1940 ମସିହାର ଏହି ଇଲେକ୍ଟ୍ରି ବିଲ୍ ଦେଖିଲେ ଆପଣଙ୍କୁ ବି 440 ଭୋଲ୍ଟ ର ଝଟକା ଲାଗିବ ! ଦେଖନ୍ତୁ…

ଆଜିକାଲି ସୋସିଆଲ ମିଡିଆରେ ପୁରୁଣା ବିଲ୍ ସବୁ ଭାଇରାଲ ହେବାର ଟ୍ରେଣ୍ଡ ଚାଲିଛି । କେତେବେଳେ ମାତ୍ର 19 ହଜାର ଟଙ୍କାରେ ମିଳୁଥିବା ବୁଲେଟ୍ ର ବିଲ୍ ଭାଇରାଲ ହେଉଛି ତ ଆଉ କେତେବେଳେ ପୁରା ପରିବାରର ମାତ୍ର 25 ଟଙ୍କାର ରେସ୍ତୋରାଁ ବିଲ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ଏତିକିବେଳେ 1940 ମସିହାର ଏକ ବିଦ୍ୟୁତ ବିଲ୍ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଏହି ବିଲ୍ ଏତେ କମ୍ ଯେ ଆଜିର ସମୟରେ ଏତିକି ଟଙ୍କାରେ କେବଳ ଖଣ୍ଡେ ଚକୋଲେଟ ମିଳିପାରିବ ।

ବର୍ତ୍ତମାନ ସମୟରେ ବିଜୁଳି ବିଲ୍ ୟୁନିଟ ପ୍ରତି 6 ରୁ 8 ଟଙ୍କା ହୋଇଯାଇଛି ଏବଂ ଅନେକ ପ୍ରକାରର ବୈଦ୍ୟୁତିକ ଉପକରଣ ମଧ୍ୟ ଘରେ ଘରେ ଦେଖିବାକୁ ମିଳୁଛି । ସେଥିପାଇଁ ବିଜୁଳି ବିଲ୍ ହଜାରରୁ ଉର୍ଦ୍ଧ୍ଵ ଆସୁଛି । 1940 ମସିହାରେ କିନ୍ତୁ ଏହା ସମାନ ନଥିଲା । ଘର ମାନଙ୍କରେ ସେତେ ବୈଦ୍ୟୁତିକ ଉପକରଣ ରହୁ ନଥିଲା ଏବଂ ବିଜୁଳି ଦର ୟୁନିଟ ପ୍ରତି ଖୁବ୍ କମ୍ ଥିଲା । ବିଶ୍ବାସ ହେଉ ନଥିଲେ ଆଜିକୁ 83 ବର୍ଷ ପୁରୁଣା ଏହି ବିଲ୍ କୁ ନିଶ୍ଚୟ ଦେଖନ୍ତୁ ।

ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ କି ସେ ଜମାନାରେ ଲୋକଙ୍କ ବିଜୁଳି ବିଲ୍ ସର୍ବାଧିକ ମାତ୍ର 5 ଟଙ୍କା ପାଖାପାଖି ଆସୁଥିଲା । ତା’ ପୁଣି ମୁମ୍ବାଇ ଭଳି ମହଙ୍ଗା ସହରରେ । ଏହି ବିଲ୍ ରେ ଆପଣ ଦେଖି ପାରୁଥିବେ କି ବ୍ୟକ୍ତିଜଣକ ପୁରା ମାସରେ ମାତ୍ର 29 ୟୁନିଟ ବିଦ୍ୟୁତ ବ୍ୟବହାର କରିଛନ୍ତି ।

ଯାହାର ମୂଲ୍ୟ ମାତ୍ର 3 ଟଙ୍କା 10 ପଇସା ହୋଇଥିବା ବେଳେ ଏହା ଉପରେ 2 ଟଙ୍କା 43 ପଇସାର ଟାକ୍ସ ଲାଗିଛି । ସେହି ହିସାବରେ ବିଲ୍ ଟି ମାତ୍ର 5 ଟଙ୍କାର । ସେତେବେଳେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ହାତଲେଖା ବିଦ୍ୟୁତ ବିଲ୍ ଦେଉଥିଲେ । 1940 ରେ ମୁମ୍ବାଇ ଭଳି ମହଙ୍ଗା ସହରରେ ବି ବିଦ୍ୟୁତ ଦର ୟୁନିଟ ପ୍ରତି ମାତ୍ର 2 ପଇସା ଥିଲା ।

ବର୍ତ୍ତମାନ ସେଠାରେ ୟୁନିଟ ପ୍ରତି ବିଦ୍ୟୁତ ଦର 5 ଟଙ୍କା 30 ପଇସା ରହିଛି । ଅନ୍ୟ କେତେକେ ରାଜ୍ୟରେ ତ ଏହା ଆହୁରି ଅଧିକ । ଏହାସହ ବର୍ତ୍ତମାନ ବିଦ୍ୟୁତ ବିଭାଗ ଫିକ୍ସ ଏନର୍ଜି ଚାର୍ଜ ମଧ୍ୟ ଆଦାୟ କରୁଛି । ମୁମ୍ବାଇରେ ଏହି ଚାର୍ଜ 200 ଟଙ୍କା ଥିବାବେଳେ ଘରପ୍ରତି ଏହି ଚାର୍ଜ 500 ଟଙ୍କାରୁ ବି ଅଧିକ ଆସିଯାଉଛି ।

ଟ୍ବିଟରରେ ଏହି ପୁରୁଣା ଇଲେକ୍ଟ୍ରି ବିଲ୍ ଟିକୁ ପୋଷ୍ଟ କରାଯିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହା ଦେଖି ଜଣେ କମେଣ୍ଟ କରିଛନ୍ତି, ପୁରୁଣା ଦିନ ହିଁ ସବୁଠୁ ଭଲ ଥିଲା । ଆଉ ଜଣେ କମେଣ୍ଟ କରିଛନ୍ତି, “ଏବେ ତ ଏତିକି ଟଙ୍କାରେ କେବଳ ଗୋଟିଏ ଚକୋଲେଟ ହିଁ ମିଳିବ” ।

ସେହିପରି ଆଉ ଜଣେ କହିଛନ୍ତି କି, ଏବେ ତ ଗୋଟିଏ ୟୁନିଟ ର ଦାମ୍ ବି ଏହାଠୁ ଅଧିକ । ତେବେ ଏହା ଦେଖି ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।