିଦିନ ଏହି ମିଶ୍ରଣକୁ ଆଣ୍ଠୁଗଣ୍ଠିରେ ଲଗେଇଲେ ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଉ କେବେବି ହେବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।