ସାବିତ୍ରୀ ବ୍ରତ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ସ୍ବାମୀଙ୍କ ଜୀବନରେ ମାଡି ଆସିବ ଭୟଙ୍କର ବିପଦ

ସାବିତ୍ର ଓଷା ଓଡିଆ ଘରର ସଧବା ନାରୀଙ୍କ ପାଇଁ ଏକ ବିଶିଷ୍ଟ ପର୍ବ ଅଟେ । ଏହିଦିନ ଓଡିଆ ନାରୀମାନେ ପତିଙ୍କ ଶୁଭ ମନାସିବା ପାଇଁ ଦୀର୍ଘ ଆୟୁର କାମନା କରି ବ୍ରତ ରଖିଥାନ୍ତି । ସାବିତ୍ରୀଙ୍କ ଭଳି ସଦାସର୍ବଦା ସଧବା ହୋଇ ରହିବା ପାଇଁ ସବୁ ନାରୀଙ୍କର ଇଚ୍ଛା ଥାଏ । ଏହି ବ୍ରତରେ ବ୍ୟବହାର କରା ଯାଉଥିବା ସାମଗ୍ରୀ ଗୁଡିକର ଅନେକ ମାହାତ୍ମ୍ଯ ରହିଛି । ତେଣୁ ଆସନ୍ତୁ ଜାଣିବା ଏହିଦିନ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ ଓ କେଉଁ ସବୁ ଭୁଲ ପ୍ରତି ସାବଧାନ ରହିବା ଉଚିତ ।

ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରା ଯାଇଥାଏ । ଏହିଦିନ ସତ୍ୟବାନ, ସାବିତ୍ରୀ ଓ ଯମରାଜଙ୍କ ପୂଜା କରାଯାଏ । ପୌରାଣିକ କଥା ଅନୁସାରେ ସାବିତ୍ରୀ ଏହି ଓଷା ପାଳନ କରି ମୃତ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ । ସେବେଠାରୁ ଏହି ସାବିତ୍ରୀ ବ୍ରତ ପାଳନ କରାଯାଉଛି । ଏହିଦିନ ମହିଳାମାନେ ସକାଳୁ ଉଠି ସମସ୍ତ ନିତ୍ୟକର୍ମ ସାରି ନୂଆ ଶାଢୀ ପିନ୍ଧି ଓ ଶୃଙ୍ଗାର କରି ମା ସାବିତ୍ରୀଙ୍କୁ ପୂଜିବା ପାଇଁ ବାହାରିଥାନ୍ତି ।

ପୂଜାରେ ବ୍ୟବହାର କରା ଯାଉଥିବା ସାମଗ୍ରୀ ଗୁଡିକ ହେଉଛି ବ୍ରତ, ଲାଲ ଶାଢୀ ଓ ଶଙ୍ଖା, ଅଳତା, ସିନ୍ଦୂର, ପଣିଆ, ଦର୍ପଣ, ଦୁବ ଘାସ, ବରକୋଳି ପତ୍ର ଓ ଫୁଲ ଇତ୍ୟାଦି । ଭୋଗ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଫଳ ବ୍ୟବହାର କରାଯାଏ । ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭତାର ପ୍ରତୀକ । ସେଥିପାଇଁ ସଧବା ନାରୀମାନେ ସର୍ବଦା ଲଳ ଶାଢୀ, ସିନ୍ଦୂର ଓ ଶଙ୍ଖା ପିନ୍ଧି ସ୍ଵାମୀଙ୍କ ରକ୍ଷା କରିବା ପାଇଁ ବ୍ରତ ରଖିଥାନ୍ତି ।

ତେଣୁ ଏହିଭଳି ପୂଜା ଓ ବ୍ରତ ଦିନ ମାନଙ୍କରେ କେବେବି କଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ । ନଚେତ ଏହା ଅଶୁଭ ପ୍ରଭାବ କାରଣରୁ ସ୍ଵାମୀଙ୍କ ପାଇଁ ବିପଦ ଆସିଥାଏ । ଅମାବାସ୍ୟା ଦିନ ବା କେଉଁ ରାତିରେ ମଧ୍ୟ ବାହାରେ ଲୁଗାପଟା ଶୁଖାନ୍ତୁ ନାହିଁ । ଏହିପରି ଓଷା ବ୍ରତ ଦିନ ସ୍ଵାମୀ-ସ୍ତ୍ରୀ କେବେବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହାଦ୍ବାରା ମଧ୍ୟ ସ୍ବାମୀଙ୍କ ଆୟୁଷ କ୍ଷୀଣ ହୋଇଥାଏ । ଏହିଦିନ ନିଜେ କିମ୍ବା ସ୍ଵାମୀ କୌଣସି ଜିନିଷ କାଟିବା ବା ହାଣିବା ଅନୁଚିତ ।

ସାବିତ୍ରୀ ଓଷା ଦିନ କେବେବି ରନ୍ଧା ଖାଦ୍ଯ ଖାଇବା ଉଚିତ ନୁହେଁ । ସ୍ବାମୀଙ୍କ ମଙ୍ଗଳ ଓ ଆୟୁଷ ବୃଦ୍ଧି ପାଇଁ କାଷ୍ଠା ଉପବାସ କରିବା ଆବଶ୍ୟକ ଅଟେ । ଭୋଗ ଲଗାଇଥିବା ଫଳମୂଳ, ପଣା ଓ ଗଜାମୁଗ ଇତ୍ୟାଦି ଆପଣ ଖାଇପାରିବେ ।

ଯଦି ଘରେ କେହି ମୃତ୍ୟୁବରଣ କରିଥାନ୍ତି, ସନ୍ତାନ ଜନ୍ମ ହୋଇଥାନ୍ତି କିମ୍ବା ଆପଣ ଋତୁମତୀ ହୋଇଥାନ୍ତି ତେବେ ଏହି ବ୍ରତ କେବେବି ପାଳନ କରିବେ ନାହିଁ । ଏହିଦିନ ବ୍ୟବହୃତ ପୂଜା ସାମଗ୍ରୀକୁ ଏଣେତେଣେ ନଫିଙ୍ଗି ପାଣିରେ ଭସେଇ ଦେବେ, ନେଚେତ ଏହା ମଧ୍ୟ ଶୁଭ ହୋଇଥାଏ ।

ଏହିଦିନ ଆପଣ ତ୍ରିଦେବୀ ଲକ୍ଷ୍ମୀ, ପାର୍ବତୀ ଓ ସାବିତ୍ରୀ କିମ୍ବା ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର କିମ୍ବା ବରଗଛକୁ ମଧ୍ୟ ପୂଜା କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।