Vastu Tips:- ମହିଳାମାନେ ମୁଣ୍ଡରେ ଓଢଣି ଦେବା କାହିଁକି ଜରୁରୀ ? ଯେଉଁ ଘରର ମହିଳାମାନେ ଓଢଣି ଦେଇ ନଥାନ୍ତି ସେମାନେ ଥରେ ଏହା ନିଶ୍ଚୟ ଦେଖନ୍ତୁ

ଶାସ୍ତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବ୍ୟବହାର ଓ ଆଚରଣ ସମ୍ବନ୍ଧିତ କିଛି ନିୟମ ଉଲ୍ଲେଖ ରହିଛି । ଯାହା ପାଳନ କରିବା ଦ୍ଵାରା ବ୍ୟକ୍ତି ତଥା ମହିଳା ସୁଖୀ, ସମୃଦ୍ଧି ଏବଂ ଦୀର୍ଘାୟୁ ହେଉଥିଲେ । ମହିଳାମାନେ ମଥାରେ ଓଢଣି ଦେବା ଆମ ସଂସ୍କୃତିର ନିୟମ ଅଟେ । କିନ୍ତୁ ଆଜିକାଲି ଆଧୁନିକତା ନାମରେ ଅନେକ ଆମ ପରମ୍ପରାକୁ ମାନ୍ୟ କରୁନାହାନ୍ତି । କିନ୍ତୁ ମହିଳାମାନେ ମୁଣ୍ଡରେ ଓଢଣି ଦେବା କାହିଁକି ଉଚିତ ଅଟେ ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ମହିଳାଙ୍କୁ ପରିବାରର ମହତ୍ବପୂର୍ଣ୍ଣ ଅଙ୍ଗ ବୋଲି ମାନାଯାଏ । କୌଣସି ଘରର ମୁଖ୍ୟ ମହିଳାଙ୍କ ରହଣି ଚଳଣି, ବ୍ୟବହାର ଓ ଆଚରଣ ଉପରେ ହିଁ ସେହି ପରିବାରର ଅନ୍ୟ ସଦସ୍ୟଙ୍କ ଆଚରଣ ନିର୍ଭର କରିଥାଏ । ଆଉ ଏହିସବୁ ସଂସ୍କାର ଆଧାରରେ ଘର ମଜବୁତ ହୋଇଥାଏ ଏବଂ ଘର କ୍ଳେଶମୁକ୍ତ ଓ ରୋଗମୁକ୍ତ ରହିଥାଏ । ତେଣୁ ମହିଳା ମାନେ କିଛି ବିଶେଷ ନିୟମ ସବୁଦିନ ପାଳନ କରିବା ଉଚିତ ।

ଘର ପ୍ରତିଦିନ ପରିଷ୍କାର ପରିଚ୍ଛନ ରଖିବା ଉଚିତ । କାରଣ ଘରର ଲକ୍ଷ୍ମୀଙ୍କ ଦ୍ଵାରା ଘର ସଫା କଲେ ମା’ ଲକ୍ଷ୍ମୀ ଘରେ ପ୍ରବେଶକ କରିଥାନ୍ତି । ଘର ସଫା କରିବା ସହ ରଙ୍ଗୋଲି ବନେଇବା ସାତ୍ତ୍ଵିକ ଚିହ୍ନ ଆଦି ବନେଇବା ମା’ ଲକ୍ଷ୍ମୀଙ୍କ ସ୍ଵାଗତ କରିବା ହୋଇଥାଏ ।

ଶାସ୍ତ୍ର ଅନୁସାରେ ଘରର ସ୍ତ୍ରୀଙ୍କୁ ସର୍ବପ୍ରଥମେ ଉଠିବା ଉଚିତ । କାରଣ ଯେଉଁ ଘରର ଲକ୍ଷ୍ମୀ ସର୍ବପ୍ରଥମେ ଉଠିଥାନ୍ତି ସେହି ଘରର ସମସ୍ତ ସଦସ୍ୟଙ୍କ ଭାଗ୍ୟ ଉଦୟ ହୋଇଥାଏ ଓ ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ । ଘରର ମହିଳା କେବେବି ଖଟ ଉପରେ ବସି ଭୋଜନ କରିବା ଉଚିତ ନୁହେଁ । ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ । ଏହାସହ ମହିଳାଙ୍କ ବାଣୀ ସର୍ବଦା ମିଠା ହେବା ଉଚିତ । ଯେଉଁ ଘରେ ମହିଳାମାନେ ପରସ୍ପର ସହଜ ଖୁସିରେ ରୁହନ୍ତି ସେଠାରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି ।

ଶାସ୍ତ୍ର ଅନୁସାରେ ମହିଳାଙ୍କୁ କୌଣସି ପରପୁରୁଷ ସହ ଗୋଟିଏ ଆସନରେ ବସିବା ଉଚିତ ନୁହେଁ । ଏହା କ୍ଲେଶ କାରକ ହୋଇଥାଏ । ମହିଳାଙ୍କୁ ୨୪ ଘଣ୍ଟା ମୁଣ୍ଡରେ ଓଢଣି ରଖିବା ଆବଶ୍ୟକ ନୁହେଁ । କିନ୍ତୁ ଯେତେବେଳେ ବଡ ମାନଙ୍କର ଚରଣ ସ୍ପର୍ଶ କରୁଥାନ୍ତି ସେତେବେଳେ ମୁଣ୍ଡରେ ଓଢଣି ରଖିବା ଉଚିତ । ଏପରି କରିବା ଦର ବଡମାନେ ସମ୍ମାନିତ ଅନୁଭବ କରନ୍ତି ଓ ପ୍ରସନ୍ନ ହୋଇ ଆଶୀର୍ବାଦ କରନ୍ତି ।

ଯେଉଁ ଘରେ ବଡମାନେ ସର୍ବଦା ଖୁସି ରୁହନ୍ତି ସେହି ଘରେ ସବୁବେଳେ ପ୍ରସନ୍ନତା ରହିଥାଏ । ମୁଣ୍ଡରେ ଓଢଣା ରଖି ପୂଜାପାଠ କରିବା ଦ୍ଵାରା ମନରେ ଏକାଗ୍ରତା ଆସିଥାଏ, ନକରାତ୍ମକତ ଆମ ମନରେ ପ୍ରବେଶ କରିପାରେ ନାହିଁ ଓ ପ୍ରସାଦ ପୂଜା ସମଗ୍ରୀରେ ଚୁଟି ପଡି ଅପବିତ୍ର ହେବା ଭୟ ମଧ୍ୟ ନଥାଏ । ତେଣୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ ଅଟେ ।

ମହିଳାଙ୍କ ଲମ୍ବା କେଶ ଅନେକଙ୍କୁ ଆକର୍ଷଣ କରିଥାଏ ତେଣୁ ନଜର ଦୋଷରୁ ବଞ୍ଚିବା ପାଇଁ ମଧ୍ୟ ମହିଳା ମୁଣ୍ଡରେ ଓଢଣି ଦେବା ଶୁଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।